Advertisment

Yogasana: ଦିନସାରା ଭୋକ ଲାଗୁନି କି… କରନ୍ତୁ ଏହି ୪ ସହଜ ଆସନ

ଭୋକର ଅଭାବ ଶରୀରରେ ପୋଷକ ତତ୍ତ୍ୱର ଅଭାବର କାରଣ ହୋଇପାରେ। ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଯୋଗ ଅଭ୍ୟାସ କରିପାରିବେ। ଯୋଗ ଭୋକ ବଢାଇବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଜଣେ ସୁସ୍ଥ ସୁନ୍ଦର ଜୀବନ ଜୀଇପାରେ।

ଅଦ୍ୟତନ ହୋଇଛି
Asanas to improve appetite and strong digestion system

Asanas to improve appetite and strong digestion system

Advertisment

ଭୋକ ନ ଲାଗିବା ଏବଂ ଦିନସାରା ନ ଖାଇ ରହିବା ଏକ ସାଧାରଣ ସମସ୍ୟା ଯାହା ଯେକୌଣସି ବୟସରେ କାହା ସହିତ ବି ହୋଇପାରେ। ତେବେ ଏହା ପଛରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ। ମଧୁମେହ, ଥାଇରଏଡ୍, କର୍କଟ କିମ୍ବା ଅନ୍ୟାନ୍ୟ ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ହେତୁ ମଧ୍ୟ ଭୋକ କମିଯାଏ।

Advertisment

ମାନସିକ ଚାପ ଏବଂ ଚିନ୍ତା ମଧ୍ୟ ଭୋକ ଲାଗିବାର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଅନିୟମିତ ଏବଂ ଅସମ୍ପୂର୍ଣ୍ଣ ଖାଦ୍ୟ, ବ୍ୟସ୍ତବହୁଳ ଜୀବନଶୈଳୀ, ଔଷଧ ଖାଇବା, ମାସିକ ଋତୁସ୍ରାବ ଇତ୍ୟାଦି ଅନେକ କାରଣରୁ ଭୋକ କମିପାରେ।

ଭୋକର ଅଭାବ ମଧ୍ୟ ଶରୀରରେ ପୋଷକ ତତ୍ତ୍ୱର ଅଭାବର କାରଣ ହୋଇପାରେ। ଏହି କାରଣରୁ, ଓଜନ ହ୍ରାସ ହୁଏ, ଦୁର୍ବଳତା ଆସିପାରେ ଏବଂ ଦୀର୍ଘ ସମୟ ଧରି ଖାଲି ପେଟରେ ରହୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟାଧି ସାମ୍ନା କରିବାକୁ ପଡିପାରେ।

Advertisment

ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଯୋଗ ଅଭ୍ୟାସ କରିପାରିବେ। ଯୋଗ ଭୋକ ବଢାଇବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଜଣେ ସୁସ୍ଥ ସୁନ୍ଦର ଜୀବନ ଜୀଇପାରେ।

ପବନମୁକ୍ତାସନ:

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ପବନମୁକ୍ତାସନ ଏକ ବହୁତ ଭଲ ଆସନ। ଏହି ଆସନ ଅତ୍ୟଧିକ ମେଟାବୋଲିଜିମ୍‌କୁ ଶାନ୍ତ କରିଥାଏ ଏବଂ ଶରୀରକୁ ପୋଷକ ତତ୍ତ୍ୱକୁ ଭଲ ଭାବରେ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ଏହି ଆସସନ ମଧ୍ୟ ତଳି ପେଟରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ।

Advertisment
Yoga Asanas To Improve Appetiteପବନମୁକ୍ତାସନ

କିପରି ଅଭ୍ୟାସ କରିବେ:

  • ପ୍ରଥମେ ମ୍ୟାଟ୍ ଉପରେ ପିଠି ପଟିଆ ଶୋଇପଡନ୍ତୁ
  • ଆଣ୍ଠୁକୁ ଭାଙ୍ଗି ଦୁଇ ଗୋଡକୁ ପେଟଆଡକୁ ଆଣନ୍ତୁ
  • ଦୁଇ ପାପୁଲିକୁ ଛନ୍ଦି ଆଣ୍ଟୁ ଉପରେ ରଖନ୍ତୁ
  • ଶ୍ୱାସ ଛାଡନ୍ତି ଆଉ ମୁଣ୍ଡ ଉଠାନ୍ତୁ
  • ଆଣ୍ଠୁକୁ ଭିଡି ନାକରେ ଛୁଇଁବାକୁ ଚେଷ୍ଟା କରନ୍ତୁ
  • କିଛି ସମୟ ରଖିବା ପରେ ମୂଳ ଅବସ୍ଥାକୁ ଆସନ୍ତୁ

ଧନୁରାସନ:

ଓଜନ ହ୍ରାସ କରିବା ସହିତ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଭୋକ ନ ଲାଗିବାର ସମସ୍ୟାକୁ ଦୂର କରିବା ପାଇଁ ଧନୁରାସନକୁ ବହୁତ ଭଲ ଆସନ ଭାବେ ବିବେଚନା କରାଯାଏ।

Yoga Asanas To Improve Appetiteଧନୁରାସନ

କିପରି ଅଭ୍ୟାସ କରିବେ:

  • ପ୍ରଥମେ ମ୍ୟାଟ୍ ଉପରେ ପେଟ ମାଡି ଶୋଇପଡନ୍ତୁ
  • ଦୁଇ ଗୋଡ ମଧ୍ୟରେ ଦୂରତା ରଖନ୍ତୁ
  • ଆଣ୍ଠୁକୁ ଭାଙ୍ଗି ଗୋଡ ଉପରକୁ ଆଣନ୍ତୁ
  • ଦୁଇ ହାତରେ ବଳାଗଣ୍ଠିକୁ ଧରନ୍ତୁ
  • ଛାତି ଏବଂ ଗୋଡକୁ ଉପରକୁ ଉଠାନ୍ତୁ
  • ବାହୁ ଏବଂ ଜଙ୍ଘରେ ପଡୁଥିବା ପ୍ରଭାବକୁ ଅନୁଭବ କରନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରହିବା ପରେ, ଧୀରେ ଧୀରେ ପ୍ରାରମ୍ଭିକ ସ୍ଥିତିକୁ ଆସନ୍ତୁ

ବଜ୍ରାସନ:

ବଜ୍ରାସନ ଅଭ୍ୟାସ କରିବା ଦ୍ୱାରା ଭୋକ ବଢିଥାଏ। ଆପଣ ଏହି ଆସନକୁ ଯେକୌସି ସମୟରେ ଏବଂ ଯେକୌଣସି ସ୍ଥାନରେ କରିପାରିବେ।

Yoga Asanas To Improve Appetiteବଜ୍ରାସନ

କିପରି ଅଭ୍ୟାସ କରିବେ:

  • ପ୍ରଥମେ ମ୍ୟାଟ୍ ଉପରେ ଆଣ୍ଠୁରେ ବସନ୍ତୁ
  • ପାଦ ମଝିଅରେ ଫାଙ୍କ ନ ରହିବା ଉଚିତ, ଦୁଇ ପାଦର ଆଙ୍ଗୁଠି ମିଶେଇ ରଖନ୍ତୁ
  • ପିଚାକୁ ଗୋଇଠି ଉପରେ ରଖନ୍ତୁ
  • ଅଣ୍ଟାକୁ ସିଧା ରଖନ୍ତୁ ଏବଂ ପାପୁଲିକୁ ଆଣ୍ଠୁ ଉପରେ ରଖନ୍ତୁ
  • ଉଭୟ ଆଣ୍ଠୁ ପରସ୍ପରକୁ ଲାଗିବା ଉଚିତ
  • କିଛି ସମୟ ଏହିପରି ବସି ସାଧାରଣ ଭାବରେ ଶ୍ୱାସ ନେବାରେ ଧ୍ୟାନ ଦିଅନ୍ତୁ
  • କିଛି ସମୟ ପରେ ସାଧାରଣ ସ୍ଥିତିକୁ ଆସନ୍ତୁ

ଭୁଜଙ୍ଗାସନ:

ଭୋକ ନ ଲାଗିବାର ଗୋଟିଏ କାରଣ ହୋଇପାରେ ପେଟରେ ଗଡବଡ। ଭୁଜଙ୍ଗାସନ ଅଭ୍ୟାସ କରିବା ଦ୍ୱାରା ଭୋକ ନ ହେବାର ସମସ୍ୟାର ସମାଧାନ ହୋଇପାରେ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ଲାଭଦାୟକ ହୋଇଥାଏ।

Yoga Asanas To Improve Appetiteଭୁଜଙ୍ଗାସନ

କିପରି ଅଭ୍ୟାସ କରିବେ:

  • ପ୍ରଥମେ ମ୍ୟାଟ୍ ଉପରେ ପେଟ ମାଡି ଶୋଇପଡନ୍ତୁ
  • ଦୁଇ ହାତକୁ କାନ୍ଧର ଦୁଇ ପାର୍ଶ୍ୱରେ ରଖନ୍ତୁ
  • ଗୋଡ ମଧ୍ୟରେ ଦୂରତା ରଖନ୍ତୁ
  • ବର୍ତ୍ତମାନ ଉଭୟ ହାତ ଉପରେ ଚାପ ଦେଇ ଶରୀରର ଆଗ ଭାଗକୁ ଉଠାନ୍ତୁ
  • ଏହି ଅବସ୍ଥାରେ ଆକାଶ ଆଡକୁ ଚାହିଁ ସାଧାରଣ ଶ୍ୱାସକ୍ରିୟା କରନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ
  • ତାପରେ ଧୀରେ ଧୀରେ ଆରମ୍ଭ ସ୍ଥିତିକୁ ଆସନ୍ତୁ
Yogasana Yoga Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ