Daily Horoscope 10 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ, ୧୦ ତାରିଖ, ଗୁରୁବାର, ମକର ୨୮ ଦିନ, ମାଘମାସ, ଶୁକ୍ଳପକ୍ଷ,ନବମୀ ତିଥି, ରୋହିଣୀ ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ....

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ, ୧୦ ତାରିଖ, ଗୁରୁବାର, ମକର ୨୮ ଦିନ, ମାଘମାସ, ଶୁକ୍ଳପକ୍ଷ,ନବମୀ ତିଥି, ରୋହିଣୀ ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ....

ମେଷ- ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ ଓ ଅଚାନକ ଧନ ପ୍ରାପ୍ତି ହୋଇପାରେ । ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଖର୍ଚ୍ଚ ବୃଦ୍ଧି ହେବ , କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରେ ।

ବୃଷ- ଘରକୁ ଅତିଥୀଙ୍କର ଆଗମନ ହେବ ଏବଂ ସୁସ୍ୱାଦୁ ଭୋଜନ କରିପାରନ୍ତି । ପରିବାରରେ ଖୁସିରେ ସମୟ ଅତିବାହିତ କରିପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ଖୁସିରେ କଟିପାରେ ।

ମିଥୁନ- ବେପାର ବାଣିଜ୍ୟରେ ବ୍ୟୟ ବୃଦ୍ଧିହେବ ଓ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ପାଇପାରିବେ । ସାମାନ୍ୟ ଘଟଣାକୁ ନେଇପରିବାରରେ ତିକ୍ତତା ଦେଖାଦେଇପାରେ । ଗୁପ୍ତ ଶତ୍ରୁ କିଛି ଅସୁବିଧାରେ ପକାଇ ପାରନ୍ତି ଓ କର୍ମ କ୍ଷେତ୍ରରେ କଳହ ଦେଖାଦେଇପାରେ ।

କର୍କଟ- ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ, ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଛତ୍ରଛତ୍ରୀ ମାନେ ପାଠ ପଢାରେ ଉନ୍ନତି କରିପାରନ୍ତି । ଚାକିରୀ କ୍ଷେତ୍ରରେ ସଫଳତା ପାଇପାରିବେ ।

ସିଂହ -ପ୍ରାଇଭେଟ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିପାରେ । ଆର୍ଥିକ ସମସ୍ୟାକୁ ନେଇ ମାନସିକ ଚାପରେ ରହିପାରନ୍ତି । ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସାହାଯ୍ୟ ଲୋଡିପାରନ୍ତି ।

କନ୍ୟା – ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବ ଏବଂ ଅଳସୁଆପଣ ଦେଖାଯାଇପାରେ । ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିପାରନ୍ତି ।

ତୁଳା –ଶତ୍ରୁ ମାନେ କିଛିବି କ୍ଷତି ପହଞ୍ଚାଇ ପାରନ୍ତି ତେଣୁ ସତର୍କ ରୁହନ୍ତି । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେବା ସହିତ ମାନ ସମ୍ମାନ ହାନି ହୋଇପାରେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ ନହେଲେ ଠକାମୀରେ ପଡି ପାରନ୍ତି ।

ବିଛା- ଘରପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଉନ୍ନତି କଲେ ମଧ୍ୟ ମନରେ ଦୁଶ୍ଚିନ୍ତା ରହିପାରେ । ପରିବାରରେ ହସ ଖୁସିର ବାତାବରଣ ରହିବ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ ।

ଧନୁ- ପରିବାରରୁ ପୂଣର୍ନ ସମର୍ଥନ ମିଳିବ ଏବଂ ଭାତୃ ବିବାଦ ଦୂରେଇଯାଇପାରେ । ସୁସ୍ବାଦୁ ଭୋଜନ ଏବଂ ନୂତନ ବସ୍ତ୍ର ଆଭୁଷଣର ଯୋଗ ରହିଛି । ଆଜି ଅଧିକ ସମୟ ପୂଜା ପାଠରେ ସମୟ ଅତିବାହିତ କରିପାରନ୍ତି ।

ମକର- ଶତ୍ରୁମାନେ ମିତ୍ରତାର ହାତ ବଢାଇବେ ଯାହା ଫଳରେ ମନ ଖୁସି ରହିପାରନ୍ତି । କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇପାରନ୍ତି । ବାକି ପଡିଥିବା ଅର୍ଥ ଆଦାୟ ହୋଇପାରେ ।

କୁମ୍ଭ- କର୍ମକ୍ଷେତ୍ରରେ ହେଉ କିମ୍ବା ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଦେଇପାରେ । ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇପାରିବେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ ।

ମୀନ- ମନ ମୁତାବକ କାର୍ଯ୍ୟକରିବାର ସୁଯୋଗ ପାଇପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧିହେବ । ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇପାରିବେ ।