Daily Horoscope 2 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ମେ ମାସ, ୨ ତାରିଖ, ସୋମବାର, ମେଷ, ୧୯ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଦ୍ୱିତୀୟା ତିଥି, କୃତ୍ତିକା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ ଆଜି କେମିତି କଟିବ ଆଜି ଆପଣଙ୍କ ଦିନ...

ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ମେ ମାସ, ୨ ତାରିଖ, ସୋମବାର, ମେଷ, ୧୯ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଦ୍ୱିତୀୟା ତିଥି, କୃତ୍ତିକା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ ଆଜି କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ଆଜି ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ସରଳୀକୃତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦୂର ହୋଇଯିବ ।କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହୋଇପାରନ୍ତି ।

ବୃଷ- ଆଜି କର୍ମୋନ୍ନତି ସହ ସମ୍ମାନ ପ୍ରାପ୍ତିର ଯାଗ ରହିଛି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି । ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରଶଂସନୀୟ ହୋଇପାରନ୍ତି ।

ମିଥୁନ- ଆଜି ଆପଣଙ୍କର ଦିନ ମଙ୍ଗଳମୟ ହୋଇପାରିବ । ଶତ୍ରୁମାନେ ପରାଜିତ ହୋଇପାରନ୍ତି । ଅନ୍ୟମନସ୍କତା ଯୋଗୁ କୌଣସି ଜିନିଷ ହଜି ଯାଇପାରେ ।

କର୍କଟ- ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ ।କର୍ମ କ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି ।ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସିଂହ- ଆଜି ମନ ଅସ୍ଥିର ରହିପାରେ । କିନ୍ତୁ କୌଣସି ବ୍ୟବହାଯର୍ୟ ମୂଲ୍ୟବାନ୍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିପାରନ୍ତି ।

କନ୍ୟା- ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ । ଅଫିସରେ କିମ୍ବା କର୍ମ କ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି । ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇପାରେ ।

ତୁଳା- ଆଜିର ଦିନ ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଅନୁକୂଳ ରହିପାରେ । ଖଳକଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ ।

ବିଛା- ଆଜି ସମ୍ପର୍କୀୟମାନଙ୍କ କାଯର୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ ।ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦେଖାଦେଇପାରେ । କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହୋଇପାରେ ।

ଧନୁ- ଆଜି ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହୋଇପାରେ । କର୍ମ କ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମନା କରି କୃତକାର୍ଯ୍ୟ ହୋଇପାରିବେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇପାରେ ।

ମକର -ଆଜି ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିପାରନ୍ତି । ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି । ଅଗ୍ନି ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରହିବା ଭଲ ।

କୁମ୍ଭ- ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ସହ ମନୋମାଳିନ ଦେଖାଦେଇପାରେ ।ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି ।

ମୀନ- ଆଜିର ଆପଣ ଆତ୍ମିଅଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଆନନ୍ଦିତ ରହିପାରନ୍ତି । ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯାଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେଇପାରେ । ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ ।