Daily Horoscope17 Dec 2021: ଜାଣନ୍ତୁ, ଆଜିର ରାଶିଫଳ...

୨୦୨୧ ମସିହା, ଡିସେମ୍ବର ମାସ ୧୭ ତାରିଖ । ଶୁକ୍ରବାର, ଧନୁ ୨ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୃତ୍ତିକା ନକ୍ଷତ୍ର ।

ସାଙ୍କେତିକ ଚିତ୍ର

ଆଜି ଦିନର ମହତ୍ତ୍ୱ କ’ଣ ରହିଛି ?

୨୦୨୧ ମସିହା, ଡିସେମ୍ବର ମାସ ୧୭ ତାରିଖ । ଶୁକ୍ରବାର, ଧନୁ ୨ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୃତ୍ତିକା ନକ୍ଷତ୍ର ।

ମେଷ:-

ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକା ହେବାର ସମ୍ଭାବନା ରହିଛି । ଅର୍ଥ ଜନିତ ସମସ୍ୟା ଯୋଗୁଁ ମନ ଅଶାନ୍ତ ରହିପାରେ ।

ମହିଳାମାନେ ଚିନ୍ତିତ ରହିବେ ।

ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ଏବଂ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ବୃଷ:-

କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବାର ଅନେକ ସମ୍ଭାବନା ରହିଛି । ପଦୋନ୍ନତି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିପାରେ, ମହିଳାମାନେ ସୁଖ ଶାନ୍ତି ପାଇବେ ।

ପ୍ରତିକାର:- ଗୋମାତାଙ୍କୁ ସବୁଜ ଚାରା ପ୍ରଦାନ କରନ୍ତୁ

ମିଥୁନ :-

ବ୍ୟବସାୟ ବାଣିଜ୍ୟରେ ଆୟ ତୁଳନାରେ ବ୍ୟୟ ଅତ୍ୟଧିକ ହେବା ଯୋଗୁଁ ମନ ଅଶାନ୍ତ ରହିବ । ନିଜ ମନ ପସନ୍ଦର ଦ୍ରବ୍ୟ ହାନୀ ହୋଇପାରେ । ମହିଳାମାନେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରିପାରନ୍ତି ।

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କର୍କଟ:-

କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବା ସମ୍ଭାବନା ରହିଛି । ମହିଳାମାନେ ପାରିବାରିକ ସୁଖ ଶାନ୍ତି ଭୋଗ କରିବେ ।

ପ୍ରତିକାର- ଧଳା ରଙ୍ଗର ବ୍ୟବହାର କରନ୍ତୁ

ସିଂହ:-

ଦୂରଯାତ୍ରାର ସୁଯୋଗ ମିଳିବା ସହ ବନ୍ଧୁବାନ୍ଧବଙ୍କ ସହ ମିଳନ ହେବାର ସମ୍ଭାବନା ରହିଛି । ନୂତନ କର୍ମପନ୍ଥା ମିଳିପାରେ, ତେବେ ଏଥିପାଇଁ ଚେଷ୍ଟା କରନ୍ତୁ । ବିଶିଷ୍ଟ ବ୍ୟକ୍ତିଙ୍କର ସାହାଯ୍ୟ ସହଯୋଗ ମଧ୍ୟ ପାଇପାରନ୍ତି ।

ପ୍ରତିକାର-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା:-

ନିଜର କିଛି ଭୁଲ କାର୍ଯ୍ୟ ଯୋଗୁଁ ନିଜେ ଅନୁତପ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିବାଦ ଦେଖାଦେଇ ପାରେ, ତେଣୁ ସତର୍କ ରୁହନ୍ତୁ । ମହିଳାମାନେ ଧର୍ମ ପରାୟଣ ହେବେ ।

ପ୍ରତିକାର:-ଶ୍ରୀ ଗଣେଶଙ୍କୁ ଆରାଧନା କରି କର୍ମକ୍ଷେତ୍ରକୁ ଯାଆନ୍ତୁ

ବିଛା :-

ସମସ୍ତ କାର୍ଯ୍ୟରେ ସଫଳତା ପାଇବାର ଦିନଟିଏ । ଏଣୁ ଦିନଟିର ସଦ୍ଉପଯୋଗ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବାସହ ନୂତନ କାର୍ଯ୍ୟ ପନ୍ଥା ମିଳିବାର ସମ୍ଭାବନା ରହିଛି । ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ ।

ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ

ଧନୁ:-

ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବାର ସମ୍ଭାବନା ରହିଛି । ନୂତନ କାର୍ଯ୍ୟ ଭାର ହାତକୁ ନେବେ ଏବଂ ସଫଳତାର ସହ ସମ୍ପୂର୍ଣ୍ଣ କରି ପ୍ରଶଂସା ମଧ୍ୟ ପାଇପାରନ୍ତି । ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ ।

ପ୍ରତିକାର-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର:-

ଇଛିତ ଅଭିଳାଶ ପୂରଣ ହୋଇପାରେ । ଆର୍ଥିକ ସ୍ଥିତି ଭଲ ରହିବ, ବନ୍ଧୁବାନ୍ଧବଙ୍କ ସହିତ ଭ୍ରମଣ କରିପାରନ୍ତି । ପରିବାରରେ ମହିଳାମାନେ ଶାନ୍ତି ପାଇବେ ।

ପ୍ରତିକାର-ନୀଳ ରଙ୍ଗର ବ୍ୟବହାର କରନ୍ତୁ

କୁମ୍ଭ:-

କର୍ମକ୍ଷେତ୍ରରେ ବିଶୃଙ୍ଖଳା ଦେଖାଦେଇପାରେ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଳାନ୍ତି ଏବଂ ମାନସିକ ଅଶାନ୍ତି ମଧ୍ୟ ପାଇପାରନ୍ତି । ମହିଳାମାନେ ଧର୍ମକାର୍ଯ୍ୟରେ ମନ ଦେବେ ।

ପ୍ରତିକାର : ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ

ମୀନ:-

ବନ୍ଧୁବାନ୍ଧବମାନେ ସାହାଯ୍ୟ ସହଯୋଗର ହାତ ବଢାଇ ପାରନ୍ତି । ସୁଖାଦ୍ୟ ଭୋଜନ ସହ ଦୂର ଯାତ୍ରାର ଯୋଗ ରହିଛି । ବ୍ୟବସାୟରେ ଭଲ ଆୟ ଭଲ ହେବାର ସମ୍ଭାବନା ରହିଛି । ହେଲେ ଆଜି ଦିନରେ ପାରିବାରିକ ଅଶାନ୍ତି ଦେଖା ଦେଇପାରେ ।

ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ