ଡାକ୍ତର ବାବୁଙ୍କ ବୟସ ଥିଲା ୭୮, ଏବେ ହେଲା ୫୭... ଜାଣନ୍ତୁ ଏହା ପଛର ରହସ୍ୟ ...

ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।

Diet Plan

ଯୁବକ ରହିବାକୁ କିଏ ବା ନଚାହେଁ । ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ । ତେବେ ଡକ୍ଟର ମାଇକେଲ ରୋଏଜେନ, ଏକ ବ୍ୟତିକ୍ରମ । ତାଙ୍କର ବର୍ତ୍ତମାନର ବୟସ ୭୮ ବର୍ଷ ହୋଇଥିଲେ ହେଁ, ଜୈବିକ ଭାବେ ଅର୍ଥାତ୍ ବାୟୋଲୋଜିକାଲ୍ ବୟସ ୨୨ ବର୍ଷ କମ୍ ରହିଛି ।

ପ୍ରକୃତ ବୟସଠାରୁ ସେ କିପରି ଭାବେ ୨୨ ବର୍ଷ କମ୍ ହେଲେ, ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଜନେସ୍ ଇନସାଇଡର୍ ସହିତ ଏକ ସାକ୍ଷାତକାରରେ ସେ ଏହାର ଖୁଲାସା କରିଛନ୍ତି । ଏଥିପାଇଁ ସେ ନିଜ ଖାଦ୍ୟକୁ ବିଶେଷ ଭାବେ ଦାୟୀ କରିଛନ୍ତି । ଖାଦ୍ୟ ହିଁ ତାଙ୍କୁ ଯୁବକ ରଖିବାରେ ସାହାଯ୍ୟ କରିଛି ବୋଲି ଉକ୍ତ ଡାକ୍ତର କହିଛନ୍ତି ।

ଭାଲ୍ଟର୍ ଲୋଙ୍ଗୋଙ୍କ ଦ୍ୱାରା ତିଆରି ହୋଇଥିବା ଡାଏଟ୍ ପ୍ରଣାଳୀକୁ ସେ ଅନୁସରଣ କରନ୍ତି ବୋଲି କହିଛନ୍ତି । ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, କମ କ୍ୟାଲୋରୀ ଖାଇବା ଦ୍ୱାରା ରୋଗଗ୍ରସ୍ତ ହେବାର ଆଶଙ୍କା କମିଯାଏ । ଏହା ଦ୍ୱାରା ଜୈବିକ ବୟସ ମଧ୍ୟ କମିଥାଏ । ଦୀର୍ଘ ବର୍ଷ ବଞ୍ଚିବା ପାଇଁ ଖାଦ୍ୟ ଏକ ପ୍ରମୁଖ ମାଧ୍ୟମ । ଏକ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ରହିଛି ।

ତେବେ ଦୀର୍ଘାୟୁ ରହିବା ପାଇଁ ଖାଦ୍ୟରେ ଏକ ପ୍ରମୁଖ ଉପାଦାନ ହେଉଛି ପୁଷ୍ଟି । ଏହାର ଅର୍ଥ ହେଉଛି ଖାଦ୍ୟରେ କ୍ୟାଲୋରୀ କମ୍ ରହିବା ସହ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଇବା । ଏସବୁ ଭିତରେ ପନିପରିବା, ଫଳ, ଶସ୍ୟ, ପ୍ରୋଟିନ୍, ବାଦାମ ଆଦି ମୁଖ୍ୟ । ଏହା ସହ ମଝି ମଝିରେ ଉପବାସ ରହିବା ମଧ୍ୟ ସାହାଯ୍ୟ କରିଥାଏ । ଉପବାସ ରହିବା ଫଳରେ ମେଟାବୋଲିଜିମ୍ ନିୟନ୍ତ୍ରଣରେ ରୁହେ । ଏହା ହିଁ ସେଲୁଲାର୍ ମରାମତି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ ।

ଏହା ସହ ସମୟରେ ଖାଇବା, ଭୋକ ଲାଗିବା ବେଳେ ଅତ୍ୟଧିକ ନଖାଇବା, ଲୋଭର ବଶବର୍ତ୍ତୀ ହୋଇ ଅଧିକ ନଖାଇବା ଉଚିତ ବୋଲି ଡାକ୍ତର କହିଛନ୍ତି । ଏପରି କରିବା ଦ୍ୱାରା ଅନାବଶ୍ୟକ ଭାବେ ମେଦ ବହୁଳତାରୁ ମଧ୍ୟ ରକ୍ଷା ପାଇହେବ । ଏହି ପ୍ରଣାଳୀକୁ ଡାକ୍ତର ମାଇକେଲ୍ ରୋଏଜେନ୍ ଦୀର୍ଘ ୭ ବର୍ଷ ଧରି ପାଳନ କରିଆସୁଛନ୍ତି ।

ଏନେଇ ସେ ସାକ୍ଷାତକାରରେ ନିଜେ ମନ୍ତବ୍ୟ ଦେଇଛନ୍ତି । ଏପରି କରିବା ଦ୍ୱାରା ସେ ରାତିରେ ଭଲରେ ଶୋଇପାରୁଛନ୍ତି । ଫଳରେ ସେ ସବୁଦିନ ନିଜ ଭିତରେ ନୂଆ ଉର୍ଜାର ଅନୁଭବ କରିଥାଆନ୍ତି । ଏହା ହିଁ ତାଙ୍କୁ ଶକ୍ତି ଯୋଗାଇଥାଏ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଦିନରେ ସେ ଅଧିକ ଖାଉଥିବା ବେଳେ ରାତିରେ ସେ ନିହାତି ଅଳ୍ପ ଖାଇଥାଆନ୍ତି ।

ରାତିରେ ସେ ସାଲାଡ ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ବୋଲି କହିଥିଲେ । ଏହା ସହ ରାତିରେ ଅଧିକ ଖାଇବା ଦ୍ୱାରା ସେ ଭଲରେ ଶୋଇପାରୁନଥିଲେ । ଏଣୁ ସେ ରାତି ଖାଇବା କମାଇ ଦେଇଥିଲେ ବୋଲି କହିଛନ୍ତି । ତାଙ୍କ ଭୋଜନରେ ପନିପରିବା, ଲେମ୍ବୁ, କମ୍ ଚର୍ବିଯୁକ୍ତ ପ୍ରୋଟିନ୍ ଏବଂ ଦୁଗ୍ଧ ମୁଖ୍ୟତଃ ରହିଥାଏ । ସେ ମାଂସ ସହ ପ୍ରକ୍ରିୟାକୃତ ଖାଦ୍ୟ ଏବଂ ମଦ୍ୟପାନ କରନ୍ତି ନାହିଁ ବୋଲି କହିଛନ୍ତି ।

ପ୍ରଚୁର ଫଳ, ପନିପରିବା, ଶସ୍ୟ, ଅଲିଭ୍ ତେଲ ଏବଂ ଅଳ୍ପ ମାଛ, କୁକୁଡ଼ା ଜାତୀୟ ଖାଦ୍ୟରେ ଆଣ୍ଟି ଅକ୍ସିଡାଣ୍ଟ, ଓମେଗା -୩ ଫ୍ୟାଟି ଏସିଡ୍ ଏବଂ ଫାଇବରରେ ଭରପୂର ଥାଏ । ଅଧ୍ୟୟନ କୁହେ, କ୍ରମାଗତ ଏପରି ଖାଇବା ଦ୍ୱାରା ହୃଦ୍ ରୋଗ ଏବଂ ମଧୁମେହର ଆଶଙ୍କ କମିଥାଏ । ଏହି ହିଁ ଦୀର୍ଘ ଜୀବନ ପ୍ରଦାନ କରିଥାଏ ।