Banana peel for cleaning feet
ପ୍ରାୟ ସମସ୍ତେ କଦଳୀ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଲୋକମାନେ ଏହାର ଚୋପାକୁ ଅଦରକାରୀ ମନେକରି ଫୋପାଡି ଦିଅନ୍ତି। ଯଦି ଆପଣ ମଧ୍ୟ ଏହା କରୁଛନ୍ତି, ତେବେ ବର୍ତ୍ତମାନଠାରୁ ଭୁଲ୍ ଆଉ କରନ୍ତୁ ନାହିଁ। କଦଳୀ ଚୋପାରେ ରହିଛି ଅନେକ ଗୁଣ। ଏହା କେବଳ ଚର୍ମର ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ନାହିଁ ବରଂ ହାତ ଏବଂ ପାଦର ଚର୍ମକୁ ମଧ୍ୟ ସୁସ୍ଥ ରଖେ। ଯଦି ଆପଣ ପାଦର ଚର୍ମରେ କଦଳୀ ଚୋପା ଲଗାନ୍ତି, ତେବେ ଏହା ଚର୍ମକୁ ସଫା କରେ। ପାଦରୁ ମଇଳା ବାହାର କରିବାରେ ଏହା ସାହାଯ୍ୟ କରେ।
ପେଡିକ୍ୟୁର୍ ପାଇଁ କଦଳୀ ଚୋପା ମଧ୍ୟ ବ୍ୟବହାର କରାଯାଇପାରେ। ଯେତେବେଳେ କଦଳୀ ଚୋପା ଦ୍ୱାରା ପେଡିକ୍ୟୁର୍ କରାଯାଏ, ଏହା ଚର୍ମକୁ କୋମଳ ଏବଂ ପରିଷ୍କାର କରିଥାଏ। ତେବେ ଆସନ୍ତୁ ପାଦକୁ ସଫା ରଖିବା ପାଇଁ କଦଳୀ ଚୋପା ପ୍ରୟୋଗ କରିବାର ଉପକାର ଏବଂ ସଠିକ ପଦ୍ଧତି ଜାଣିବା।
ପ୍ରାୟ ମହିଳା ପାପୁଲି-ପାଦର ମେନିକ୍ୟୁର ଏବଂ ପେଡିକ୍ୟୁର୍ କରିବା ପାଇଁ ଅନେକ ମହଙ୍ଗା ଦ୍ରବ୍ୟ ବ୍ୟବହାର କରନ୍ତି। ପେଡିକ୍ୟୁର୍ ପାଇଁ ଅନେକ ବିୟୁଟି ପାର୍ଲରକୁ ମଧ୍ୟ ଯାଆନ୍ତି। ଯଦି ଆପଣ ଅଧିକ ଖର୍ଚ୍ଚ ନ କରି ପେଡିକ୍ୟୁର୍ କରିବା ପାଇଁ ଏକ ସହଜ ଘରୋଇ ଉପଚାର ପାଆନ୍ତି ତେବେ ଏହା କିପରି ହେବ? ଯଦି ଆପଣ କଦଳୀ ଖାଉଛନ୍ତି, ତେବେ ଆଜିଠାରୁ ଏହାର ଚୋପାକୁ ନ ଫୋପାଡି ପାଦକୁ ପେଡିକ୍ୟୁର୍ କରିବାରେ ବ୍ୟବହାର କରନ୍ତୁ।
ଜାଣନ୍ତୁ କିପରି କରିବେ:
- ପ୍ରଥମେ ପାଦକୁ ଭଲ ଭାବେ ସଫା କରନ୍ତୁ। ଏହାପରେ ପାଦର ଚର୍ମକୁ କଦଳୀ ଚୋପାରେ ଭଲ ଭାବରେ ଘଷନ୍ତୁ। ଏହାର ନିୟମିତ ବ୍ୟବହାର ଦ୍ୱାରା ପାଦରୁ ମୃତ ଚର୍ମ କୋଷ ଏବଂ ମଇଳା ବାହାରିଯିବ ଏବଂ ଆପଣଙ୍କ ପାଦ ପରିଷ୍କାର ଦେଖାଯିବ।
- ଶୀତଦିନେ ପ୍ରାୟ ମହିଳା ଫଟା ଗୋଇଠି ପାଇଁ ହଇରାଣ ହୁଅନ୍ତି। ଏହାକୁ ଏଡାଇବା ପାଇଁ କଦଳୀ ଚୋପାକୁ ଗୋଇଠିରେ ଘଷନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ। ତା’ପରେ ପାଣିରେ ସଫା କରିଦିଅନ୍ତୁ। ଏହାକୁ ନିୟମିତ କରିବା ଦ୍ୱାରା ପାଦ ନରମ ହୋଇଯାଏ ଏବଂ ଏହି ସମସ୍ୟା ଦୂର ହୁଏ।
- କଦଳୀ ଚୋପାରେ ଟିକେ ବେକିଂ ସୋଡା ପକାନ୍ତୁ ଏବଂ ଏହାକୁ ପାଦରେ ଘଷନ୍ତୁ। ବେକିଂ ସୋଡା ଏକ ସଫେଇ ଏଜେଣ୍ଟ ଭାବରେ କାମ କରେ। ପାଦକୁ ଭଲ ଭାବରେ ଘଷନ୍ତୁ ଏବଂ ଏହାକୁ ୫ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏବେ ଅଧା ବାଲ୍ଟି ପାଣିରେ ଅଳ୍ପ ବେକିଂ ସୋଡା ପକାଇ ଏହାକୁ ମିଶାନ୍ତୁ। ଏଥିରେ ପାଦକୁ ବୁଡ଼ାଇ କିଛି ସମୟ ରଖିବା ପରେ ବାହାର କରନ୍ତୁ। ଏହା ପରେ ପାଦକୁ ଏକ ଟାୱେଲରେ ପୋଛି କିଛି କ୍ରିମ୍ ବା ମଶ୍ଚରାଇଜର ଲଗାନ୍ତୁ।
- କଦଳୀ ଚୋପା, ଦହି, ମହୁ ମିଶାଇ ଗ୍ରାଇଣ୍ଡ୍ କରନ୍ତୁ। ଏହି ପେଷ୍ଟକୁ ପାଦ ଏବଂ ଗୋଡରେ ଲଗାନ୍ତୁ ଏବଂ ଏହାକୁ ଶୁଖିବାକୁ ଦିଅନ୍ତୁ। ତା’ପରେ ପାଦକୁ ଉଷୁମ ପାଣିରେ ସଫା କରନ୍ତୁ।| ପାଦ ଏବଂ ଚର୍ମକୁ ଶୁଷ୍କ ନହେବା ପାଇଁ କିଛି ତେଲ କିମ୍ବା ମଶ୍ଚରାଇଜର ଲଗାନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698165006.jpg)