Advertisment

Daily Horoscope 12 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୨ ତାରିଖ, ଶନିବାର, କୁମ୍ଭ୨୮ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ, ନବମୀତିଥି, ଆଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Daily Horoscope

Daily Horoscope

Advertisment

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୨ ତାରିଖ, ଶନିବାର, କୁମ୍ଭ୨୮ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ, ନବମୀତିଥି, ଆଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ: କର୍ମ କ୍ଷେତ୍ରରେ ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇପାରେ ।ମନ ମୁତାବକ କାଯର୍ୟକରିବାର ସୁଯୋଗ ପାଇପାରନ୍ତି । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧି ହେବ, ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇପାରନ୍ତି ।

  • ପ୍ରତିକାର:-ମଥାରେ ହଳଦୀ ଟୀକା ଲଗାନ୍ତୁ

ବୃଷ: ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ଲାଭ ବୃଦ୍ଧି ହୋଇପାରେ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଯିବାରୁ ମନରେ ଅସ୍ଥିରତା ବଢିପାରେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଉନ୍ନତି କରିପାରନ୍ତି ।

Advertisment
  • ପ୍ରତିକାର-ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବାରୁ ଖୁସି ଅନୁଭବ କରିପାରନ୍ତି । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ପରିବାରରେ ଖୁସିରେ ସମୟ ଅତିବାହିତ କରିବେ, କିନ୍ତୁ ଶରୀରରେ ଅାଘାତ ଲାଗିବାର ସମ୍ଭାବନା ରହିଛି ।

  • ପ୍ରତିକାର-ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ

କର୍କଟ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେଇପାରେ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳିପାରେ । ଗୁପ୍ତ ଶତ୍ରୁ କିଛି ଅସୁବିଧାରେ ପକାଇ ପାରନ୍ତି, ବ୍ୟବସାୟରେ କଳହ ହୋଇପାରେ ।

Advertisment
  • ପ୍ରତିକାର-ମହାଦେବଙ୍କୁ ଧଳାଫୁଲ ଅର୍ପଣ କରନ୍ତୁ

ସିଂହ: ଘରକୁ ଅତିଥୀଙ୍କର ଆଗମନ ହେବା ସହିତ ସୁସ୍ବାଦୁ ଭୋଜନ କରିପାର୍ନତି । ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥହାନୀ ଘଟିପାରେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଉନ୍ନତି କରିପାରନ୍ତି ।

  • ପ୍ରତିକାର:-ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ

କନ୍ୟା: ପ୍ରାଇଭେଟ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ ନାହିଁ ।ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ହେବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିପାରିବେ । ଘରେ ମାଙ୍ଗଳିକ କାର୍ଯ୍ୟପାଇଁ ବନ୍ଧୁଙ୍କର ସହଯୋଗ ଲୋଡିପାରନ୍ତି ।

  • ପ୍ରତିକାର-ଛୋଟ ପିଲାଙ୍କୁ ମିଠା ଖାଦ୍ୟ ବାଣ୍ଟି ଦିଅନ୍ତୁ

ତୁଳା: ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ, କର୍ମ କ୍ଷେତ୍ରରେ ଅପମାନିତ ହେବାର ସମ୍ଭାବନା ରହିଛି । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ସନ୍ତାନ ମାନଙ୍କର କାର୍ଯ୍ୟ କଳାପକୁ ଦେଖି ବାପା ମା ଖୁସି ହୋଇପାରନ୍ତି ।

  • ପ୍ରତିକାର:-ମା ପାର୍ବତୀଙ୍କୁ ଦର୍ଶନ କରନ୍ତୁ

ବିଚ୍ଛା: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି । ଶତ୍ରୁମାନେ କିଛି ବି କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ସତର୍କ ରୁହନ୍ତୁ । ପଡୋଶୀଙ୍କ ସହିତ ମତଭେଦ ଦେଖାଦେବ, ମନରେ ଅସ୍ଥିରତା ବୃଦ୍ଧି ହୋଇପାରେ ।

  • ପ୍ରତିକାର:-ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ

ଧନୁ: ପରିବାରରେ ହସ ଖୁସିର ବାତାବରଣ ରହିବ ଏବଂ ସ୍ବାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଉନ୍ନତି କଲେ ମଧ୍ୟ ମନରେ ଦୁଃଶ୍ଚିନ୍ତା ରହିପାରନ୍ତି । ଘରକୁ ଅତିଥୀ ଆସିବେ ଏବଂ ସୁସ୍ବାଦୁ ଭୋଜନ କରିପାରନ୍ତି ।

  • ପ୍ରତିକାର-ମଥାରେ ଚନ୍ଦନ ଧାରଣ କରନ୍ତୁ

ମକର: ଆଜି ଅଧିକ ସମୟ ପୂଜା ପୂଜିରେ ଅତିବାହିତ କରିପାରନ୍ତି । ସୁସ୍ବାଦୁ ଭୋଜନ ଏବଂ ବସ୍ତ୍ର ଅାଭୁଷଣ ପ୍ରାପ୍ତିର ଯୋଗ ରହିଛି । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ଭାତୃ ବିବାଦ ଦୂରେଇଯାଇପାରେ ।

  • ପ୍ରତିକାର-ମହାଦେବଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ

କୁମ୍ଭ: ସନ୍ତାନ ମାନଙ୍କ କାର୍ଯ୍ୟ କଳାପକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ହୋଇପାରନ୍ତି । କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇପାରନ୍ତି । ଶତ୍ରୁ ମାନେ ମିତ୍ରତାର ହାତ ବଢାଇପାରନ୍ତି ।

  • ପ୍ରତିକାର:-କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ: କର୍ମ କ୍ଷେତ୍ରକୁ ନେଇ ଆତ୍ମ ସନ୍ତୋଷ ମିଳିବ, ବ୍ୟବସାୟ ବାଣିଜ୍ୟରେ ଅାଶାନୁରୂପ ଲାଭ ମିଳିପାରେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରନ୍ତି । ଶତ୍ରୁମାନେ ମିତ୍ରତାର ହାତ ବଢାଇପାରନ୍ତି ।

  • ପ୍ରତିକାର- ହଳଦିଆ ରୁମାଲ ଟିଏ ପାଖରେ ରଖନ୍ତୁ
Daily Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ