Advertisment

Daily Horoscope 14 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୪ ତାରିଖ, ସୋମବାର, କୂମ୍ଭ୨ ଦିନ, ମାଘମାସ,ଶୁକ୍ଳପକ୍ଷ, ତ୍ରୟୋଦଶ ତିଥି, ପୁନର୍ବସୁ ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Daily Horoscope 14 Feb 2022

Daily Horoscope 14 Feb 2022

Advertisment

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୪ ତାରିଖ, ସୋମବାର, କୂମ୍ଭ୨ ଦିନ, ମାଘମାସ,ଶୁକ୍ଳପକ୍ଷ, ତ୍ରୟୋଦଶ ତିଥି, ପୁନର୍ବସୁ ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ- ମାଙ୍ଗଳିକ କାର୍ଯ୍ୟ ହେଉ କିମ୍ବା କର୍ମକ୍ଷେତ୍ରକୁ ନେଇ ଶୁଭ ଖବର ପ୍ରାପ୍ତି ହୋଇପାରେ । ଆର୍ଥିକ ସମସ୍ୟା ଦ୍ୱର ହେବ ଏବଂ ବ୍ୟବସାୟରେ ଲାଭ ମିଳିପାରେ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହୋଇପାରେ ।

  • ପ୍ରତିକାର- ଗଂ ଗଣପତୟ ନମଃ ଜପ କରନ୍ତୁ

ବୃଷ- କର୍ମ କ୍ଷେତ୍ରରେ ମାନସମ୍ମାନ ଓ ପଦ ମର୍ଯ୍ୟଦା ବୃଦ୍ଧି ହୋଇପାରେ । ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ଆସିପାରେ । ପ୍ରତ୍ୟେକ କର୍ଯ୍ୟରେ ଜୟଯୁକ୍ତ ହୋଇପାରିବେ ।

Advertisment
  • ପ୍ରତିକାର-ଧଳା ବସ୍ତ୍ର ପରିଧାନ କରନ୍ତୁ

ମିଥୁନ –ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥହାନି ଯୋଗ ରହିଛି । ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ୟବସାୟରେ ସଫଳତା ପାଇପାରିବେ ।

  • ପ୍ରତିକାର- ମିଠା ଖାଦ୍ୟ ଖାଆନ୍ତୁ

କର୍କଟ -ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ଘରକୁ ଅତିଥି ଆସିବେ ଏବଂ ସୁସ୍ୱାଦୁ ଭୋଜନ କରିପାରନ୍ତି ।

Advertisment
  • ପ୍ରତିକାର- ମହାଦେବଙ୍କୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ

ସିଂହ- ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥବ୍ୟୟ ହୋଇପାରେ । ନିଜର ଲୋକମାନେ ଇର୍ଷା କରିବେ । ଯାନ ବାହାନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

କନ୍ୟା- କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରେ । ସାମାଜିକ କ୍ଷେତ୍ରରେ ମାନସମ୍ମାନ ଓ ଯଶ ପ୍ରାପ୍ତି ହୋଇପାରେ । ବହୁଦିନରୁ ଚିନ୍ତାକରୁଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି ।

  • ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ତୁଳା- ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ପତି ପତ୍ନୀଙ୍କ ମନୋମାଳିନ୍ୟ ଦୂର ହୋଇପାରେ । ଅନ୍ଧ ଭାବରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ ।

  • ପ୍ରତିକାର- ଜଳରେ ଚନ୍ଦନ ମିଶାଇ ପିଅନ୍ତୁ

ବିଛା- ଶତ୍ରୁ କ୍ଷତି କରିବାକୁ ଚାହିଁଲେବି ଆପଣ ଆଜି ଶତ୍ରୁଙ୍କୁ ହରାଇଦେବେ । ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ ବା କୌଣସି କାଗଜରେ ଅନ୍ଧଭାବେ ଦସ୍ତଖତ କରନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ ।

  • ପ୍ରତିକାର- ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ

ଧନୁ- ପ୍ରେମରେ କିଛି ମତଭେଦ ହୋଇପାରେ । ଖାଦ୍ୟ ଭଲ ମିଳିବ ,ବୁଲାବୁଲିରେ ମନ ଲାଗି ରହିପାରେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିପାରେ ।

  • ପ୍ରତିକାର-ଗାୟତ୍ରୀମନ୍ତ୍ର ପାଠ କରନ୍ତୁ

ମକର- ଜୀବନସାଥୀଙ୍କ ସହିତ ଭ୍ରମଣ ଯୋଗ ରହିଛି । ନୂତନ ବ୍ୟବସାୟ ପାଇଁ ଅର୍ଥ,ସ୍ଥାନ,ଗୃହ ର ସମସ୍ୟା ଥିଲେ ଆଜି ସମାଧାନର ବାଟ ଖୋଲିଯାଇପାରେ । ମାଆଙ୍କ ଠାରୁ ଉପହାର ସହିତ ବନ୍ଧୁମିଳନର ଯୋଗ ରହିଛି ।

  • ପ୍ରତିକାର- ମାଙ୍କୁ କିଛି ଉପହାର ଦିଅନ୍ତୁ

କୁମ୍ଭ -ଶୁଭ ଖବର ମିଳିବ, ଅଧିକ ବିଳମ୍ବରେ ଘରକୁ ଫେରନ୍ତୁ ନାହିଁ । ଭାଇ ଭଉଣୀଙ୍କ ସହିତ କଳି ଝଗଡାକୁ ଏଡାଇ ଦିଅନ୍ତୁ । ପଡୋଶୀଙ୍କୁ ନେଇ କିଛି ସମସ୍ୟା ଦେଖାଦେଇପାରେ ।

  • ପ୍ରତିକାର- ମହାଦେବଙ୍କୁ କର୍ପୂର ଆଳତୀ କରନ୍ତୁ

ମୀନ- ପରିବାର ଭିତରେ କଳି ଝଗଡାକୁ ଏଡାଇ ଦିଅନ୍ତୁ । ସନ୍ତାନଙ୍କ ବ୍ୟବହାର ଆପଣଙ୍କୁ କଷ୍ଟ ଦେଇପାରେ । ଦାନ୍ତରେ ମୁଣ୍ଡରେ କିଛି ସମସ୍ୟା ଦେଖାଦେଇପାରେ , ଅର୍ଥକୁ ନେଇ ଚିନ୍ତା ଲାଗି ରହିପାରେ ।

  • ପ୍ରତିକାର- ଦୂର୍ଗା ଚାଳିଶା ପାଠ କରନ୍ତୁ
Daily Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ