Mobile Threat
କିଶୋର ଅବସ୍ଥାରେ ମସ୍ତିଷ୍କର ସର୍ବାଙ୍ଗୀନ ବିକାଶ ହୋଇଥାଏ। ଏହି ବୟସରେ ହିଁ ମଣିଷର ବ୍ୟକ୍ତିତ୍ୱର ବିକାଶ, ଚିନ୍ତା କରିବାର ଶକ୍ତି, ମାନସିକ ଓ ଭାବପ୍ରବଣତାର ପୂର୍ଣ୍ଣ ରୂପରେ ବିକାଶ ହୋଇଥାଏ। କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ମାର୍ଟ ଫୋନ୍ ସ୍କ୍ରଲ୍ କରିବା, ଗେମ୍ ଖେଳିବା କିମ୍ବା ଭିଡ଼ିଓ/ରିଲ୍ସ ଦେଖିବା ଦ୍ବାରା ଧିରେ ଧିରେ କରି ଅଜାଣତରେ ଏହା ମସ୍ତିଷ୍କର ବିକାଶରେ ବାଧା ସୃଷ୍ଟି କରିଥାଏ। କେବଳ ଯେ ମସ୍ତିଷ୍କ କିମ୍ବା ମାନସିକ ବିକାଶ ବାଧାପ୍ରାପ୍ତ ହୁଏ ତା’ ନୁହେଁ ପିଲାମାନଙ୍କର ସ୍ମରଣ ଶକ୍ତି, ଏକାଗ୍ରତା ଏବଂ ବ୍ୟବହାର ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ଅଧିକ ସମୟ ସ୍କ୍ରିନକୁ ସ୍କ୍ରଲ୍ କରିବା ବା ଅନଲାଇନ୍ ରହିବା ଦ୍ୱାରା କିଶୋରମାନଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ ।
କ'ଣ ପଡିଥାଏ କୁପ୍ରଭାବ
ସ୍ମୃତି ଶକ୍ତି ଓ ଶିଖିବା କୌଶଳ ହ୍ରାସ କରିଥାଏ।
ଗୋଟିଏ ସମୟରେ ଏକାଧିକ ଆପ୍ ବ୍ୟବହାର କରିବା ଏବଂ ବାରମ୍ବାର ଗୋଟିଏ ଆପ୍ ରୁ ଅନ୍ୟ ଆପ୍ କିମ୍ବା ଗେମ୍ କୁ ସ୍ବିଚ୍ ବା ପରିବର୍ତ୍ତନ କରିବା ଦ୍ୱାରା ମସ୍ତିଷ୍କ ଓଭରଲୋଡ୍ ବା କ୍ଷମତା ଠାରୁ ଅଧିକ ଭାରାକ୍ରାନ୍ତ ହୋଇଥାଏ। ଏହାଦ୍ବାରା ମସ୍ତିଷ୍କ ପକ୍ଷେ କୌଣସି କଥା ଶୁଣି, ତାକୁ ବୁଝିବା, କାମରେ ଲଗାଇବା ଏବଂ ତାହା ଫଳପ୍ରଦ ହେବା ଅସମ୍ଭବ ହୋଇପଡେ। ମସ୍ତିଷ୍କର ସ୍ମୃତି ଶକ୍ତି ହ୍ରାସ ଓ କାର୍ଯ୍ୟଦକ୍ଷତା ବାଧାପ୍ରାପ୍ତ ହୁଏ ଏବଂ ନୂତନ କୌଶଳ ଶିଖିବାରେ ଅସୁବିଧା ହୁଏ। ତେଣୁ ପାଠ ପଢ଼ା ଓ ପରୀକ୍ଷା ଫଳରେ ଉପରେ କୁପ୍ରଭାବ ପଡେ।
ଧ୍ୟାନ ଓ ଏକାଗ୍ରତା ହାନି:
ମୋବାଇଲ୍ କିମ୍ବା ଲାପଟପ୍ ସ୍କ୍ରିନ୍ ଉପରେ ସଦାସର୍ବଦା ଚଳଚଞ୍ଚଳ ଆପ୍, ଗେମ୍, ଛବି, ଏବଂ ବିଷୟବସ୍ତୁ ଦେଖିବା ଦ୍ବାରା ପିଲା ମାନଙ୍କର ଧୈର୍ଯ୍ୟ ହାନି ଘଟେ। ଏହି କାରଣରୁ କୌଣସି ବିଷୟ କିମ୍ବା ପାଠ କିମ୍ବା ବହି ପଢିବା ସମୟରେ, ସ୍ଥିର କିମ୍ବା ଧିର ବିଷୟବସ୍ତୁ ଉପରେ ପିଲାମାନେ ଅଧିକ ସମୟ ଧ୍ୟାନ ଦେଇ ପାରନ୍ତି ନାହିଁ, ଯାହାକୁ କି attention span କମିବା କୁହାଯାଏ, ଏହା ଏକାଗ୍ରତା ଉପରେ ମଧ୍ୟ ଏହାର କୁପ୍ରଭାବ ପକାଇଥାଏ।
ଅଧିକ ପଢ଼ନ୍ତୁ: ଏହି ସବୁ ଉପାୟ କଲେ ଖରାଦିନେ ଦେଖାଯିବନି ଚର୍ମ ସମସ୍ୟା, ପୂରା ଚମକିବ
ନିଦ୍ରାହୀନତା:
ସ୍ମାର୍ଟ ଫୋନ୍/ ଟ୍ୟାବ୍/ ଲାପଟପ୍ ଆଦିର ସ୍କ୍ରିନର ବ୍ଲୁ ଲାଇଟ୍ ବା ନୀଳ ରଙ୍ଗର ଆଲୋକ ନିଦ୍ରା ହରମୋନ୍ ‘ମେଲାଟୋନିନ୍’ର କ୍ଷରଣରେ ବାଧା ସୃଷ୍ଟି କରେ। ଏହାଦ୍ବାରା କିଶୋରମାନଙ୍କର ନିଦ ହେବାରେ, ଗାଢ ନିଦ ହେବାରେ ଅସୁବିଧା ହୁଏ। ନିଦ୍ରାର ଅବଧି କମିଯାଏ। ଶାନ୍ତି ପୂର୍ଣ୍ଣ ନିଦ୍ରା ହୁଏ ନାହିଁ। ନିଦ୍ରାଭାବ କାରଣରୁ ଏକାଗ୍ରତା ଓ ସ୍ମରଣଶକ୍ତି ହ୍ରାସ ପାଏ।
ମାନସିକ ଓ ମନର ସ୍ବାସ୍ଥ୍ୟକୁ ପ୍ରଭାବିତ କରେ:
ସୋସିଆଲ ମିଡିଆରୁ ମିଳିଥିବା ଲାଇକ୍, କମେଣ୍ଟ ଓ ସେୟାର ‘ଡୋପାମିନ୍-ଲୁପ୍’ ତିଆରି କରେ। ଡୋପାମିନ୍ ହରମୋନ୍ ମଣିଷକୁ ଆନନ୍ଦ, ଉତ୍ସାହିତ ଓ ସନ୍ତୋଷ ଅନୁଭବ କରାଏ। ତେଣୁ ମଣିଷ ତାକୁ ଖୁସି ଦେଉଥିବା କାର୍ଯ୍ୟ ଗୁଡ଼ିକୁ ବାରମ୍ବାର କରିଥାଏ। ଏହି ଲାଇକ୍ ଓ କମେଣ୍ଟ ତାଙ୍କ ପାଇଁ କ୍ବିକ୍ ରିଓ୍ବାର୍ଡ ବା ପୁରସ୍କାର ପରି କାମ କରେ। ତେଣୁ କିଶୋରମାନେ ସୋସିଆଲ ମିଡିଆ ପୋଷ୍ଟ ପରେ ବାରମ୍ବାର ଚେକ୍ କରନ୍ତି। ଏହା କିଶୋର ମନରେ ଉଦବେଗ, ଚିନ୍ତା ଏବଂ ଅନ୍ୟ ମାନଙ୍କ ସହ ନିଜକୁ ତୁଳନା କରିବା ଅଭ୍ୟାସ ବଢାଇବା ସହ ମନୋବଳ ଓ ଆତ୍ମବିଶ୍ଵାସକୁ କ୍ଷତି ପହଞ୍ଚାଇ ଥାଏ।
ଅପରିପକ୍ୱ ମାନସିକ ପରିପକ୍ୱତା :
କିଶୋର ଅବସ୍ଥାରେ ମଣିଷ ମସ୍ତିଷ୍କର prefrontal cortex ବିକାଶଶୀଳ ଅବସ୍ଥା ଥାଏ। ମସ୍ତିଷ୍କର ଏହି ଅ°ଶ ମଣିଷର କୌଣସି ବିଷୟକୁ ବୁଝିବା, ଯୋଜନା ପ୍ରସ୍ତୁତ କରିବା, ନିର୍ଣ୍ଣୟ ନେବା, ନିଜ ଉପରେ ନିୟନ୍ତ୍ରଣ ଆଦି ପାଇଁ ଦାୟୀ। ମସ୍ତିଷ୍କର ଏହି ଅ°ଶ ପରିପକ୍ବ ନହେଲେ ଏକାଗ୍ରତା, ସ୍ମରଣଶକ୍ତି, ଭାବପ୍ରବଣତା ଏବଂ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୁଏ ଏବଂ ମାନସିକ ଅପରିପକ୍ବତା ଦେଖାଯାଏ।
ସାମାଜିକ ସମ୍ପର୍କ ଓ ଯୋଗାଯୋଗ ସ୍ଥାପନ କରିବା କଷ୍ଟକର ହୋଇପଡେ।
ପରିବାର, ସାଙ୍ଗସାଥୀ ଏବଂ ସମାଜ ସହ କମ୍ କଥାବାର୍ତ୍ତା, ଭାବର ଆଦାନପ୍ରଦାନ ଏବଂ ଇଣ୍ଟେରାକ୍ସନ୍ ଏବଂ ଅନ୍-ଲାଇନ୍ ବା ଭର୍ଚୁଆଲ୍ ଜଗତରେ ଅଧିକ ସମୟ ବିତାଉଥିବା କାରଣରୁ କିଶୋର ମାନଙ୍କ ପକ୍ଷରେ ସାମାଜିକ ଏବଂ ପାରିବାରିକ ସମ୍ପର୍କ ପ୍ରତିଷ୍ଠା କରିବା କିମ୍ବା କନେକ୍ଟ କରିପାରିବା କଷ୍ଟକର ହୋଇପଡେ।
ମାନସିକ ଅବସାଦର ଆଶଙ୍କା ବଢିଯାଏ।
ଅପରିପକ୍ୱ ମାନସିକ ବିକାଶ, ସୋସିଆଲ୍ ନହୋଇ ପାରିବା, ଏକାଗ୍ରତା ତଥା ସ୍ମରଣଶକ୍ତି ହ୍ରାସ କାରଣରୁ ପାଠ ପଢାରେ ଦୁର୍ବଳ ହେବା ଏସବୁ କିଶୋର ମାନଙ୍କ କ୍ଷେତ୍ରରେ ଅବସାଦର କାରଣ ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747054052.jpg)