ଆଜି ୨୦୨୨ ମସିହା, ମେ ମାସ, ୧୬ ତାରିଖ, ସୋମବାର, ବୃଷ, ୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ....
ପ୍ରଥମ ୬ଟି ରାଶି, ମେଷ ରାଶିଠାରୁ କନ୍ୟା ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ ଜାଣନ୍ତୁ...
ମେଷ :-
Also Read
- ବାକି ପଡିଥିବା ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିପାରେ
- କର୍ମ କ୍ଷେତ୍ରକୁ ନେଇ ମନରେ ଅସ୍ଥିରତା ଦେଖାଦେଇପାରେ
- ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶ୍ରୃତି ଦେଇପାରନ୍ତି
ପ୍ରତିକାର- ଲାଲ୍ ସିନ୍ଦୁର ମଥାରେ ଲଗାନ୍ତୁ
ବୃଷ:-
- ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେଇପାରେ
- ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି
- ବାକି ପଡିଥିବା ଅର୍ଥ ଆଦାୟ ହୋଇପାରେ
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ
ମିଥୁନ:-
- ଗୁପ୍ତ ଶତ୍ରୁମାନେ ମନରେ ଭୟ ସୃଷ୍ଟି କରାଇପାରନ୍ତି
- ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବାରୁ ମନ ଭଲ ରହିନପାରେ
- ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇପାରନ୍ତି
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ
କର୍କଟ:-
- ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହୋଇପାରେ
- ବହୁଦିନର ଆଶା କରିଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି
- ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି
ପ୍ରତିକାର- ମାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ
ସିଂହ:-
- ବ୍ୟବସାୟୀ ମାନଙ୍କର ବ୍ୟୟଭାବ ଓ ଅର୍ଥାଭାବ ଦେଖାଦେବାରୁ ମନରେ ଅସ୍ଥିରତା ଦେଖାଦେଇପାରେ
- ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରନ୍ତି
- ଅପରାହ୍ନରେ ଖୁସି ଖବର ମିଳିବାରୁ ମନ ଖୁସି ରହିପାରେ
ପ୍ରତିକାର- ବେଲ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ
କନ୍ୟା:-
- ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇପାରନ୍ତି
- ପ୍ରତ୍ୟେକଟି କାର୍ଯ୍ୟରେ ଶୁଭଫଳ ପାଇପାରନ୍ତି
- ଧାର ପଡିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିପାରେ
ପ୍ରତିକାର- ଚନ୍ଦନ ମଥାରେ ଲଗାନ୍ତୁ
ବାକି ରହିଥିବା ୬ଟି ରାଶି, ତୁଳା ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ ଜାଣନ୍ତୁ...
ତୁଳା:-
- ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଓ ଜୀବନ ସୁଖମୟ ହୋଇପାରେ
- ନୂତନ କାର୍ଯ୍ୟ ନିମିତ୍ତ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି
- ସୁସ୍ୱାଦୁ ଭୋଜନ ଏବଂ ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି
ପ୍ରତିକାର-ଶ୍ରୀ ଗଣେଶଙ୍କ ପାଖରେ ସାତଟି ଧଳା ଅପରାଜିତା ଫୁଲ ଚଡାନ୍ତୁ
ବିଛା :-
- ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି
- ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିପାରେ
- ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ
- ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧି ହୋଇପାରେ
ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ
ଧନୁ:-
- ପରିବାରରେ ସମସ୍ତେ ଖୁସିରେ ରହିପାରନ୍ତି
- ସମସ୍ତଙ୍କ ମନରେ ଭଲ ପାଇବା ବଢିପାରେ
- ସ୍ୱାସ୍ଥ୍ୟ ଅନେକାଂଶରେ ଆଗ ଅପେକ୍ଷା ଭଲ ରହିପାରେ
- ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରନ୍ତି
ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ
ମକର :-
- ବ୍ୟବସାୟ ବାଣିଜ୍ୟକୁ ବଢାଇବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି
- ପିଲାମାନଙ୍କର ଭବିଷ୍ୟତକୁ ନେଇ ବାପା ମା ଚିନ୍ତାଗ୍ରସ୍ତ ରହିପାରନ୍ତି
- ଅପରାହ୍ନରେ କୌଣସି ଏକ ଖବର ଶୁଣି ମନୋବଳ ଭାଙ୍ଗିଯାଇପାରେ
ପ୍ରତିକାର- ଶ୍ରୀ ହନୁମାନ ସିନ୍ଦୁର ମଥାରେ ଲଗାନ୍ତୁ
କୁମ୍ଭ:-
- ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ନିନ୍ଦିତ ଅପମାନିତ ହୋଇପାରନ୍ତି
- ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରିବେ
- ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ସୃଷ୍ଟି କରାଇପାରେ
ପ୍ରତିକାର- ଶ୍ରୀ ହନୁମତେ ନମଃ, ମନ୍ତ୍ର ଉଚ୍ଚାରଣ କରନ୍ତୁ
ମୀନ :-
- ଶତ୍ରୁମାନେ ପରାଜୟ ସ୍ୱୀକାର କରିପାରନ୍ତି
- ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ
- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ
- ଅପରାହ୍ନ ପରେ ସ୍ୱାସ୍ଥ୍ୟଗତ ପୀଡା ଦେଖାଦେଇପାରେ
ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ