ବର୍ଡର ରୋଡ଼ ଅର୍ଗାନାଇଜେସନ ପକ୍ଷରୁ ଖାଲିପଡିଛି ପଦବୀ, କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ବର୍ଡର ରୋଡ ଅର୍ଗାନାଇଜେସନ(BRO) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BRO ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।

BRO recruitment 2021

News Summary

ବର୍ଡର ରୋଡ ଅର୍ଗାନାଇଜେସନ(BRO) କରନ୍ତୁ ଚାକିରି

ବର୍ଡର ରୋଡ ଅର୍ଗାନାଇଜେସନ(BRO) ପକ୍ଷରୁ ଯାନବାହନ ମେକାନିକ ଏବଂ ଅନ୍ୟ ପଦରେ ଭର୍ତ୍ତି ପାଇଁ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ BRO ର ଅଧିକାରକ ୱେବସାଇଟ୍‌ bro.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ ମୋଟ୍: ୩୫୪

ମଲ୍ଟି ସ୍କିଲଡ ଓ୍ଵାର୍କର ପାଇଁ ୩୩ଟି ପଦବୀ, ମଲ୍ଟି ସ୍କିଲର୍ଡ ମେଶ ୱେଟର ପାଇଁ ୧୨ଟି ପଦବୀ,ମେକାନିକ ପାଇଁ ୨୯୩ଟି ପଦବୀ,ଡ୍ରାଇଭର ମେକାନିକାଲ ଟ୍ରାନ୍ସପୋର୍ଟ ପାଇଁ ୧୬ଟି ପଦବୀ ।

ପଦବୀ ପାଇଁ ବୟସ ଓ ଦରମା:

ପଦବୀ ପାଇଁ ବୟସ ସୀମା ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଜରୁରୀ । ଉପଯୁକ୍ତ ପଦବୀ ପାଇଁ ଟିଏ, ଡିଏ, ଦରମା ଇତ୍ୟାଦି ସପ୍ତମ ବେତନ କମିଶନ ଅନୁଯାୟୀ ମିଳିବ।

ଶିକ୍ଷାଗତ ଯୋଗ୍ୟତା:

ଇଚ୍ଛୁକ ପ୍ରାର୍ଥୀ ଅତିକମ୍‌ରେ ୧୦ମ କିମ୍ବା ଯୁକ୍ତ ୨ ପାସ୍‌ ହୋଇଥିବା ଜରୁରୀ ।

କିପରି କରିବେ ଆବେଦନ:

ଏହିସବୁ ପଦବୀରେ ଆବେଦନ କରିବା ପାଇଁ BRO ର ଅଧିକାରକ ୱେବସାଇଟ୍‌ bro.gov.inକୁ ଯାଇ ଅନଲାଇନ ଆବେଦନ କରିପାରିବେ ।