• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ। ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହୋଇଛି ସେଥିରୁ ଗୋଟିଏ ହେଲା ସେମିଷ୍ଟାର୍‌ ଇଣ୍ଟର୍ନସିପ୍‌ର ଆରମ୍ଭ।

ସବୁଠାରୁ ବଡ ସମସ୍ୟା:

ଏଡଟେକ୍ ଷ୍ଟାର୍ଟଅପ୍ ଇଣ୍ଟରଭ୍ୟୁବିଟ୍ ପ୍ଲାଟଫର୍ମ ସ୍କେଲର ତଥ୍ୟ ଅନୁଯାୟୀ, ଏହି ଫ୍ରେଶର୍ସମାନଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଉଚ୍ଚମାନର ବୈଷୟିକ ଚାକିରି କରିବାକୁ ସକ୍ଷମ ହେବେ। ଏଥିପାଇଁ ଅଧିକାଂଶ ଛାତ୍ର ଅଣ-ବୈଷୟିକ ଚାକିରି ଆଡକୁ ଯିବାକୁ ବାଧ୍ୟ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ଏକ ସଫଳ କ୍ୟାରିୟର୍ ଚାହୁଛନ୍ତି କି; ତେବେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅନ୍ୟପକ୍ଷରେ, ଚାକିରି ପ୍ରଦାନ କରୁଥିବା ଅନେକ କମ୍ପାନୀ କୁହନ୍ତି ଯେ ସେମାନେ ଯେଉଁ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି କରୁଛନ୍ତି ସେମାନେ ଏହି କାର୍ଯ୍ୟ କରିବାକୁ ଯଥେଷ୍ଟ ଦକ୍ଷ ନୁହଁନ୍ତି। ଛାତ୍ରମାନେ ଶିଳ୍ପ ପରିବେଶରେ କାର୍ଯ୍ୟ କରିବାକୁ ଏବଂ ବାସ୍ତବ ଜୀବନରେ ସେମାନଙ୍କର ଜ୍ଞାନକୁ ପ୍ରୟୋଗ କରିବାକୁ ଅସମର୍ଥ ହେଉଛନ୍ତି। ଏହି ସବୁ ଦିଗ ଉପରେ ଧ୍ୟାନ ରଖି AICTE ବର୍ତ୍ତମାନ ଏହି ଧାରା ବଦଳାଇବା ଆରମ୍ଭ କରିଛି।

କ’ଣ ହେବ ପରିବର୍ତ୍ତନ:

ଏହି ନୀତି ଅନୁଯାୟୀ, ବର୍ତ୍ତମାନ ପ୍ରତ୍ୟେକ ଇଞ୍ଜିନିୟରିଂ ଛାତ୍ରଙ୍କୁ କେବଳ ଗୋଟିଏ ଇଣ୍ଟର୍ନସିପ୍ ତୁଳନାରେ କଲେଜର ଶେଷ ବର୍ଷରେ ଚାରୋଟି ଇଣ୍ଟର୍ନସିପ୍ କରିବାକୁ ପଡିବ। ଏହି ନୂଆ ନୀତି ଏପରି ଭାବରେ ପରିକଳ୍ପନା କରାଯାଇଛି ଯେ ଛାତ୍ରମାନଙ୍କୁ ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସମୟରେ ଲାଭ ମିଳିବ। ଏହି ନୀତି ଅନୁଯାୟୀ, ଛାତ୍ରମାନଙ୍କୁ ଦ୍ୱିତୀୟ ସେମିଷ୍ଟାର୍‌ର ୩-୪ ସପ୍ତାହ ମଧ୍ୟରେ ପ୍ରଥମ ଇଣ୍ଟର୍ନସିପ୍ ଆରମ୍ଭ କରିବାକୁ ପଡିବ।

ଇଣ୍ଟର୍ନସିପ୍‌ର ଗୁରୁତ୍ୱ ଏବଂ ଲାଭ:

ଏହି ନୀତି ଛାତ୍ରମାନଙ୍କୁ ସେମାନଙ୍କ ଶିକ୍ଷା ସମୟରେ କାମ କରିବାର ଅଭିଜ୍ଞତାକୁ ବଢେଇବା ଏବଂ ସେମାନଙ୍କ କ୍ୟାରିୟର ତିଆରି କରିବାରେ ସାହାଯ୍ୟ କରିବ। ସେମାନେ ନିଜ ସହ ଜଡିତ କ୍ଷେତ୍ରକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିବା ଏବଂ ବୁଝିବା ପାଇଁ ସକ୍ଷମ ହେବେ। ଏହା ସହିତ ଛାତ୍ରମାନଙ୍କୁ ଚାକିରି ପାଇବା ପାଇଁ ନୂଆ ସୁଯୋଗ ମଧ୍ୟ ଆସିବ। ଏହି ନୀତି କେବଳ ଛାତ୍ରମାନଙ୍କ ପାଇଁ ଲାଭ ହେବ ନାହିଁ, ବରଂ ଶିକ୍ଷାନୁଷ୍ଠାନ ତଥା ଶିଳ୍ପ ପାଇଁ ମଧ୍ୟ ଲାଭ ହେବ।

ଶିଳ୍ପ ପାଇଁ ଲାଭ:

ଏହି ନୀତି ଶିଳ୍ପ କ୍ଷେତ୍ରକୁ ଛାତ୍ରମାନଙ୍କ ସହଯୋଗରେ ଅସ୍ଥାୟୀ ପ୍ରକଳ୍ପ ପାଇବାରେ ସାହାଯ୍ୟ କରିବ। ଛାତ୍ରମାନେ ଏକ ସଂପୂର୍ଣ୍ଣ ନୂଆ ଦୃଷ୍ଟିକୋଣ ଆଣିବେ ଯାହା ଶିଳ୍ପରେ ବାଧା ଦୂର କରିବାରେ ସାହାଯ୍ୟ କରିବ। ଛାତ୍ରମାନେ କାମ କରିବା ନେଇ ସହଜ ହୋଇଯିବେ। ଶିଳ୍ପ ସଂସ୍ଥାଗୁଡିକ ଛାତ୍ରମାନଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହେବେ।