Upsc cds ii 2024 registration begins for 459 vacancies
ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ(UPSC)ରେ ନିଯୁକ୍ତି ପାଇଁ ଅନେକ ଯୁବକ ଚାହିଁ ବସିଥାନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। UPSC ମିଳିତ ପ୍ରତିରକ୍ଷା ସେବା ପରୀକ୍ଷା ୨ (CDS 2) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ଯୋଗ୍ୟ ପ୍ରାର୍ଥୀମାନେ ୱାନ୍-ଟାଇମ୍-ରେଜିଷ୍ଟର ମାଧ୍ୟମରେ ଆବେଦନ କରିପାରିବେ। ଅନ୍ଲାଇନ୍ ମାଧ୍ୟମରେ ଏହି ଆବେଦନ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ମୋଟ ୪୫୯ଟି ପଦବୀ ପାଇଁ ଏହି ଆବେଦନ ଚାଲିଛି।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍ସାଇଟ୍ upsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ UPSC CDS 2 notification out for over 450 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୬ ମେ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୦୪ ଜୁନ୍ ୨୦୨୪
ଖାଲି ପଦବୀ:
- ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ୧୫୯ତମ ପାଠ୍ୟକ୍ରମ – ୧୦୦ଟି ପୋଷ୍ଟ
- ଇଣ୍ଡିଆନ୍ ନାଭାଲ୍ ଏକାଡେମୀ ପାଠ୍ୟକ୍ରମ – ୩୨ଟି ପୋଷ୍ଟ
- ବାୟୁସେନା ଏକାଡେମୀ ପ୍ରି-ଫ୍ଲାଇଙ୍ଗ୍ ଟ୍ରେନିଂ ପାଠ୍ୟକ୍ରମ – ୩୨ଟି ପୋଷ୍ଟ
- ଅଫିସର୍ ଟ୍ରେନିଂ ଏକାଡେମୀର ୧୨୨ ତମ SSC (ପୁରୁଷ) (NT) (UPSC) ପାଠ୍ୟକ୍ରମ – ୨୭୬ଟି ପୋଷ୍ଟ
- ଅଫିସର୍ ଟ୍ରେନିଂ ଏକାଡେମୀର ୩୬ତମ SSC ମହିଳା (NT) (UPSC) ପାଠ୍ୟକ୍ରମ – ୧୯ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା:
- ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
- ନାଭାଲ ଏକାଡେମୀ ପାଇଁ ଇଞ୍ଜିନିୟରିଂ ଡିଗ୍ରୀ
- ବାୟୁସେନା ପାଇଁ ୧୦ + ୨ ସ୍ତରରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ସହିତ ସ୍ନାତକ ଡିଗ୍ରୀ କିମ୍ବା ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୦ ବର୍ଷ
- ସର୍ବାଧିକ ବୟସ – ୨୪ ବର୍ଷ
ଆବେଦନ ଶୁଳ୍କ:
- ସମସ୍ତ ବର୍ଗ – ୨୦୦ ଟଙ୍କା
- SC/ST/ମହିଳା – ଦେୟମୁକ୍ତ
ଚୟନ ପ୍ରକ୍ରିୟା:
- ଲିଖିର ପରୀକ୍ଷା
- ସାକ୍ଷାତକାର
କିପରି କରିବେ ଆବେଦନ:
- ସର୍ବପ୍ରଥମେ UPSC ର ଅଫିସିଆଲ୍ ୱେବସାଇଟ୍ www.upsc.gov.in କୁ ଯାଆନ୍ତୁ
- ଏହା ପରେ ହୋମ୍ ପେଜ୍ରେ, "Examination" ବିଭାଗରେ କ୍ଲିକ୍ କରନ୍ତୁ ଏବଂ "Active Examinations" ଲିଙ୍କ୍ ଚୟନ କରନ୍ତୁ
- ଏହା ପରେ "Part-1" next to Combined Defense Examination (II) ଲିଙ୍କରେ କ୍ଲିକ୍ କରନ୍ତୁ
- ନିର୍ଦ୍ଦେଶାବଳୀ ପଢିବା ପରେ, Yes to proceed ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଏଠାରେ ଅନୁରୋଧ କରାଯାଇଥିବା ସୂଚନା ଏଣ୍ଟ୍ରୀ କରନ୍ତୁ
- ଏହା ପରେ ଆବେଦନର ପାର୍ଟ ୨ ଉପରେ କ୍ଲିକ୍ କରନ୍ତୁ
- ଆବେଦନ ଶୁଳ୍କ ଦିଅନ୍ତୁ
- ପସନ୍ଦର ପରୀକ୍ଷା କେନ୍ଦ୍ର ଚୟନ କରନ୍ତୁ
- ସ୍କାନ୍ ଫଟୋ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715951550.jpg)