Advertisment

UPSC Nursing Officer Recruitment: ପୂରଣ ହେବ ୧୯୩୦ଟି ନର୍ସିଂ ଅଫିସର ପଦବୀ; ଦରମା ୬୦ ହଜାର ପରେ

ଯେଉଁମାନେ ନର୍ସିଂ କୋର୍ସ କରି ବସିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ(UPSC)। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ନର୍ସିଂ ଅଫିସର ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
UPSC Nursing Officer Recruitment 2024 apply for 1930 posts

UPSC Nursing Officer Recruitment 2024 apply for 1930 posts

Advertisment

ଯେଉଁମାନେ ନର୍ସିଂ କୋର୍ସ କରି ବସିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ(UPSC)। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ନର୍ସିଂ ଅଫିସର ପଦବୀ ପୂରଣ ହେବ।

Advertisment

କର୍ମଚାରୀ ରାଜ୍ୟ ବୀମା ନିଗମ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧିନରେ ଏହି ନିଯୁକ୍ତି ମିଳିବ। ଏନେଇ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୯୩୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍‌ସାଇଟ୍ upsconline.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ UPSC Nursing Officer Recruitment 2024 apply for 1930 posts notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୭ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୭ ମାର୍ଚ୍ଚ ୨୦୨୪
  • ପରୀକ୍ଷା – ୦୭ ଜୁଲାଇ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ - ୮୯୨ଟି ପୋଷ୍ଟ,
  • OBC ବର୍ଗ - ୪୪୬ଟି ପୋଷ୍ଟ
  • SC ବର୍ଗ - ୨୩୫ ଟି ପୋଷ୍ଟ,
  • ST ବର୍ଗ - ୧୬୪ଟି ପୋଷ୍ଟ
  • EWS ବର୍ଗ - ୧୯୩ଟି ପୋଷ୍ଟ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ନର୍ସିଂରେ B.Sc. (ସମ୍ମାନ)
  • ରାଜ୍ୟ ନର୍ସିଂ ପରିଷଦରେ ଜଣେ ନର୍ସ କିମ୍ବା ନର୍ସ ଏବଂ ମିଡ୍-ୱାଇଫ୍ ଭାବେ ପଞ୍ଜୀକୃତ କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା କାଉନ୍‌ସିଲ୍‌ରୁ ଜେନେରାଲ୍ ନର୍ସିଂ ମିଡ୍ ୱିଫେରୀରେ ଡିପ୍ଲୋମା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୪୨,୩୦୦ଟଙ୍କା
  • ସର୍ବାଧିକ ମାସିକ ଦରମା – ୬୩,୩୦୦ଟଙ୍କା

ଆବେଦନ ଶୁଳ୍କ:

  • ମହିଳା//SC/ST/PwBDs – ଦେୟମୁକ୍ତ
  • ଅନ୍ୟମାନେ – ୨୫ ଟଙ୍କା
UPSC Govt Jobs Nursing Staff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ