Daily Horoscope 19 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୯ ତାରିଖ, ମଙ୍ଗଳବାର, ମେଷ ୬ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ତୃତୀୟାତିଥି, ଅନୁରାଧା ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୯ ତାରିଖ, ମଙ୍ଗଳବାର, ମେଷ ୬ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ତୃତୀୟାତିଥି, ଅନୁରାଧା ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ:- ଶିକ୍ଷାର୍ଥୀମାନେ ଉଚ୍ଚ ଶିକ୍ଷା ସ୍ୱପ୍ନକୁ ସାର୍ଥକ କରିପାରନ୍ତି । ବ୍ୟବସାୟୀମାନେ ଧନମାନ ଦିଗରୁ ସୁରକ୍ଷିତ ରହିପାରିବେ । ରାଜନୀତି କ୍ଷେତ୍ରରେ ବନ୍ଧୁମିଳନ ପାଇଁ ଦୂରଯାତ୍ରା କରିପାରନ୍ତି ।

ବୃଷ:- ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ ଖ୍ୟାତି ଅର୍ଜନ କରିପାରନ୍ତି । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ଓ ପଦୋନ୍ନତି ମଧ୍ୟ ପାଇପାରନ୍ତି । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ଆନନ୍ଦ ଉତ୍ସାହ ବୃଦ୍ଧି ହୋଇପାରେ ।

ମିଥୁନ:- ଶତ୍ରୁ ମାନେ ପରାଜିତ ହେବା ସହ ଶାରିରୀକ ଅସୁସ୍ଥତା ଦୂର ହୋଇପାରେ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କର ସହଯୋଗ ପାଇପାରନ୍ତି । ବ୍ୟବସାୟରେ ଅଧିକ ଲାଭ ହେବା ଫଳରେ ମାନସିକ ଶାନ୍ତି ମିଳିବା ସହ ଋଣଭାର ଲାଘବ ହୋଇପାରେ ।

କର୍କଟ:-ସ୍ବାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇପାରେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହୋଇପାରେ । ବାଦବିବାଦ, କ୍ରିଡା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇପାରନ୍ତି ।

ସିଂହ:-ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟାଇପାରନ୍ତି । କଳା, ସାହିତ୍ୟ, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିପାରେ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିପାରନ୍ତି ।

କନ୍ୟା:- ସ୍ୱାସ୍ଥ୍ୟ ଭଲ ରହିବା ସହ ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇପାରନ୍ତି । ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇପାରନ୍ତି । ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇପାରିବେ ।

ତୁଳା:- ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିପାରନ୍ତି । ଶିଳ୍ପବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭପାଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି ।

ବିଚ୍ଛା:- ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିହେବା ସହ ମାନସିକ ଶାନ୍ତି ଅନୁଭବ କରିପାରନ୍ତି । କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମ ଗୁଡ଼ିକରେ ସମସ୍ୟା ସମାଧାନ ହୋଇପାରେ । ବ୍ୟବସାୟରେ ଶତ୍ରୁ ମାନଙ୍କୁ ପରାଜିତ କରି ଭଲ ଲାଭ ପାଇପାରନ୍ତି ।

ଧନୁ:- ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାନୁରୂପ ଫଳ ପାଇ ପାରିପାରନ୍ତି । କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତିର ସୂଚନା ପାଇପାରନ୍ତି । ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଉତ୍ତମ ରୋଜଗାର ମିଳି ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ ।

ମକର:- ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ସହ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇପାରନ୍ତି । ବିଦ୍ୟାକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇ ସଫଳତା ମିଳିପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

କୁମ୍ଭ:- ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବେ । ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହୋଇପାରେ ।

ମୀନ:- ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିପାରେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହୋଇପାରନ୍ତି । କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି ।