Advertisment

IOCLରେ ଚାକିରି; ପୂରଣ ହେବ ୧୫୩୫ ପଦବୀ

IOCL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ…

ଅଦ୍ୟତନ ହୋଇଛି
Vacancy for more than 1500 posts in iocl

Vacancy for more than 1500 posts in iocl

Advertisment

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ IOCLର ଅଫିସିଆଲ୍ ୱେବ୍‌ସାଇଟ୍ iocl.comକୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.iocrefrecruit.in/iocrefrecruit/main?adv=114 ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ IOCL Apprentice Recruitment 2022 Notification PDF ମାଧ୍ୟମରେ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୩୫ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ସେପ୍ଟେମ୍ବର ୨୪
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ଅକ୍ଟୋବର ୨୩
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ ସଂଖ୍ୟା- ୧୫୩୫
  • ଟ୍ରେଡ୍ ଆପ୍ରେଣ୍ଟିସ୍ - ଆଟେଣ୍ଡାଣ୍ଟ ଅପରେଟର୍ - ୩୯୬
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଫିଟର) - ୧୬୧
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ବଏଲର) - ୫୪
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ କେମିକାଲ୍ - ୩୩୨
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ - ମେକାନିକାଲ୍ - ୧୬୩ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ମେକାନିକାଲ୍ – ୧୯୮
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ଇଲେକ୍ଟ୍ରିକାଲ୍ – ୧୯୮
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ଇନଷ୍ଟ୍ରୁମେଣ୍ଟେସନ୍ – ୭୪
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ସଚିବ ସହାୟକ) - ୩୯
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଆକାଉଣ୍ଟାଣ୍ଟ) - ୪୫
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଡାଟା ଏଣ୍ଟ୍ରି ଅପରେଟର୍) - ୪୧
  • ଟ୍ରେଡ୍ ଆପ୍ରେଣ୍ଟିସ୍ ଡାଟା ଏଣ୍ଟ୍ରି ଅପରେଟର୍ (ସ୍କିଲ୍ ସାର୍ଟିଫିକେଟ୍ ହୋଲ୍ଡର୍‌) - ୩୨

ଯୋଗ୍ୟତା:

  • ସରକାରୀ ବିଜ୍ଞପ୍ତିରେ ଥିବା ସମ୍ପୃକ୍ତ ଯୋଗ୍ୟତା ପ୍ରାର୍ଥୀମାନଙ୍କର ରହିବା ଉଚିତ।
  • ଏ ବିଷୟରେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ
  • ଏହି ନିଯୁକ୍ତିରେ ବୟସ ୩୦ ସେପ୍ଟେମ୍ବର ୨୦୨୨ ସୁଦ୍ଧା ହିସାବ କରାଯିବ
  • ସଂରକ୍ଷିତ ବର୍ଗ କ୍ଷେତ୍ରରେ ସରକାରୀ ନିୟମ ଅନୁଯାୟୀ ବୟସ ସୀମାରେ କୋହଳ ଅଛି

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାର୍ଟିଫିକେଟ୍ ଯାଞ୍ଚ୍
  • ଡାକ୍ତରୀ ପରୀକ୍ଷା

ଲିଖିତ ପରୀକ୍ଷାରେ ୧୦୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ସବୁ ପ୍ରଶ୍ନ ଅବ୍‌ଜେକ୍ଟିଭ୍ ଟାଇପ୍ ହେବ। ନେଗେଟିଭ୍ ମାର୍କିଂ ନାହିଁ।

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ
  • ଏହା ପରେ, ଇଣ୍ଡିଆନ IOCL Apprentice Recruitment 2022 ର ସରକାରୀ ବିଜ୍ଞପ୍ତିକୁ ଧ୍ୟାନର ସହ ପଢନ୍ତୁ
  • ଏହା ପରେ Apply ଲିଙ୍କରେ କ୍ଲିକ୍ କରନ୍ତୁ
  • ପ୍ରାର୍ଥୀଙ୍କୁ ଆବେଦନ ଫର୍ମରେ ପଚରାଯାଇଥିବା ସମସ୍ତ ତଥ୍ୟ ସଠିକ୍ ଭାବରେ ପୂରଣ କରିବାକୁ ପଡିବ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଫଟୋ ଏବଂ ଦସ୍ତଖତ ଅପଲୋଡ୍ କରନ୍ତୁ
  • ଆପଣଙ୍କ ବର୍ଗ ଅନୁଯାୟୀ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଆବେଦନ ଫର୍ମ ଦାଖଲ କରିବା ପରେ, ଶେଷରେ ଏକ ପ୍ରିଣ୍ଟ ବାହାର କରି ରଖନ୍ତୁ
Govt Jobs IOCL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ