You can get govt jobs on these posts in Indian navy
ଭାରତୀୟ ନୌସେନାରେ ଚାକିରି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ନୌସେନା ନାଭାଲ୍ ଡଙ୍କୟାର୍ଡ ମୁମ୍ବାଇ ଅଧୀନରେ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ indiannavy.nic.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୮।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://indiannavy.nic.in/ କୁ ଯାଇ ସିଧାସଳଖ ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିପାରିବେ। ଆହୁରି ମଧ୍ୟ ଏହି ଲିଙ୍କ୍ http://www.davp.nic.in/WriteReadData/ADS/eng_10702_33_2223b.pdf ଉପରେ କ୍ଲିକ୍ କରି, ଆପଣ ସରକାରୀ ବିଜ୍ଞପ୍ତି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୩୩୮ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ୨୧ ଜୁନ୍ ୨୦୨୨ ପୂର୍ବାହ୍ନ ୧୦ଟା
- ଅନ୍ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୮ ଜୁଲାଇ ୨୦୨୨
ଖାଲି ପଦବୀ:
ପୋଷ୍ଟ୍ଗୁଡିକର ମୋଟ ସଂଖ୍ୟା - ୩୩୮
ଯୋଗ୍ୟତା:
କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପ୍ରାର୍ଥୀମାନେ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ପାସ୍ ହେବା ଉଚିତ। ଆହୁରି ମଧ୍ୟ, ୬୫% ମାର୍କ ସହିତ ସମ୍ବନ୍ଧିତ ଟ୍ରେଡ୍ରେ ITI ପାସ୍ କରିଥିବା ଜରୁରୀ।
ବୟସ ସୀମା:
ପ୍ରାର୍ଥୀଙ୍କ ଜନ୍ମ ୦୧ ଅଗଷ୍ଟ ୨୦୦୧ରୁ ୩୧ ଅକ୍ଟୋବର ୨୦୦୮ ମଧ୍ୟରେ ହେବା ଦରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656587111.jpg)