Non-Vegetarian Fruit: ନିରାମିଷ ନୁହେଁ ‘ଅଞ୍ଜିର’ ହେଉଛି ଆମିଷ ଫଳ ! ଜାଣନ୍ତୁ ଏହା ପଛର ସତ...

ମିଠା ଏବଂ ସ୍ୱାଦିଷ୍ଟ ଅଞ୍ଜିରକୁ ଏକ ଆମିଷ ଫଳ ଭାବରେ ବିବେଚନା କରାଯିବାର କାରଣ ହେଉଛି ଏହାର ପରାଗଣ ପ୍ରକ୍ରିୟ (Pollination Process) ।

Figs ହେଉଛି ଆମୀଷ ଫଳ !

ଯେତେବେଳେ ବି ନିରାମିଷ ଖାଦ୍ୟ କଥା ଆସେ, ସେ ସମୟରେ ଫଳଗୁଡ଼ିକୁ ପ୍ରଥମ ପ୍ରାଥମିକତା ଦିଆଯାଏ । ସାଧାରଣତଃ ଫଳଗୁଡିକୁ ନିରାମିଷ ଭାବରେ ବିବେଚନା କରାଯାଏ । ତେଣୁ ଶାକାହାରୀମାନେ ଅନ୍ଧ ଭାବରେ ସେମାନଙ୍କ ଖାଦ୍ୟରେ ଫଳଗୁଡିକ ଅନ୍ତର୍ଭୁକ୍ତ କରଥାନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ସମସ୍ତ ଫଳଗୁଡ଼ିକ ନିରାମିଷ ନୁହେଁ । ତେବେ ଆପଣ ଏହାକୁ ବିଶ୍ୱାସ କରିବେ କି ? ଯଦି ଆପଣ ସମସ୍ତ ଫଳକୁ ନିରାମିଷ ବୋଲି ମଧ୍ୟ ଭାବନ୍ତି, ତେବେ ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କର ଏହି ଭୁଲ ଧାରଣାକୁ ଦୂର କରିବୁ ।

ସମସ୍ତେ ନିଶ୍ଚିତ ଭାବରେ ଅଞ୍ଜିରର ନାମ ଶୁଣିଥିବେ । ଯାହା ଇଂରାଜୀରେ ଫିଗ୍ସ୍‌ (Figs) କୁହନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏହାକୁ ଖାଇବା ଦ୍ୱାରା ଅନେକ ସମସ୍ୟା ଉପଶମ ହୋଇଥାଏ । ସାଧାରଣତଃ ଏହାକୁ ନିରାମିଷ ଭାବରେ ବିବେଚନା କରାଯାଏ କାରଣ ଏହା ଫଳ ବର୍ଗରେ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି Figs ଖାଇବା ଦ୍ୱାରା ଆପଣ ଏକ ମାଂସାହାରୀ ହୋଇପାରିବେ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଏହା କେମିତି ସମ୍ଭବ । ତେବେ ଆସନ୍ତୁ ଜାଣିବା figs ଖାଇଲେ ଆପଣ କିପରି ମାଂସାହାରୀ ହୋଇପାରିବେ...

ମିଠା ଏବଂ ସ୍ୱାଦିଷ୍ଟ ଅଞ୍ଜିରକୁ ଏକ ଆମିଷ ଫଳ ଭାବରେ ବିବେଚନା କରାଯିବାର କାରଣ ହେଉଛି ଏହାର ପରାଗଣ ପ୍ରକ୍ରିୟ (Pollination Process) । ବାସ୍ତବରେ, ଅଞ୍ଜିରରେ ପରାଗଣ ପାଇଁ ବିରୁଡ଼ି ପ୍ରଜାତିର ଛୋଟ ଛୋଟ କୀଟ ଉପରେ ନିର୍ଭର କରେ । ଏହି କୀଟ ଛୋଟ ଛୋଟ ଗର୍ତ୍ତ ଦେଇ ଫଳ ମଧ୍ୟକୁ ପ୍ରବେଶ କରିଥାଏ । ଅଞ୍ଜିରର ଫୁଲ ଫଳ ଭିତରେ ଅଛି ଏବଂ ତେଣୁ ପରାଗଣ ପ୍ରକ୍ରିୟା ପାଇଁ ବିରୁଡ଼ି ପ୍ରଜାତିର ଛୋଟ ଛୋଟ କୀଟକୁ ଫଳ ଭିତରକୁ ଯିବାକୁ ପଡେ । ଯେତେବେଳେ ଏହି କୀଟ ଫଳ ଭିତରେ ଥାଏ, ସେ ସମୟରେ ସେମାନେ ଅଣ୍ଡା ଦେଇଥାନ୍ତି । ଏହାପରେ ପରାଗ (Pollen) ଅଞ୍ଜିରର ଫୁଲକୁ ଟ୍ରାନ୍ସଫର୍‌ ହୋଇଥାଏ । ଏହାପରେ ଅଣ୍ଡାହୀନ ମହିଳା କୀଟ ଇନ୍ୟୁବେଡ୍‌ କରେ ଓ ପରେ ଅଞ୍ଜିର ଭିତରେ ମରିଯାଏ । ଯାହାକୁ ଅଞ୍ଜିରରେ ଥିବା ଫିସିନ୍‌ ଏନଜାଇମ୍‌ ଖାଇଦିଏ ଏବଂ ଏହାକୁ ଫଳ ସହିତ ମିଶାଇଦିଏ । ତେବେ ଏହି ପୂରା ପ୍ରକ୍ରିୟା ଉଭୟ ପ୍ରଜାତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ପ୍ରକ୍ରିୟା ପରେ ଆପଣ ଅଞ୍ଜିରକୁ ନିରାମିଷ କିମ୍ବା ଆମିଷ ଭାବେ ବିବେଚନା କରନ୍ତି, ଏହା ଆପଣଙ୍କ ନିଷ୍ପତ୍ତି ।