Astrospeak
  • Live TV
  • Read In English

Daily Horoscope,15 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅୋକ୍ଟୋବର ମାସ ୧୫ ତାରିଖ, ଶୁକ୍ରବାର, କନ୍ୟା ୨୯ଦିନ, ଆଶ୍ୱିନ ମାସ, ଶୁକ୍ଳପକ୍ଷ, ଦଶମୀତିଥି,ଶ୍ରବଣା ନକ୍ଷତ୍ର, ମକରଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Daily Horoscope, 25 Sept 2021
ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅୋକ୍ଟୋବର  ମାସ ୧୫ ତାରିଖ, ଶୁକ୍ରବାର, କନ୍ୟା ୨୯ଦିନ, ଆଶ୍ୱିନ ମାସ, ଶୁକ୍ଳପକ୍ଷ, ଦଶମୀତିଥି,ଶ୍ରବଣା ନକ୍ଷତ୍ର, ମକରଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ପରିବାର ସହିତ ଆଜି ପରିଭ୍ରମଣ ଯୋଗ ରହିଛି । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରିବେ। ରାଜନୀତି କରୁଥିବା ଲୋକମାନଙ୍କର ଦିନଟି ଭଲ କଟିପାରେ ।

ପ୍ରତିକାର- ଶ୍ରୀଗଣେଶଙ୍କୁ ଦୁବ ଅର୍ପଣକରନ୍ତୁ

 

ବୃଷ:-ବ୍ୟବସାୟରେ ଲାଭବାନ ହୋଇପାରିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ । ଜମିଜମା କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ଘରକୁ ଅତିଥୀ ଆଗମନ ସହ ସୁସ୍ୱାଦୁ ଭୋଜନ କରିପାରନ୍ତି ।

ପ୍ରତିକାର:- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ

 

ମିଥୁନ:- ବନ୍ଧୁଙ୍କର ସାହାଯ୍ୟ ସହାନୁଭୁତି ମିଳିପାରେ । ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । କର୍ମ କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନରେ ଆତ୍ମ ସନ୍ତୋଷ ମିଳିପାରିବ ।

ପ୍ରତିକାର- ଛୋଟ ପିଲାଙ୍କୁ ମିଠା ଖାଦ୍ୟ ବାଣ୍ଟି ଦିଅନ୍ତୁ

 

କର୍କଟ:-ଶତୃମାନେ ବନ୍ଧୁତାର ହାତ ବଢାଇପାରନ୍ତି । ବ୍ୟବସାୟରେ ଅର୍ଥ ଲାଭ ଦେଖାଦେଇପାରେ । ଛାତ୍ର ଛାତ୍ରୀଙ୍କର ପାଠ ପଢାରେ ମନ ନ ଲାଗିପାରେ ।

ପ୍ରତିକାର- ତୁଳସୀ ଗଛମୂଳରେ ଜଳ ଅର୍ପଣ କରନ୍ତୁ

 

ସିଂହ :-ସ୍ୱାମୀ ସ୍ତ୍ରୀ ମଧ୍ୟର ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ମାନ ସମ୍ମାନ ପଦ ମର୍ଯାଦା ମିଳିପାରିବ । କ୍ଷୁଦ୍ର ବ୍ୟବସାୟୀମାନେ ଲାଭ ପାଇପାରିବାରୁ ପରିବାରରେ ହସଖୁସିରେ ସମୟ କଟିପାରିବ ।

ପ୍ରତିକାର-ଶ୍ରୀହନୁମାନ ଗାୟତ୍ରୀ ପାଠ କରନ୍ତୁ

 

କନ୍ୟା :-ବନ୍ଧୁଙ୍କ ମାଧ୍ୟମରେ ଖୁସିଖବର ପ୍ରାପ୍ତି ହୋଇପାରେ । ମନରେ ଶାନ୍ତି ଆସିବପାରେ । ପରିବାରରେ ଶାନ୍ତିର ବାତାବରଣ ରହିବାର ସମ୍ଭାବନା ରହିଛି ।

ପ୍ରତିକାର:-ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

 

ତୁଳା:- ସ୍ୱାସ୍ଥ୍ୟ ଭଲ ରହିବାର ଆଶା ନାହିଁ । ମିଡିଆରେ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ କଟିପାରେ । ପ୍ରେମ ସମ୍ବନ୍ଧରେ ସଫଳତା ପାଇପାରିବେ, ପାରିବାରିକ ସମସ୍ୟା ଦେଖାଦେଇପାରେ ।

ପ୍ରତିକାର-ଧଳାବସ୍ତ୍ର ପରିଧାନ କରନ୍ତୁ

 

ବିଚ୍ଛା:- ପ୍ରାଇଭେଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ଏବଂ ମାନସମ୍ମାନ ମିଳିପାରେ । ସନ୍ତାନ ସନ୍ତତି ମାନଙ୍କ ପାଠ ପଢାରେ ଉନ୍ନତି ହେବାରୁ ବାପା ମା ଖୁସି ଅନୁଭବ କରିପାରନ୍ତି । ଅପରାହ୍ନରେ କୌଣସି ଏକ ସମସ୍ୟାକୁ ନେଇ ଅସନ୍ତୋଷ ଦେଖାଦେଇପାରେ ।

ପ୍ରତିକାର- ଶ୍ରୀହନୁମାନ ସିନ୍ଦୁର ମଥାରେ ଲଗାନ୍ତୁ

 

ଧନୁ: - କ୍ୟାରିଅର ଆଗକୁ ବଢିବା ପାଇଁ ସୁଯୋଗ ମିଳିପାରିବ । କର୍ମ କ୍ଷେତ୍ରରେ ଅପବାଦ ପାଇବାର ଯୋଗ ରହିଛି ସେଥିପାଇଁ ସତର୍କ ରୁହନ୍ତୁ । ବ୍ୟବସାୟରୁ ଅଚାନକ ଧନ ଲାଭ ହୋଇପାରେ ।

ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

 

ମକର:- ପାରିବାରିକ ସମସ୍ୟା ସମାଧାନ ହୋଇପାରିବ । ଶତୃମାନେ ମିତ୍ରତାର ହାତ ବଢାଇପାରନ୍ତି । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧି ହୋଇପାରିବ ।

ପ୍ରତିକାର-ପାଖରେ ମୟୁର ପୁଛକୁ ରଖନ୍ତୁ

 

କୁମ୍ଭ:- କର୍ମ କ୍ଷେତ୍ରରେ ଖୁସି ଅନୁଭବ କରିପାରିବା ସହ ଭ୍ରମଣର ଯୋଗ ରହିଛି । ବନ୍ଧୁ ବାନ୍ଧବ ସହଯୋଗର ହାତ ବଢାଇବେ ।

ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି ।

ପ୍ରତିକାର - ଗାଇକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ

 

ମୀନ:- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେଇପାରନ୍ତି । ବିଜିନେସ୍ କରୁଥିବା ବ୍ୟକ୍ତିମାନେ ଲାଭବାନ ହୋଇରପାରନ୍ତି । ଜୀବନ ସାଥୀଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ।

ପ୍ରତିକାର-କୁକୁର, କାଉ ଓ ପାରାଙ୍କୁ ଖାଦ୍ୟ ଦିଅନ୍ତୁ