Advertisment

ଛୋଟ ଛୁଆଙ୍କ ନଖ କାଟିବା ଅତ୍ୟନ୍ତ କଷ୍ଟକର; ଆପଣଙ୍କ ପାଇଁ ୪ଟି ଟିପ୍ସ

ଛୋଟ ଛୁଆ ନଖ କାଟିବା ସମୟରେ ହାତ-ଗୋଡ ହଲାନ୍ତି। ଫଳରେ ଆଙ୍ଗୁଠି କ୍ଷତ ହେବାର ଆଶଙ୍କା ଥାଏ। ଏହି କାରଣରୁ, ଅଧିକାଂଶ ବାପାମାଆ ପିଲାର ନଖ କାଟିବାରୁ ଦୂରେଇ ରୁହନ୍ତି। ଏହି କଠିନ କାମକୁ କିପରି ସହଜ କରାଯାଇପାରିବ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
4 things in mind while cutting baby nails

4 things in mind while cutting baby nails

Advertisment

ଛୋଟ ଛୁଆଙ୍କ ନଖ କାଟିବା ଅତ୍ୟନ୍ତ କଷ୍ଟକର କାମ। ଛୋଟ ଛୁଆ ନଖ କାଟିବା ସମୟରେ ହାତ-ଗୋଡ ହଲାନ୍ତି। ଫଳରେ ଆଙ୍ଗୁଠି କ୍ଷତ ହେବାର ଆଶଙ୍କା ଥାଏ। ଏହି କାରଣରୁ, ଅଧିକାଂଶ ବାପାମାଆ ପିଲାର ନଖ କାଟିବାରୁ ଦୂରେଇ ରୁହନ୍ତି। କିନ୍ତୁ, ବଢୁଥିବା ନଖ ହେତୁ ଅନେକ ଥର ପିଲାମାନେ ମଧ୍ୟ ନିଜକୁ ନିଜେ ରାମ୍ପି ଖଣ୍ଡିଆ କରିଥାନ୍ତି। ଏଭଳି ପରିସ୍ଥିତିରେ ପିଲାର ନଖ କାଟିବା ଜରୁରୀ। ଏହି କଠିନ କାମକୁ କିପରି ସହଜ କରାଯାଇପାରିବ ଆସନ୍ତୁ ଜାଣିବା।

Advertisment

ଗାଧୋଇଦେବା ସମୟରେ:

ପିଲାକୁ ଗାଧୋଇଦେବା ବେଳେ ତାଙ୍କ ନଖ କଟାଯାଇପାରେ। ପାଣିରେ ଭିଜିଥିବା ବେଳେ ନଖଗୁଡ଼ିକ ନରମ ହୋଇଯାଇଥାଏ। ଫଳରେ ନଖ କାଟିବା ସହଜ ହୋଇଯାଏ। ଏହି ସମୟରେ ପିଲାଙ୍କୁ କିଛି ଖେଳନା ଧରେଇଦେଲେ ମଧ୍ୟ ଭଲ।

ଶୋଇବା ସମୟରେ:

ପିଲାର ନଖ କାଟିବା ପାଇଁ ଶୋଇବା ସମୟ ମଧ୍ୟ ସର୍ବୋତ୍ତମ। ଶୋଇବା ସମୟରେ ପିଲା ହାତ-ଗୋଡ ସ୍ଥିର ରଖିଥାନ୍ତି। ଏହି ସମୟରେ ନଖ କାଟିବା ସହଜ ହୋଇଥାଏ।

Advertisment

ଖୁଆଇବା ସମୟରେ:

ପିଲାକୁ ଖାଇବାକୁ ଦେବା ସମୟ ମଧ୍ୟ ନଖ କାଟିବା ସହଜ ହୋଇଥାଏ। ଏହି ସମୟରେ ପିଲା କ୍ଷୀର ପିଇବାରେ ବ୍ୟସ୍ତ ଥାଆନ୍ତି ଏବଂ ଶରୀରକୁ ବେଶି ହଲାନ୍ତି ନାହିଁ।

ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:

ପିଲାର ନଖ କାଟିବାବେଳେ ବିଶେଷ ଧ୍ୟାନଦେବା ଜରୁରୀ ଯେ ଯେ ସ୍ଥାନରେ ପର୍ଯ୍ୟାପ୍ତ ଆଲୋକ ଥିବ। ବେବି ନେଲ୍ କ୍ଲିପର୍ ବ୍ୟବହାର କରନ୍ତୁ। ଏଥିରେ ପିଲାର ନଖ ସହଜରେ କଟିଯାଏ। ଏହା ମଧ୍ୟ ଧ୍ୟାନରେ ରଖନ୍ତୁ ଯେ ପିଲାର ନଖ କାଟିବା ପରେ ଫାଇଲର୍ ଦ୍ୱାରା ନଖକୁ ଧୀରେ ଧୀରେ ଫାଇଲ୍ କରନ୍ତୁ। ଯାହାଫଳରେ ନଖର ଧାରଗୁଡ଼ିକ ମରିଯିବ, ନଚେତ ଏହା ପିଲାର ଦେହରେ ବାଜି କ୍ଷତ କରିବ।

Advertisment
Baby Caring
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ