Daily Horoscope 17 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୭ ତାରିଖ, ଗୁରୁବାର, କୁମ୍ଭ ୫ ଦିନ, କୃଷ୍ଣ ପକ୍ଷ ପ୍ରତିପଦ ତିଥି, ମଘା ନକ୍ଷତ୍ର,ଜାଣନ୍ତୁ ଆଜିର ରାଶିଫଳ...

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୭ ତାରିଖ, ଗୁରୁବାର, କୁମ୍ଭ ୫ ଦିନ, କୃଷ୍ଣ ପକ୍ଷ ପ୍ରତିପଦ ତିଥି, ମଘା ନକ୍ଷତ୍ର,ଜାଣନ୍ତୁ ଆଜିର ରାଶିଫଳ...

ମେଷ- ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିପାରେ । ପୂର୍ବରୁ ଯୋଜନା କରିଥିବା କାଯର୍ୟ ସମ୍ପାଦାନ କରିବପାରନ୍ତି । ପରିବାରରେ ଶାନ୍ତି ମିଳିପାରେ ।

ବୃଷ- କାର୍ଯ୍ୟ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ । ପରିବାରରେ ସାମାନ୍ୟ କଥାରେ ବଚସା ହୋଇପାରେ ।

ମିଥୁନ - ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିପାରେ । ଚାକିରିରେ ପଦୋନ୍ନତି ହୋଇପାରେ । ସୁସ୍ୱାଦୁ ଭୋଜନ କରିବେ ଏବଂ ବନ୍ଧୁ ମିଳିନ ହୋଇପାରେ ।

କର୍କଟ - ଆର୍ଥିକ କ୍ଷତି ଯୋଗୁଁ ମାନସିକ ଅଶାନ୍ତି ଦେଖାଦେଇପାରେ । ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ । ପରିବାରରେ ବାଦ ବିବାଦ ଲାଗିପାରେ ।

ସିଂହ -ଅଟକିରହିଥିବା କାର୍ଯ୍ୟକୁ ସମ୍ପନ୍ନ କରିପାରନ୍ତି । ବ୍ୟବସାୟରେ ଆଶାଠୁ ଅଧିକ ଲାଭବାନ ହୋଇପାରନ୍ତି । ପରିବାରରେ ମାନସିକ ଶାନ୍ତି ରହିପାରେ ।

କନ୍ୟା -ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ । ଛୋଟ ଛୋଟ କଥାରେ ପରିବାରରେ ବିବାଦ ଉପୁଜିପାରେ ।

ତୁଳା -କାର୍ଯ୍ୟାଧିକ ଯୋଗୁଁ କ୍ଳାନ୍ତି ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ ।

ବିଛା -ପୂର୍ବରୁ ଅଟକିଥିବା କାଯର୍ୟକୁ ସମ୍ପୂର୍ଣ୍ଣ କରିପାରିବେ । ବ୍ୟବସାୟରେ ଭଲ ଲାଭ କରିପାରନ୍ତି । ପରିବାର ଏବଂ ବନ୍ଧୁମାନଙ୍କ ସହ ଅଧିକ ସମୟ ବିତାଇପାରନ୍ତି ।

ଧନୁ - ବ୍ୟବସାୟ ବାଣିଜ୍ୟକୁ ନେଇ ଚିନ୍ତା କରିପାରନ୍ତି । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି । ଦୂରଯାତ୍ରା କରିପାରନ୍ତି ।

ମକର- କାର୍ଯ୍ୟ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପରିବାରରେ କଳହ ଦେଖାଦେଇପାରେ ।

କୁମ୍ଭ -ବ୍ୟବସାୟରେ ଲାଭ ହୋଇପାରେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିବାରରେ ସୁଖ ଶାନ୍ତି ପାଇପାରିବେ ।

ମୀନ -କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯାଇପାରେ । ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇପାରିବେ । ସମାଜରେ ମାନସମ୍ମାନ ବୃଦ୍ଧି ହେବ, ସ୍ବାସ୍ଥ୍ୟରେ ଉନ୍ନତ୍ତି ଆସିପାରେ ।