Daily Horoscope 2 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୨ ତାରିଖ, ବୁଧବାର, ମକର, ୨୦ ଦିନ, ମାଘମାସ, ଶୁକ୍ଳପକ୍ଷ,ପ୍ରତିପଦା ଭୁକ୍ତ ଦ୍ୱିତୀୟା ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୨ ତାରିଖ, ବୁଧବାର, ମକର, ୨୦ ଦିନ, ମାଘମାସ, ଶୁକ୍ଳପକ୍ଷ,ପ୍ରତିପଦା ଭୁକ୍ତ ଦ୍ୱିତୀୟା ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

ମେଷ - ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦୂର ହୋଇପାରେ । କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହୋଇପାରନ୍ତି । ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ଅର୍ଥ କିମ୍ବା ଦ୍ରବ୍ୟହାନି ହୋଇପାରେ ।

ବୃଷ-ଆଜି କର୍ମୋନ୍ନତି ସହ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହୋଇପାରନ୍ତି ।

ମିଥୁନ - ଆଜି ଆପଣଙ୍କର ଦିନ ମଙ୍ଗଳମୟ ହୋଇପାରେ । ଶତ୍ରୁ ମାନେ ପରାଜିତ ହେବେଅନ୍ୟମନସ୍କତା ଯୋଗୁ କୌଣସି ଜିନିଷ ହଜି ଯାଇପାରେ । ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିପାରିବେ ।

କର୍କଟ -ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସିଂହ -ଆଜି ମନ ଅସ୍ଥିର ରହିବ କିନ୍ତୁ କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିପାରିବେ । ଏଜେନ୍ସିପ୍, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହହୋଇପାରନ୍ତି ।

କନ୍ୟା -ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ । ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇପାରେ ।

ତୁଳା - ଆଜିର ଦିନ ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଅନୁକୂଳ ରହିପାରେ । ଖଳକଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ ।

ବିଛା - ଆଜି ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦେଖାଦେଇପାରେ । କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ ।

ଧନୁ - ଆଜି ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହୋଇପାରେ । କର୍ମ କ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମନା କରି କୃତକାର୍ଯ୍ୟ ହେବେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ ।

ମକର -ଆଜି ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିପାରନ୍ତି । ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି । ଅଗ୍ନି ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ ।

କୁମ୍ଭ -ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ସହ ମନୋମାଳିନ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରିବେ ।

ମୀନ - ଆଜିର ଆପଣ ଆତ୍ମିଅଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଆନନ୍ଦିତ ରହିପାରନ୍ତି । ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେଇପାରେ । ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ ।