Advertisment

Daily Horoscope 13 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୩ ତାରିଖ, ବୁଧବାର, ମୀନ ୩୦ ଦିନ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି ମଘା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

undefined

Daily Horoscope 30 March 2022

Advertisment

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୩ ତାରିଖ, ବୁଧବାର, ମୀନ ୩୦ ଦିନ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି ମଘା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ:-କର୍ମ କ୍ଷେତ୍ରରେ ଅତ୍ୟଧିକ ଚାପଗ୍ରସ୍ତ ରହି କାମ କରିବା ଦ୍ୱାରା ମାନସିକ ଅଶାନ୍ତି ପାଇରନ୍ତି । ପ୍ରିୟଜନଙ୍କ ସହ ଦେଖାସାକ୍ଷାତ ହୋଇପାରେ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିପାରନ୍ତି ।

  • ପ୍ରତିକାର-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ବୃଷ:- ଉଚ୍ଚ ପଦାଧିକାରୀଙ୍କ ସହ ମନାନ୍ତର ମତାନ୍ତର ହୋଇ ମାନସିକ ଅଶାନ୍ତି ଭୋଗ କରିପାରନ୍ତି । ପାରିବାରରେ ସମସ୍ତେ ସହଯୋଗ କରିପାରନ୍ତି । ଦୂରଯାତ୍ରା କରିପାରନ୍ତି ।

Advertisment
  • ପ୍ରତିକାର- ସୋମ ସୋମାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ମିଥୁନ:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରିବେ । ଚାକିରୀ କ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ । ପରିବାରରେ ସାମାନ୍ୟ ମତଭେଦ ହୋଇପାରେ ।

  • ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

କର୍କଟ:- ଆମଦାନୀ ରପ୍ତାନୀ କାର୍ଯ୍ୟରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଶୁଭଫଳ ଏବଂ ବିପୁଳ ଅର୍ଥଲାଭ ହୋଇପାରେ । ପରିବାରରେ କିନ୍ତୁ ବିବାଦ ଉପୁଜିବା ଯୋଗୁଁ ମନ ଅଶାନ୍ତ ରହିପାରେ । ଆଘାତ ମଧ୍ୟ ଲାଗିପାରେ ସତର୍କ ରୁହନ୍ତୁ ।

Advertisment
  • ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ଏବଂ ଚନ୍ଦନର ତିଳକ ଲଗାନ୍ତୁ

ସିଂହ:-ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

କନ୍ୟା:- ବ୍ୟବସାୟ ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ କିନ୍ତୁ ମାନସିକ ଅସ୍ଥିରତା ଲାଗିରହିପାରେ । ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇଯାଇପାରେ । ପରିବାରିକ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର-ଗୋ ମାତାଙ୍କୁ ସବୁଜ ଚାରା ପ୍ରଦାନ କରନ୍ତୁ

ତୁଳା: - କାର୍ଯ୍ୟଭାର ଅତ୍ୟଧିକ ହୋଇପାରେ । ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି । ଠିକ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି ।

  • ପ୍ରତିକାର-ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ବିଛା:-ନିଜର ଭୁଲ କାର୍ଯ୍ୟକୁ ନେଇ କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପରିବାରରେ ମତଭେଦ ହେବାଦ୍ୱାରା ମାନସିକ ଅଶାନ୍ତି ପାଇପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇ ପରିସ୍ଥିତିକୁ ମୁକାବିଲା କରିପାରନ୍ତି ।

  • ପ୍ରତିକାର-ହନୁମାନ ଚାଳିସା ପାଠ କରନ୍ତୁ

ଧନୁ:- ଅତ୍ୟଧିକ ପରିଶ୍ରମ ସତ୍ତ୍ୱେ ପରିଶ୍ରମ ବୃଥା ଯାଇପାରେ । ନୂତନ ବ୍ୟବସାୟ ଆରମ୍ଭ ପାଇଁ ଯୋଜନା କରିପାରନ୍ତି । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି ।

  • ପ୍ରତିକାର-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର:-କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଠାରୁ ଅସହଯୋଗ ପାଇପାରନ୍ତି । ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ କିମ୍ବା ଚୋରୀ ହୋଇଯାଇପାରେ । ଆଘାତ ଲାଗିପାରେ ସତର୍କ ରୁହନ୍ତୁ ।

  • ପ୍ରତିକାର- ଶିବଲିଙ୍ଗରେ କ୍ଷୀର ଅଭିଷେକ କରନ୍ତୁ

କୁମ୍ଭ:- କର୍ମକ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପରନ୍ତି । ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ମୀନ:- ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିପାରନ୍ତି । ଉଚ୍ଚପଦାଧୀକାରୀଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ପାରିବାରିକ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ
Daily Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ