Advertisment

UPSC Recruitment: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପୂରଣ ହେବ ୮୦୦ରୁ ଅଧିକ ଅଫିସର; ଚାଲିଛି ଆବେଦନ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ନେଇଆସିଛି। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
UPSC CMS Exam 2024

UPSC Recruitment apply for 827 officer posts

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ନେଇଆସିଛି। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ମେଡିକାଲ ଅଫିସର୍‌, ଆସିଷ୍ଟାଣ୍ଟ ଡିଭିଜନାଲ୍‌ ମେଡିକାଲ ଅଫିସର, ଜେନେରାଲ ଡ୍ୟୁଟି ମେଡିକାଲ୍‌ ଅଫିସର ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଗ୍ରେଡ୍‌ ୨ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୮୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାର ଅଧିନରେ ଚାକିରି ସୁଯୋଗ; ପୂରଣ ହେବ ୩୭୧୨ ପଦବୀ

ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ UPSC Recruitment apply for 827 officer posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ମେଡିକାଲ ଅଫିସର୍‌
  • ଆସିଷ୍ଟାଣ୍ଟ ଡିଭିଜନାଲ୍‌ ମେଡିକାଲ ଅଫିସର
  • ଜେନେରାଲ ଡ୍ୟୁଟି ମେଡିକାଲ୍‌ ଅଫିସର
  • ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଗ୍ରେଡ୍‌ ୨
  • ମୋଟ ୮୨୭ଟି ପଦବୀ ପୂରଣ ହେବ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ M.B.B.S ଡିଗ୍ରୀ ହାସଲ କରିବା ଉଚିତ
  • ଅଧିକ ଜାଣିବା ପାଇଁ ବିଜ୍ଞାପନ ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୩୨ ବର୍ଷ
  • SC/ ST/ PwBD ବର୍ଗ ପାଇଁ ବୟସରେ କୋହଳ ଅଛି
  • ବୟସ ଗଣନା ୦୧।୦୮।୨୦୨୩ ଅନୁସାରେ ହେବ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC ପ୍ରାର୍ଥୀ – ୨୦୦ ଟଙ୍କା
  • SC/ST– ଦେୟମୁକ୍ତ

କିପରି କରିବେ ଆବେଦନ:

  • UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.inକୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ UPSC CMS Exam 2024 ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଏକ ନୂତନ ପୃଷ୍ଠା ଖୋଲିବ
  • ଏହା ପରେ, ପଞ୍ଜୀକରଣ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ କରିବା ପରେ ଆବେଦନ ଫିସ୍‌ ଦିଅନ୍ତୁ
  • ଏହା ପରେ ସଫଳତାର ସହିତ ଫର୍ମ ଦାଖଲ କରନ୍ତୁ
  • ଫର୍ମର ଏକ ହାର୍ଡ କପି ଆପଣଙ୍କ ସହିତ ରଖନ୍ତୁ
UPSC UPSC Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ