Advertisment

IOCLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଖାଲି ପଡ଼ିଛି ପଦବୀ । IOCLରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
IOCL Recruitment

IOCL Recruitment

Advertisment

 ନୂଆଦିଲ୍ଲୀ: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଆଇଓସିଏଲରେ ଖାଲିପଡିଛି ଟେକ୍ନିସିଆନ୍‌ ଏବଂ ଟ୍ରେଡ୍‌ ଆପ୍ରେଣ୍ଟିସ ୨୪୯୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ ।

Advertisment

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ନଭେମ୍ବର ୧୨ରେ ଶେଷ ହେବ। ଆଶାୟୀ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଏହାର ଅଫିସିଆଲ ୱେବ୍ ସାଇଟକୁ ଯାଇ ଫର୍ମ ପୂରଣ କରିପାରିବେ ।

Advertisment

ଆବେଦନ କରିବାର ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୨ ନଭେମ୍ବର ୨୦୨୧ରେ ରହିଛି। IOCLରେ ଆଡମିଟ୍‌ କାର୍ଡ ଜାରି ହେବାର ତାରିଖ ୧୬ ନଭେମ୍ବରରୁ ୨୦ ନଭେମ୍ବର ରହିଛି ।

ତେବେ IOCLରେ ଲିଖିତ ପରୀକ୍ଷା ପାଇଁ ୨୧ ନଭେମ୍ବର ତାରିଖ ଧାର୍ଯ୍ୟ କରାଯାଇଛି। ଏହା ସହ ଲିଖିତ ପରୀକ୍ଷା ପାଇଁ ସମ୍ଭାବିତ ୨୧ ନଭେମ୍ବର ତାରିଖକୁ ଧାର୍ଯ୍ୟ କରାଯାଇଛି । ତେବେ ପଦବୀ ପାଇଁ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ ଭେରିଫିକେସନ କରିବାର ତାରିଖ ୧୩ ଡିସେମ୍ବରରୁ ୨୦ ଡିସେମ୍ବର ରହିଛି ।

Advertisment

ଶିକ୍ଷାଗତ ଯୋଗ୍ୟତା: ମାନ୍ୟତାପ୍ରାପ୍ତ  ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ କିମ୍ବା ଅନ୍ୟ କୌଣସି ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ତେବେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ । ଏହି ପଦରେ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଅନୁଯାୟୀ କରାଯିବ। ସୁମଦାୟ ପଦବୀ ସଂଖ୍ୟା ୨୪୯୫,ଓ ମାସିକ ଦରମା ୪୦ ହଜାରରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା ରହିଛି ।

କିପରି କରିବେ ଆବେଦନ:

  • ପ୍ରଥମେ IOCLର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
  • ଅଫିସିଆଲ ୱେବସାଇଟକୁ ଯିବା ପରେ ଆପ୍ଲାଏ ଲିଙ୍କରେ କ୍ଲିକ କରନ୍ତୁ ।
  • ଏହାପରେ ସେଥିରେ ନିଜର ବ୍ୟକ୍ତିଗତ ବିବରଣୀ ବା ପର୍ସନାଲ ଡିଟେଲ୍ସ ସବମିଟ୍ ବା ଦାଖଲ କରନ୍ତୁ।
  • ଏହା ସହିତ ଆବେଦନ ପାଇଁ ଥିବା ଫର୍ମରେ ଏକ ଫଟୋ କପି ନିଜ ପାଖରେ ରଖି ଦିଅନ୍ତୁ ।
IOCL Recruitment 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ