Daily Horoscope 15 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ ୧୫ ତାରିଖ, ମଙ୍ଗଳବାର, କୂମ୍ଭ ୩  ଦିନ, ମାଘମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ  ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Daily Horoscope

ଆଜି ୨୦୨୨ ମସିହା, ଫେବୃଆରୀ ମାସ ୧୫ ତାରିଖ, ମଙ୍ଗଳବାର, କୂମ୍ଭ ୩  ଦିନ, ମାଘମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ  ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଶାରୀରିକ ପିଡ଼ା ଦେଖା ଦେଇପାରେ। ମାନସିକ ଅଶାନ୍ତି ଭୋଗ କରିପାରନ୍ତି। ସତର୍କ ରୁହନ୍ତୁ। 
ପ୍ରତିକାର- ଆଦିତ୍ୟ ହୃଦୟ ସ୍ରୋତକୁ ପାଠ କରନ୍ତୁ

ବୃଷ: ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଧଳା ବସ୍ତ୍ର ପରିଧାନ କରନ୍ତୁ 

ମିଥୁନ: ବ୍ୟବସାୟରେ ଅଧିକ ବ୍ୟୟ ହୋଇପାରେ। ନିଜର ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ସତର୍କ ରୁହନ୍ତୁ। ବନ୍ଧୁମାନଙ୍କ ସାହଯ୍ୟ ସହଯୋଗ ପାଇବେ।
ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ 

କର୍କଟ: କର୍ମକ୍ଷେତ୍ରରେ ଉନ୍ନତି କରିବେ। ବ୍ୟବସାୟରେ ଲାଭ କରିବେ। ସୁସ୍ୱାଦୁ ଭୋଜନ ସହିତ ଆମୋଦରେ ଦିନଟିକୁ ଅତିବାହିତ କରିବେ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ସିଂହ: ବ୍ୟବସାୟରେ ଲାଭ ହୋଇପାରେ। ଅଧିକ କାର୍ଯ୍ୟଭାର ଯୋଗୁ କ୍ଳାନ୍ତି ଅନୁଭବ କରିବେ। ପାରିବାରିକ ଶାନ୍ତି ବଜାୟ ରହିବ।
ପ୍ରତିକାର- ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

କନ୍ୟା: ମାନସମ୍ମାନ ପ୍ରାପ୍ତି ହେବ। ପୂର୍ବରୁ ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ

ତୁଳା: କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିପାରେ। ଶତ୍ରୁମାନେ କ୍ଷତି କରିପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ।
ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ 

ବିଛା: ବ୍ୟବସାୟରେ ଅର୍ଥହାନୀ ଦେଖା ଦେଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଏହାସହ ପାରିବାରିକ ସମସ୍ୟା ଦେଖା ଦେଇପାରେ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସାହାଯ୍ୟ ପାଇବେ
ପ୍ରତିକାର- ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

ଧନୁ: ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ସୁସ୍ୱାଦୁ ଭୋଜନ କରିବେ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇବେ। ବ୍ୟବସାୟୀମାନେ ଲାଭ ପାଇପାରିବେ, ଭ୍ରମଣ ଯୋଗ ରହିଛି।
ପ୍ରତିକାର- ମଥାରେ ଚନ୍ଦନ ଟିକା ଲଗାନ୍ତୁ

ମକର: ବ୍ୟବସାୟରେ ଲାଭ ହେବାରୁ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦୁର୍ଘଟଣା ଭୟ ଥିବାରୁ ଯାନବାହାନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ।
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

କୁମ୍ଭ: କର୍ମକ୍ଷେତ୍ରରେ ପଦୋନ୍ନତି ଏବଂ ମାନସମ୍ମାନ ମିଳିବାରୁ ଦୂରସ୍ଥାନକୁ ଭ୍ରମଣ କରିବେ। ବୃତ୍ତିଗତ କାର୍ଯ୍ୟକୁ ନେଇ ମନରେ ଦ୍ୱନ୍ଦ ଆସିବ। ପରିବାର ପାଇଁ ବନ୍ଧୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବେ।
ପ୍ରତିକାର- ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

ମୀନ: ଆଜି ଅଚାନକ ଯେକୌଣସି ଦ୍ରବ୍ୟ ଲାଭର ଯୋଗ ରହିଛି। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ। ଜୀବନ ସାଥିଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ।
ପ୍ରତିକାର- ମଥାରେ ଚନ୍ଦନ ଟିକା ଲଗାନ୍ତୁ