ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୦ ତାରିଖ, ରବିବାର, କୂମ୍ଭ ୮ ଦିନ, ମାଘମାସ, କୃଷ୍ଣପକ୍ଷ,ଚତୁର୍ଥୀ ତିଥି, ହସ୍ତା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ମେଷ -କାର୍ଯ୍ୟ ଭାର ବଡିଯିବାରୁ କ୍ଳାନ୍ତ ଅନୁଭବ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରିବେ । ଯାନବାହାନ ଚଳାଚଳ ବେଳେ ସତର୍କ ରୁହନ୍ତୁ ।
- ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ
ବୃଷ - ବିଭିନ୍ନ ସମସ୍ୟା କୁ ନେଇ ଚିନ୍ତା ଗ୍ରସ୍ତ ରହିପାରନ୍ତି । ପରିବାରରେ ମତଭେଦ ମଧ୍ୟ ହୋଇପାରେ । ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି ।
- ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ
ମିଥୁନ -ବ୍ୟବସାୟରେ ଅଧିକ ବ୍ୟୟ ହୋଇପାରେ । ନିଜର ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ ସତର୍କ ରୁହନ୍ତୁ । ବପରିବାରରେ ଅଯଥା ବିବାଦ ଯୋଗୁଁ ମନ ଅଶାନ୍ତ ରହିପାରେ ।
- ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ
କର୍କଟ -ବିଭିନ୍ନ ସମସ୍ୟାର ସମାଧାନର ଦିଗ ମିଳିପାରେ । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିପାରେ । ଦୂର ଯାତ୍ରା ମଧ୍ୟ କରି ପାରନ୍ତି ।
- ପ୍ରତିକାର- ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ
ସିଂହ -ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ମାନସିକ ଅଶାନ୍ତି ଦେଖାଦେଇପାରେ । ନୂତନ କାର୍ଯ୍ୟଭାର ହାତକୁ ନେଇପାରନ୍ତି ।
- ପ୍ରତିକାର- ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ
କନ୍ୟା - ବ୍ୟବସାୟରେ କ୍ଷତି ହେଇପାରେ । ପରିବାରରେ ଶାନ୍ତି ପାଇପାରିବେ । ଶତ୍ରୁ ଉପରେ ବିଜୟ ଲାଭ କରିପାରନ୍ତି ।
- ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ
ତୁଳା - ବ୍ୟବସାୟରେ ଅର୍ଥହାନୀ ଦେଖାଦେବ, ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ନିଜର ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ । ଶତ୍ରୁମାନେ ଆପଣଙ୍କ ବିରୁଦ୍ଧରେ ଷଢଯନ୍ତ୍ର କରିପାରନ୍ତି ।
- ପ୍ରତିକାର-ଚନ୍ଦନର ତିଳକ ମଥାରେ ଲଗାନ୍ତୁ
ବିଛା- ବ୍ୟବସାୟରେ ଅର୍ଥହାନୀ ଦେଖାଦେବ, ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନୂତନ ଆୟ ପନ୍ଥା ପାଇଁ ବିଚାର କରିପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।
- ପ୍ରତିକାର- ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ
ଧନୁ -କାର୍ଯ୍ୟଭାର ବଢିଯାଇପାରେ । ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରିବେ । ଶତ୍ରୁମାନେ ପରାଜିତ ହୋଇପାରନ୍ତି ।
- ପ୍ରତିକାର- ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ
ମକର –କର୍ମ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ବ୍ୟବସାୟରୁ ଆୟ ଭଲ ଓହଇପାରେ । ମାନସିକ ଶାନ୍ତି ପାଇପାରନ୍ତି ।
- ପ୍ରତିକାର-ନିଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ
କୁମ୍ଭ -ଦୈନିକ ରୋଜଗାର ରେ ସଫଳତା ପାଇପାରନ୍ତି । ପାରିବାରିକ ଶାନ୍ତି ପାଇପାରନ୍ତି । ଅର୍ଥଲାଭର ସୂଯୋଗ ଆସିପାରେ ।
- ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ
ମୀନ -ଇଛା ବିରୁଦ୍ଧରେ କିଛି କର୍ଯ୍ୟ କରିବା ପାଇଁ ବାଧ୍ୟ ହୋଇପାରନ୍ତି । ଆର୍ଥିକ ଅବସ୍ଥା ଭଲ ରହିପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତ ହୋଇପାରନ୍ତି ।
- ପ୍ରତିକାର- ମଥାରେ ଚନ୍ଦନ ଟିକା ଲଗାନ୍ତୁ