Daily Horoscope 16 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୬ ତାରିଖ, ଶନିବାର, ମେଷ ୩ ଦିନ, ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ହସ୍ତା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୬ ତାରିଖ, ଶନିବାର, ମେଷ ୩ ଦିନ, ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ହସ୍ତା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ- କାର୍ଯ୍ୟ କ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ, ସତର୍କ ରହି କାର୍ଯ୍ୟ କରନ୍ତୁ । ଅଯଥା ବିବାଦରୁ ଦୂରେଇ ରୁହନ୍ତୁ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି ।

ବୃଷ- ଶାରିରୀକ ଓ ମାନସିକ ସୁସ୍ଥତା ଅନୁଭବ କରିପାରନ୍ତି । ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ, କିନ୍ତୁ ଆଘାତ ଲାଗିପାରେ ।

ମିଥୁନ- କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ, ସତର୍କ ରୁହନ୍ତୁ । ଆୟ ବ୍ୟୟ ସମାନ ରହିପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେଇପାରନ୍ତି ।

କର୍କଟ- ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ଆସିବ ।କର୍ମ କ୍ଷେତ୍ରରେ ବିବାଦ ଉପୁଜିବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେଇପାରେ । ଶାରିରୀକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ ।

ସିଂହ- ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ,ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରନ୍ତି । ଦୁର୍ଘଟଣାର ଭୟ ରହିଛି । ନୂତନ କାର୍ଯ୍ୟଭାର ହାତକୁ ନେବେ ଏବଂ ସମ୍ପୂର୍ଣ୍ଣ ମଧ୍ୟ କରିପାରିବେ ।

କନ୍ୟା- ବ୍ୟବସାୟରୁ ଅଧିକ ଲାଭ ପାଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ, ଶତ୍ରୁମାନେ ପରାଜିତ ହୋଇପାରିବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ ।

ତୁଳା- ବିଭିନ୍ନ କାରଣରୁ ମାନସିକ ଦୁଶ୍ଚିନ୍ତା ଲାଗିରହିପାରେ । ଶତ୍ରୁମାନେ ହଇରାଣ କରିପାରନ୍ତି, ସତର୍କ ରୁହନ୍ତୁ । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

ବିଛା- ଶାରିରୀକ ଅସୁସ୍ଥତା ଦେଖାଦେଇପାରେ ।ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ଶାନ୍ତି ରହିପାରେ ।

ଧନୁ:- କର୍ମ କ୍ଷେତ୍ରରେ ବିବାଦ ଉପୁଜିପାରେ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।

ମକର:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ଚାକିରୀରେ ପଦୋନ୍ନତି ମଧ୍ୟ ହୋଇପାରେ । ଶାରିରୀକ ଅସୁସ୍ଥତା ଯୋଗୁଁ ମାନସିକ ଅଶାନ୍ତି ଭୋଗ କରିପାରନ୍ତି ।

କୁମ୍ଭ:-ବକେୟା ଅର୍ଥ ପ୍ରାପ୍ତି ହୋଇପାରେ । ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ମଧ୍ୟ ରହିଛି । ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ ।

ମୀନ:- ପରିବାରରେ ଶାନ୍ତିଶୃଙ୍ଖଳା ରହିପାରେ । ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହୋଇପାରେ । ଶାରିରୀକ ଓ ମାନସିକ ଶାନ୍ତି ପାଇପାରନ୍ତି ।