Advertisment

CIP ରେ ବାହାରିଛି ଚାକିରି : ପୂରଣ ହେବ ଏହି ସବୁ ପଦବୀ

ୱାର୍ଡ ଆଟେଣ୍ଡାଣ୍ଟ୍‌ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ CIP ଆବେଦନ ଜାରି କରିଛି। ମୋଟ ୯୭ଟି ପଦବୀ ପୂରଣ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦।

ଅଦ୍ୟତନ ହୋଇଛି
Ward attendant and other posts 97 vacancy in cip

Ward attendant and other posts 97 vacancy in cip

Advertisment

ସେଣ୍ଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇକିଆଟ୍ରି (CIP) ୱାର୍ଡ ଆଟେଣ୍ଡାଣ୍ଟ୍‌ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ପ୍ରାର୍ଥୀମାନେ ଯେଉଁମାନେ ସିଆଇପି, ରାଞ୍ଚି ଦ୍ୱାରା ଜାରି ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତ ପୂରଣ କରନ୍ତି, ସେମାନେ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଅଫିସିଆଲ୍ ୱେବସାଇଟ୍ cipranchi.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିବାକୁ ହେବ। ବିଜ୍ଞପ୍ତି ଅନୁଯାୟୀ, CIPରେ ମୋଟ ୯୭ଟି ପଦବୀ ଅଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦।

Advertisment

ଖାଲି ପଦବୀ:

  • ଆକ୍ୟୁପେସନାଲ ଥେରାପିଷ୍ଟ୍ - ୧ ପୋଷ୍ଟ୍
  • ଲାଇବ୍ରେରୀ କ୍ଲର୍କ - ୧ ପୋଷ୍ଟ୍
  • ମେଡିକାଲ ରେକର୍ଡ କ୍ଲାର୍କ - ୧ ପୋଷ୍ଟ୍
  • ନିଡିଲ୍ ମହିଳା - ୧ ପୋଷ୍ଟ୍
  • ୱାର୍ଡ ଆଟେଣ୍ଡାଣ୍ଟ୍‌ - ୯୩ ପୋଷ୍ଟ୍‌

ଜରୁରୀ ଶିକ୍ଷାଗତ ଯୋଗ୍ୟତା:

  • ଆକ୍ୟୁପେସ୍‌ନାଲ୍‌ ଥେରାପିଷ୍ଟ୍ : ଆକ୍ୟୁପେସ୍‌ନାଲ୍‌ ଥେରାପିଷ୍ଟ୍‌ରେ ଗ୍ରାଜୁଏସନ କରିବା ସହିତ ଏକ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନାରେ ଆକ୍ୟୁପେସନାଲ୍‌ ଥେରାପିଷ୍ଟ୍‌ ଭାବରେ ଦୁଇ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବ। କିମ୍ବା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ଦ୍ୱାଦଶ ପାସ୍ ସହିତ ଆକ୍ୟୁପେସନାଲ ଥେରାପିଷ୍ଟରେ ଦୁଇ ବର୍ଷ ଡିପ୍ଲୋମା। ଏହା ସହିତ ଆକ୍ୟୁପେସ୍‌ନାଲ୍‌ ଥେରାପିଷ୍ଟ୍‌ ଭାବରେ ତିନି ବର୍ଷର କାର୍ଯ୍ୟ ଅଭିଜ୍ଞତା।
  • ଲାଇବ୍ରେରୀ କ୍ଲର୍କ : ଲାଇବ୍ରେରୀ ସାଇନ୍ସରେ ଦ୍ୱାଦଶ ପାସ୍ ଏବଂ ସାର୍ଟିଫିକେଟ୍ କୋର୍ସ
  • ମେଡିକାଲ୍ ରେକର୍ଡ କ୍ଲର୍କ : ଦ୍ୱାଦଶ ପାସ୍ ସହିତ କମ୍ପ୍ୟୁଟର ଜ୍ଞାନ
  • ନିଡିଲ୍ ମହିଳା : ଦଶମ ପାସ୍ ସହିତ ଏମ୍ବ୍ରୋଡେରୀ ଏବଂ ନିଡିଲ୍ ୱାର୍କରେ ITI। ଏହା ସହିତ ଏକ ବର୍ଷର କାର୍ଯ୍ୟ ଅଭିଜ୍ଞତା।
  • ୱାର୍ଡ ଆଟେଣ୍ଡାଣ୍ଟ୍‌ : ଦଶମ ପାସ୍ ସହିତ ମାନସିକ ଚିକିତ୍ସାଳୟରେ ଏକ ବର୍ଷର କାର୍ଯ୍ୟ ଅଭିଜ୍ଞତା।
Advertisment

ଦରମା:

  • ଆକ୍ୟୁପେସ୍‌ନାଲ୍‌ ଥେରାପିଷ୍ଟ୍‌ : ୩୫,୪୦୦ – ୧୧୨୪୦୦ ଟଙ୍କା
  • ଲାଇବ୍ରେରୀ କ୍ଲର୍କ : ୧୯,୯୦୦ – ୬୩,୨୦୦ ଟଙ୍କା
  • ମେଡିକାଲ ରେକର୍ଡ କ୍ଲର୍କ : ୧୯,୯୦୦ – ୬୩,୨୦୦ ଟଙ୍କା
  • ନିଡିଲ୍ ମହିଳା : ୧୯,୯୦୦ – ୬୩,୨୦୦ ଟଙ୍କା
  • ୱାର୍ଡ ଆଟେଣ୍ଡାଣ୍ଟ୍‌ : ୧୮,୦୦୦ – ୫୬,୯୦୦ ଟଙ୍କା

ବୟସ :

  • ଆକ୍ୟୁପେସ୍‌ନାଲ୍‌ ଥେରାପିଷ୍ଟ୍‌ - ୩୩ ବର୍ଷ
  • ଲାଇବ୍ରେରୀ କ୍ଲର୍କ - ୧୮ ରୁ ୨୭ ବର୍ଷ
  • ମେଡିକାଲ୍ ରେକର୍ଡ କ୍ଲର୍କ - ୧୮ ରୁ ୨୭ ବର୍ଷ
  • ନିଡିଲ୍ ମହିଳା - ୩୦ ବର୍ଷ
  • ୱାର୍ଡ ଆଟେଣ୍ଡାଣ୍ଟ୍‌ - ୨୫ ବର୍ଷ
Advertisment
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ