Astrospeak
  • Live TV
  • Read In English

Daily Horoscope, 11 Jan 2022: ଜାଣନ୍ତୁ, ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୧ ତାରିଖ, ମଙ୍ଗଳବାର, ଧନୁ ୨୭ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଅଶ୍ୱିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Daily Horoscope, 11 Jan 2022
ଜାଣନ୍ତୁ, ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୧ ତାରିଖ, ମଙ୍ଗଳବାର, ଧନୁ ୨୭ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଅଶ୍ୱିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ସାମାଜିକ କ୍ଷେତ୍ରରେ ସୁଖ ସମୃଦ୍ଧି ଓ ମାନ ସମ୍ମାନ ପ୍ରାପ୍ତି ହୋଇପାରେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ । ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ହୋଇପାରିବ, ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରିବେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

 

ବୃଷ- ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ, ବ୍ୟବସାୟ ଲାଗି କିଛି ସମସ୍ୟା ଆସିପାରେ । ସ୍ୱାସ୍ଥ୍ୟରେ କିଛି ଅବନତି ଦେଖା ଦେବାରୁ ପରିବାରରେ ସମସ୍ତେ ଚିନ୍ତାରେ ରହିପାରନ୍ତି । ମାଙ୍ଗଳିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ କରିବେ ଓ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ ।

 

 

ମିଥୁନ- ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭ ପାଇପାରିବେ । ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରି ପାରିବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇପାରନ୍ତି ।

 

କର୍କଟ- କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିପାରିବ । ରାଜନୀତି କରୁଥିବା ବ୍ୟକ୍ତିମାନେ ମାନ ସମ୍ମାନ ପାଇପାରିବେ । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାରୁ ମନ ଖୁସି ରହିବ, ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ।

 

ସିଂହ- ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଚିନ୍ତିତ ହେବେ, ଗଣମାଧ୍ୟମରେ କାଯର୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରିବ । କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ କିଛି କ୍ଷତି କରିପାରନ୍ତି, ତେଣୁ ସତର୍କ ରହିବାକୁ ପଡିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିପାରନ୍ତି ।

 

କନ୍ୟା- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହିତ ମନରେ ଅସ୍ଥିରତା ବୃଦ୍ଧି ହୋଇପାରେ । ପାରିବାରିକ ଅଶାନ୍ତି ଲାଗି ରହିବ ଏବଂ ବନ୍ଧୁଙ୍କ ସହ ମତଭେଦ ଦେଖାଦେଇପାରେ । କର୍ମ କ୍ଷେତ୍ରକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହେବ ଏବଂ ଅର୍ଥବ୍ୟୟ ଦେଖାଦେଇପାରେ ।

 

ତୁଳା- ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ, ସରକାରୀ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିପାରିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବଢିବା ସହିତ ପାରିବାରିକ ବୁଝାମଣା ଠିକ୍ ରହିପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିପାରନ୍ତି ।

 

ବିଛା- କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତି ପ୍ରଶଂସା ପାଇବେ, ସାମାଜିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିପାରନ୍ତି । ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ପାରିବାରିକ ସମସ୍ୟାକୁ ନେଇ କଳହ ଦେଖାଦେଇପାରେ ।

 

ଧନୁ- କାର୍ଯ୍ୟରେ ସଫଳତା ପାଇବେ ନାହିଁ ଏବଂ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ମନରେ ଅନେକ ଚିନ୍ତା ବୃଦ୍ଧି ହେବ, ଯାନବାହାନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ, ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିପାରନ୍ତି ।

 

ମକର- କର୍ମ କ୍ଷେତ୍ରକୁ ନେଇ ମନରେ ଅଶାନ୍ତି ଓ ଅପମାନ ପାଇବାର ଯୋଗ ରହିଛି । ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭଫଳ ହେବ, ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇପାରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଫଳ ଦେଇପାରେ ।

 

କୁମ୍ଭ- ପିଲାମାନଙ୍କର ସଫଳତା ଦେଖି ବାପା ମା ଖୁସି ହୋଇପାରନ୍ତି । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ, ଘରକୁ ନୂଆ ଅତିଥି ଆସିବାରୁ ସୁସ୍ୱାଦୁ ଭୋଜନ କରିପାରନ୍ତି । ରାଜନୀତି କରୁଥିବା ବ୍ୟକ୍ତି ପ୍ରଶଂସିତ ହେବେ ଓ ମାନସମ୍ମାନ ମିଳିପାରିବ ।

 

ମୀନ- ପାରିବାରିକ ସମସ୍ୟା ସମାଧାନ ହେବାରୁ ମନ ଖୁସି ରହିପାରନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ, କର୍ମ କ୍ଷେତ୍ର ହେଉ କିମ୍ବା ଅଫିସରେ ହେଉ ଅଧିକ ଦାୟିତ୍ୱ ନିର୍ବାହ କରିପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ ।