Advertisment

Health Tips: ଆପଣାନ୍ତୁ ଏହି ୫ଟି ଟିପ୍ସ; ବ୍ୟାୟାମ ପରେ ଶରୀର ଯନ୍ତ୍ରଣାରୁ ମିଳିବ ମୁକ୍ତି

ପ୍ରଥମ ପ୍ରଥମ ବ୍ୟାୟାମ ପରେ ଶରୀର ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ।

ଅଦ୍ୟତନ ହୋଇଛି
5 easy ways to get rid of workout pain

5 easy ways to get rid of workout pain

Advertisment

ଯଦି ଆପଣ ଏବେ ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଆପଣଙ୍କର ନିଶ୍ଚିତ ପ୍ରଥମ ଦିନର ବ୍ୟାୟାମ ମନେଥିବ। କିପରି ଶରୀର ଯନ୍ତ୍ରଣା ପାଇଥିବ। ସେ ଟ୍ରେଡ୍‌ମିଲ୍‌ରୁ ଓହ୍ଲାଇବା ମାତ୍ରେ ମୁଣ୍ଡ ବୁଲାଇବା ହେଉ କି ପୁସ୍ଅପ୍ କରିବା ବେଳେ ହାଲିଆ ହୋଇଯିବା ହେଉ ସବୁ ମନେପଡୁଥିବ। ଏମିତି ସମସ୍ତଙ୍କ ସହିତ ହୁଏ। ଏହା ପଛର ମୁଖ୍ୟ କାରଣ ହେଉଛି ଆମ ଶରୀର ବ୍ୟାୟାମ କରିବାରେ ଅଭ୍ୟସ୍ତ ନ ହେବା।

Advertisment

କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ବ୍ୟାୟାମ କରିବା ବନ୍ଦ କରିଦେବେ। କାରଣ ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। ଏହା ପରେ ଶରୀର ବ୍ୟାୟାମରେ ଅଭ୍ୟସ୍ତ ହୋଇଯାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ -

ବ୍ୟାୟାମ ପରେ ଯନ୍ତ୍ରଣା ହେବାର କାରଣ:

ଅତ୍ୟଧିକ ବ୍ୟାୟାମ ଦ୍ୱାରା ଆମ ଟିସୁରେ ଫାଟ ସୃଷ୍ଟି ହୁଏ। ଏହା  ଠିକ୍ ହେବା ପାଇଁ ପ୍ରାୟ ୨ ରୁ ୩ ଦିନ ଲାଗେ। ଏଭଳି ପରିସ୍ଥିତିରେ ଶରୀର ଯନ୍ତ୍ରଣା ଅନୁଭବ କରିବା ଏକ ସାଧାରଣ କଥା। ଏଥିରେ କିନ୍ତୁ କୌଣସି କ୍ଷତି ହୁଏ ନାହିଁ। ଏହା ପରେ ମଧ୍ୟ ନିୟମିତ ବ୍ୟାୟାମ କରିବା ଜରୁରୀ। ଏହା କରିବା ଦ୍ୱାରା ଆମ ଶରୀର ବ୍ୟାୟାମ କରିବାକୁ ପ୍ରସ୍ତୁତ ହୋଇଯାଏ।

Advertisment

ଯନ୍ତ୍ରଣା ଉପଚାରର ୫ଟି ସହଜ ଉପାୟ:

ସୁସ୍ଥ ଖାଦ୍ୟ:

ସୁସ୍ଥ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହି ଖାଦ୍ୟଗୁଡ଼ିକୁ ନିୟମିତ କରିବା ଦ୍ୱାରା ଶରୀରର ଯନ୍ତ୍ରଣା ଦୂର ହୋଇଥାଏ। ସୁସ୍ଥ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ଖାଇବା ଦ୍ୱାରା ମାଂସପେଶୀର ଟିସୁ ଶୀଘ୍ର ମରାମତି ହୋଇଯାଏ। ଏହା କରିବା ପରେ ବି ଯଦି ବ୍ୟାୟାମ ପରେ ଯନ୍ତ୍ରଣାର ସମ୍ମୁଖିନ ହେବାକୁ ପଡେ ତେବେ ଜଣେ ବିଶେଷଜ୍ଞଙ୍କୁ ପଚାରି ପ୍ରୋଟିନ୍ ସପ୍ଲିମେଣ୍ଟ ନେଇପାରିବେ।

ମସାଜ୍:

ବ୍ୟାୟାମ ପରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇଁ ମସାଜ୍ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ଅନ୍ୟ ଜଣଙ୍କ ସାହାଯ୍ୟ ନେବାକୁ ହେବ। ସେହି ବ୍ୟକ୍ତି ହାତରେ ଯନ୍ତ୍ରଣାଦାୟକ ସ୍ଥାନକୁ ଧିରେ ଧିରେ ମାଲିସ୍ କରିବେ। ଏହା କରିବା ଦ୍ୱାରା ମାଂସପେଶୀଗୁଡ଼ିକୁ ଆରାମ ମିଳେ।

Advertisment

ଆଇସ୍ ପ୍ୟାକ୍:

ଯେକୌଣସି ପ୍ରକାର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆଇସ୍ ପ୍ୟାକ୍ ଏକ ଉତ୍ତମ ବିକଳ୍ପ। ଅନେକ ସମୟରେ ଅତ୍ୟଧିକ ବ୍ୟାୟାମ କାରଣରୁ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୁଏ। ଏହି ସମସ୍ୟାର ମୁକାବିଲା ପାଇଁ ଆପଣ ଆଇସ୍ ପ୍ୟାକ୍ ବ୍ୟବହାର କରିପାରିବେ।

ଷ୍ଟ୍ରେଚ୍:

ବ୍ୟାୟାମ ଶେଷ କରିବା ପରେ ନିଜ ଶରୀରକୁ ଷ୍ଟ୍ରେଚ୍ କରିବାକୁ ଭୁଲନ୍ତୁ ନାହିଁ। ବ୍ୟାୟାମ ସମୟରେ ମାଂସପେଶୀର ଫାଇବର୍ସ ଛୋଟ ହୋଇଯାଏ। ଷ୍ଟ୍ରେଚିଂ କିନ୍ତୁ ସେସବୁରେ ଏକ ପରିବର୍ତ୍ତନ ଆଣେ ଏବଂ ପରେ ଯନ୍ତ୍ରଣା ମଧ୍ୟ କମିଯାଏ।

ପାଣି:

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପାଣି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ବ୍ୟାୟାମ ସମୟରେ ଶରୀର ହାଇଡ୍ରେଟ୍ ରହିବା ଜରୁରୀ। ଯଦି ଆପଣ ବ୍ୟାୟାମ କରୁଛନ୍ତି, ତେବେ ପ୍ରଚୁର ପାଣି ପିଇବା ଜରୁରୀ। ଏହା କରିବା ଦ୍ୱାରା ଶରୀର ହାଇଡ୍ରେଟ୍ ରୁହେ ଓ ଯନ୍ତ୍ରଣା ବହୁତ ପରିମାଣରେ କମିଯାଏ।

Health Health Tips Lifestyle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ