୨୦୨୨ ମସିହା, ଫେବୃୟାରୀ ମାସ ୨୫ ତାରିଖ, ଶୁକ୍ରବାର, କୁମ୍ଭ୧୩ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ନବମୀତିଥି, ଜ୍ୟେଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…
ମେଷ:-ନ୍ୟାୟ ମାର୍ଗ ଓ ମିଷ୍ଟ ବଚନ ଯୋଗେ ରାଜନୀତି କ୍ଷେତ୍ରରେ ଉନ୍ନତିକର ହୋଇପାରେ । ପରିବାରରେ ସାଧାରଣ ବାତାବରଣ ଜାରି ରହି ସମସ୍ତ ଆଶା ପୂରଣ ହୋଇପାରେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ ।
- ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ
Also Read
ବୃଷ:-ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହୋଇପାରେ । କର୍ମକ୍ଷେତ୍ରରେ ର୍ଧଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତି ଘଟିବା ସହ ମାନସିକ ସ୍ଥିରତା ଦେଖାଦେଇପାରେ ।
- ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ
ମିଥୁନ:-ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହୋଇପାରେ । କୋର୍ଟ, କଚେରୀ, ମାଲିମକଦ୍ଦମା, ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହୋଇପାରନ୍ତି । ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ ।
- ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ
କର୍କଟ:- ପୁରୁଣା ବନ୍ଧୁଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଶିକ୍ଷାକ୍ଷେତ୍ରରେ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯାଇପାରନ୍ତି । ଇନ୍ଦ୍ରିୟପରାୟଣତା ଓ ବିଷୟ ବାସନା ଉପରେ ଅଧିକ ଗୁରୁତ୍ୱ ଦେଇ ପାରନ୍ତି ।
- ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ
ସିଂହ:- ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଘଟିବା ସହକରଜ ଭାରରୁ ମୁକ୍ତି ମିଳିପାରେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିପାରନ୍ତି । ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡି ପାରନ୍ତି ।
- ପ୍ରତିକାର:- କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
କନ୍ୟା:-ସମସ୍ତ ସମସ୍ୟା ଶାନ୍ତି ପୂର୍ବକ ଢଙ୍ଗରେ ସମାଧାନ କରିପାରିପାରନ୍ତି । କର୍ମ କ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହୋଇପାରେ ।
- ପ୍ରତିକାର-ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ
ତୁଳା:-ଗୁରୁ ଗୁରୁ ଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦୋଇପାରେ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିପାରନ୍ତି । ରାଜନୀତିରେ ଶତ୍ରୁ ଓ ବିରୋଧୀ ମାନଙ୍କୁ ପରାସ୍ତ କରି ବିଜୟୀ ହୋଇପାରନ୍ତି ।
- ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ
ବିଚ୍ଛା:- ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହୋଇପାରେ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହୋଇପାରନ୍ତି । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହୋଇପାରିବେ ।
- ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ
ଧନୁ:- ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ପାରିବାରିକ ସୁଖଶାନ୍ତି ବୃଦ୍ଧି ହୋଇପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।
- ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ
ମକର:- ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବା ସହ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ଓ ପଦୋନ୍ନତିର ସୂଚନା ପାଇପାରନ୍ତି । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ରହିଛି ।
- ପ୍ରତିକାର-ମହୁ ଟିକେ ଖାଇ ଘରୁ ବାହାରନ୍ତୁ
କୁମ୍ଭ:- ନୂତନ କାର୍ଯ୍ୟ ଆରମ୍ଭ କରିଲେ ପ୍ରଚୁର ଅର୍ଥ ଲାଭହେବ ଓ ପରିସ୍ଥିତି ବଦଳିପାରେ । ବ୍ୟବସାୟୀମାନେ ପରିଶ୍ରମର ସୁଫଳ ଭୋଗ କରିବା ସହ ଧନମାନ ଦିଗରୁ ସୁରକ୍ଷିତ ରହିପାରନ୍ତି । ଜାଗାଜମି, ଗୃହ ଉପକରଣ କ୍ରୟ କରି ପାରନ୍ତି ।
- ପ୍ରତିକାର:-ମୟୁର ଚନ୍ଦ୍ରିକାଟିଏ ପାଖରେ ରଖନ୍ତୁ
ମୀନ:-ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିପାରେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହୋଇପାରେ । ରାସ୍ତା ଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ ।
- ପ୍ରତିକାର:- କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ