Advertisment

ଝୁଲିଲା କନଷ୍ଟେବଲ ନିଯୁକ୍ତି!

ଓଡ଼ିଶା ପୋଲିସ୍‌ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି।

ଅଦ୍ୟତନ ହୋଇଛି
High Court On Odisha Police Constable Recruitment 2023

Odisha Police Constable

Advertisment

ଓଡ଼ିଶା ପୋଲିସରେ କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ବଡ଼ ରାୟ । ପ୍ରକ୍ରିୟା ଚାଲିବ, କିନ୍ତୁ ଚୂଡ଼ାନ୍ତ ନିଯୁକ୍ତି ମାମଲା ରାୟ ଉପରେ ନିର୍ଭର କରିବ । କନ୍‌ଷ୍ଟେବଳ ନିଯୁକ୍ତି ନେଇ ଦାୟର ଏକାଧିକ ମାମଲା ଉପରେ ହାଇକୋର୍ଟଙ୍କ ଏଭଳି ରାୟ ଶୁଣାଇଛନ୍ତି ।

Advertisment

୪୭୯୩ କନଷ୍ଟେବଲ ପଦବୀ ପାଇଁ ଗତବର୍ଷ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ୍-ଡି, ଗୃହରକ୍ଷୀଙ୍କ ପାଇଁ ୧୦% ପଦବୀ ସଂରକ୍ଷିତ ରହିଥିଲା । କିଛି ଜିଲ୍ଲାରେ ଲିଖିତ ପରୀକ୍ଷା ପରେ କ୍ୱାଲିଫାଇଂ ମାର୍କ ଦେଖାଯାଉଛି ତ କିଛି ଜିଲ୍ଲାରେ କ୍ୱାଲିଫାଇଂ ମାର୍କ ଦେଖି ଶାରୀରିକ ପରୀକ୍ଷା କରାଯାଉଛି । ବିଜ୍ଞପ୍ତିରେ କ୍ୱାଲିଫାଇଂ ମାର୍କ ନଥିବାରୁ ହାଇକୋର୍ଟ ଯାଇଛନ୍ତି କିଛି ଆଶାୟୀ।

ତେବେ ଲିଖିତ ପରୀକ୍ଷା ପରେ କ୍ୱାଲିଫାଇଂ ମାର୍କ ଆଧାରରେ ଚୟନ କରାଯାଇ କେତେକ ଜିଲ୍ଲାରେ ଶାରୀରିକ ପରୀକ୍ଷା କରାଯାଉଛି। ବିଜ୍ଞପ୍ତିରେ କ୍ୱାଲିଫାଇଂ ମାର୍କ କଥା ନଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଲାଗୁ କରାଯିବାରୁ ଅନେକ ଆଶାୟୀ ଏହାକୁ ବିରୋଧ କରିଥିଲେ। ଏପରି କି ବିଶାଳ ମୁଣ୍ଡା ଓ ଅନ୍ୟମାନଙ୍କ ପକ୍ଷରୁ ଏକାଧିକ ମାମଲା ହାଇକୋର୍ଟରେ ଦାଏର ହୋଇଥିଲା।

Advertisment

ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏଥିସହ ନିଯୁକ୍ତି ପ୍ରକ୍ରିୟା ଏହି ମାମଲା ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବ ବୋଲି କହିଛନ୍ତି। ଆସନ୍ତା ମାସ ୩ୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Odisha Police Orissa High Court High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ