ଆଜି ୨୦୨୨ ମସିହା ମାର୍ଚ୍ଚ ତା ୬ ରିଖ ରବିବାର, କୁମ୍ଭ ୨୨ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି ଅଶ୍ୱିନୀ ନକ୍ଷତ୍ର, ମେଷ ଚନ୍ଦ୍ର
ଘାତ ବାର:- ମେଷ ରାଶିର,
ଘାତ ଚନ୍ଦ୍ର-: ମେଷ ରାଶିର
ଆଜିର ନିଷେଧ ଖାଦ୍ୟ:- ମୂଳା
ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି, ତେବେ ଜାଣନ୍ତୁ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...
ମେଷ:-
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।
ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ ।
ରାଜନୀତି କ୍ଷେତ୍ରରେ ଥିଲେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ଜନସମର୍ଥନ ହାସଲ କରିବେ।
ପ୍ରତିକାର:-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।
ବୃଷ:-
ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ ।
କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ ।
ବ୍ୟବସାୟରେ ଆର୍ଥିକ ଉନ୍ନତି ଦେଖା ଦେବ ।
ପ୍ରତିକାର:- କିଛି ମହୁ ଖାଇ ଯାତ୍ରା କରନ୍ତୁ ।
ମିଥୁନ:-
ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ବିଜୟୀ ହେବେ ।
ତରଭର ହୋଇ କାର୍ଯ୍ୟ କରନ୍ତୁ ନାହିଁ ।
ପରିବାରରେ ଭାଇ ଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ ।
ପ୍ରତିକାର:- ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ ।
କର୍କଟ:-
ଆଜି ଗୃହରେ ମାଙ୍ଗଳିକ କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ ।
ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ ।
ପିଲାମାନଙ୍କ ଉନ୍ନତି ପାଇଁ ବ୍ୟସ୍ତ ବିବ୍ରତ ହେବେ ।
ପ୍ରତିକାର:- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ।
ସିଂହ:-
ଆଜି ପ୍ରତ୍ୟେକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ ।
ବ୍ୟବସାୟରେ ଉନ୍ନତି କରିବା ସହିତ ଅଶାନୁରୁପ ଲାଭବାନ୍ ହେବେ ।
ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ ।
ପ୍ରତିକାର:- ଓଁ ଘୃଣିସୂର୍ଯ୍ୟାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।
କନ୍ୟା:-
ଆଜି ପୂର୍ବର ଦୁଃଶ୍ଚିନ୍ତା ଦୂର ହୋଇଯିବ ।
ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ ।
ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ମିଳିବ ।
ପ୍ରତିକାର:- ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ପ୍ରଭୁଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।
ତୁଳା:-
ଆଜି ସନ୍ତାନମାନେ ଆଜ୍ଞାଧୀନ ହେବେ ।
ଅପରାହ୍ନରେ ଶୁଭ ଖବର ଶୁଣି ଖୁସି ହେବେ ।
ଆୟ ବ୍ୟୟ ପ୍ରାୟତଃ ସମାନ ରହିବ ।
ପ୍ରତିକାର:- ପ୍ରବେଶ ଦ୍ୱାରରେ ଡାହାଣ ପଟେ ପୂର୍ଣ୍ଣ କୁମ୍ଭ ଟିଏ ସ୍ଥାପନ କରି ତାକୁ ଦର୍ଶନ କରି ଯାତ୍ରା କରନ୍ତୁ ।
ବିଛା:-
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ଯାହା ଫଳରେ ମନ ଆନନ୍ଦିତ ହେବ ।
ବ୍ୟବସାୟରେ ମନମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ ।
ଗାଡି ଚଲେଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ, ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ ।
ପ୍ରତିକାର:- ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ ।
ଧନୁ:-
ଆଜି ଆପଣଙ୍କୁ ସମସ୍ତ ଦିଗରେ ସଫଳତା ମିଳିବ ।
ଯୋଜନା ଅନୁସାରେ କାର୍ଯ୍ୟ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।
ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ ।
ପ୍ରତିକାର:-ମା ଦୁର୍ଗାଙ୍କୁ ପାଞ୍ଚୋଟି ଲାଲ ରଙ୍ଗର ମନ୍ଦାର ଫୁଲ ଚଢାନ୍ତୁ ।
ମକର:-
ଆଜି କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ ।
ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରିବେ ।
ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝାମଣା ଦେଖାଦେଇପାରେ ।
ପ୍ରତିକାର:- ପକ୍ଷୀମାନଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କୁମ୍ଭ:-
ଆଜି ଆପଣଙ୍କର ଆଶା ଆକାଂକ୍ଷା ପୂରଣ ହେବ ।
ମାନ ସମ୍ମାନ ପ୍ରତିଷ୍ଠା ସୈାଭାଗ୍ୟର ଅଧିକାରୀ ହେବେ ।
ରରିବାରରେ ପୂର୍ବରୁ ଲାଗି ରହିଥିବା ଅଶାନ୍ତି ମନୋମାଳିନ ଦୂର ହୋଇଯିବ ।
ପ୍ରତିକାର:- ମା ଦକ୍ଷିଣ କାଳୀଙ୍କୁ ଆରାଧନା କରନ୍ତୁ, ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ଚଢାନ୍ତୁ ।
ମୀନ:-
ଆଜି ବୁଦ୍ଧି ବିବେକ ଜ୍ଞାନ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ ।
ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମର୍ଥ ହେବେ ।
ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ଆଶିର୍ବାଦ ଆପଣଙ୍କୁ ମିଳିବ ।
ପ୍ରତିକାର:- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଇବାକୁ ଦିଅନ୍ତୁ ।