ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (UPSC) ଆନୁଷ୍ଠାନିକ ଭାବରେ ସିଷ୍ଟମ୍ ଆନାଲିଷ୍ଟ, ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ଏବଂ ସହକାରୀ ପ୍ରଫେସର ସମେତ ବିଭିନ୍ନ ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsconline.nic.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ UPSC Recruitment 2023 Notification କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ
- ଅନ୍ଲାଇନ୍ ଆବେଦନ ଆରମ୍ଭ - ୦୯ ସେପ୍ଟେମ୍ବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୨୮ ସେପ୍ଟେମ୍ବର ୨୦୨୩
ଖାଲି ପଦବୀ:
- ସିଷ୍ଟମ୍ ଆନାଲିଷ୍ଟ: ୧ଟି ପୋଷ୍ଟ୍
- ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ: ୭ଟି ପୋଷ୍ଟ୍
- ସହକାରୀ ପ୍ରଫେସର: ୧ଟି ପୋଷ୍ଟ୍
- ମୋଟ ପଦବୀ: ୯ଟି ପୋଷ୍ଟ୍
ଯୋଗ୍ୟତା:
- ପ୍ରାର୍ଥୀଙ୍କ ପାଖରେ ଏକ ଆବଶ୍ୟକୀୟ ମାଷ୍ଟର ଡିଗ୍ରୀ ଥିବା ଉଚିତ
- ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଡିଗ୍ରୀ ପାଇଥିବା ଜରୁରୀ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ:
- ସର୍ବନିମ୍ନ ବୟସ – ୩୦ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
- ପଦବୀ ନେଇ ବୟସ ମଧ୍ୟ ଭିନ୍ନ୍
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ସମସ୍ତ ପ୍ରାର୍ଥୀଙ୍କ ପାଇଁ ଦେୟ – ୨୫ ଟଙ୍କା
- SC / ST / PwBD / ମହିଳା ପ୍ରାର୍ଥୀ – ଦେୟ ମୁକ୍ତ
କିପରି ଦେବେ ଆବେଦନ ଶୁଳ୍କ:
- SBIର ଯେକୌଣସି ଶାଖାରେ ନଗଦ ଅର୍ଥ ଜମା କରି କିମ୍ବା କୌଣସି ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରି ଆବେଶନ ଶୁଳ୍କ ପୈଠ କରାଯାଇପାରିବ।
- ଏହା ସହିତ, ପ୍ରାର୍ଥୀମାନେ ଭିସା / ମାଷ୍ଟର / ରୂପେ / କ୍ରେଡିଟ୍ / ଡେବିଟ୍ କାର୍ଡ କିମ୍ବା UPI ମାଧ୍ୟମରେ ମଧ୍ୟ ଶୁଳ୍କ ଦେଇପାରିବେ।
କିପରି କରିବେ ଆବେଦନ:
- UPSCର ଅଫିସିଆଲ୍ ୱେବସାଇଟ୍ Upconline.nic.in କୁ ଯାଆନ୍ତୁ
- ହୋମ୍ପେଜ୍ରେ, 'ONLINE RECRUITMENT APPLICATION (ORA) FOR VARIOUS RECRUITMENT POSTS' ଖୋଜନ୍ତୁ ଏବଂ କ୍ଲିକ୍ କରନ୍ତୁ
- ପଞ୍ଜୀକରଣ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ, ସଠିକ୍ ଭାବେ ପରିଚୟ ପ୍ରଦାନ କରନ୍ତୁ
- ପଞ୍ଜୀକରଣ ବିବରଣୀ ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟା ଆରମ୍ଭ କରନ୍ତୁ
- ଆବେଦନ ଶୁଳ୍କ ପୈଠ କରନ୍ତୁ
- ଆବେଦନ ସରିବା ପରେ, ଭବିଷ୍ୟତ ପ୍ରମାଣ ପାଇଁ ଏକ କପି ଡାଉନଲୋଡ୍ କରନ୍ତୁ