୨୦୨୨ ମସିହା, ଫେବୃୟାରୀ ମାସ ୨୪ ତାରିଖ, ଗୁରୁବାର, କୁମ୍ଭ୧୨ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଅନୁରାଧା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....
ମେଷ:- ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହୋଇପାରେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ଓ ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ । ରାଜନୀତି କ୍ଷେତ୍ରରେ ସ୍ୱାଭିମାନ ରକ୍ଷାକରି ପ୍ରଶଂସିତ ହୋଇପାରନ୍ତି ।
- ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ
Also Read
ବୃଷ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିପାରେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସମ୍ପାଦନ ହୋଇପାରେ ।
- ପ୍ରତିକାର:-ମୟୁର ଚନ୍ଦ୍ରିକାଟିଏ ପାଖରେ ରଖନ୍ତୁ
ମିଥୁନ:-ସମାଜ ସେବାରେ ସ୍ନାମ ଅର୍ଜନ କରିପାରିବେ ।କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହୋଇପାରେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହୋଇପାରେ ।
- ପ୍ରତିକାର-ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ
କର୍କଟ:- କର୍ମ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ଠାରୁ ସମ୍ମାନ ଓ ଶ୍ରଦ୍ଧାର ସ୍ରୋତ ଛୁଟିପାରେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହୋଇପାରେ ।
- ପ୍ରତିକାର:-କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
ସିଂହ:- ର୍ନିମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ । ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେଇପାରେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଧନମାନ ଦିଗରୁ ସୁରକ୍ଷିତ ରହିପାରନ୍ତି ।
- ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ
କନ୍ୟା:-ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ମାନସିକ ଏକାଗ୍ରତା ବଜାୟ ରହିପାରେ । ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇପାରନ୍ତି ।
- ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ
ତୁଳା:-କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହୋଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିପାରନ୍ତି । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହୋଇପାରେ ।
- ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ
ବିଚ୍ଛା:-ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିପାରେ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇପାରେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହୋଇପାରେ ।
- ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ
ଧନୁ:-ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇପାରନ୍ତି । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିପାରନ୍ତି । ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇପାରେ ।
- ପ୍ରତିକାର-ଗୋମୁତ୍ର ଓ ଫିଟିକିରିରେ ଦାନ୍ତସଫା ରଖନ୍ତୁ
ମକର:-ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହୋଇପାରେ । ଦୂରଯାତ୍ରାର ସୁଯୋଗ ପାଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଉଚିତପନ୍ଥା ଗ୍ରହଣ କରି ସଂଘର୍ଷ ଦ୍ୱାରା ସଫଳତା ମିଳିପାରେ ।
- ପ୍ରତିକାର- ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ
କୁମ୍ଭ:-ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇପାରିବେ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିପାରେ । ନିଜ ଲୋକମାନେ ବିଶ୍ୱାସ ଘାତକତା କରି ପାରନ୍ତି ।
- ପ୍ରତିକାର:- କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
ମୀନ:- ସମାଜ ସେବାରେ ସ୍ନାମ ଅର୍ଜନ କରିପାରିବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବା ସହ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହୋଇପାରେ । ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ ।
- ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ