Advertisment

UIIC Recruitment: ଗ୍ରାଜୁଏସନ କରିଛନ୍ତି କି… UIICରେ ଚାକିରି ସୁଯୋଗ

ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍(UIIC) ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ଟି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
UIIC Recruitment for 300 Assistant posts

UIIC Recruitment for 300 Assistant posts

Advertisment

ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍(UIIC) ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ଟି ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UIIC ର ଅଫିସିଆଲ୍ ୱେବ୍‌ସାଇଟ୍ uiic.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ UIIC Recruitment for 300 Assistant posts Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୧୬ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ - ୦୬ ଜାନୁୟାରୀ ୨୦୨୪
  • ଆବେଦନ ଶୁଳ୍କ ଦେବାର ଶେଷ ତାରିଖ - ୦୬ ଜାନୁୟାରୀ ୨୦୨୪
Advertisment

ଯୋଗ୍ୟତା:

  • ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହେବା ଉଚିତ
  • ଆଞ୍ଚଳିକ ଭାଷାରେ କହିବା, ଲେଖିବା ଓ ପଢିବା ଜ୍ଞାନ ଥିବ

ମାସିକ ଦରମା:

  • ସର୍ବାଧିକ ମାସିକ ଦରମା - ୬୨,୨୬୫ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ

ଚୟନ ପ୍ରକ୍ରିୟା:

  • ଅନଲାଇନ୍ ଲିଖିତ ପରୀକ୍ଷା
  • ଆଞ୍ଚଳିକ ଭାଷା ଜ୍ଞାନ ପରୀକ୍ଷା

ଆବେଦନ ଶୁଳ୍କ:

  • SC / ST / PwBD, କମ୍ପାନୀର ସ୍ଥାୟୀ କର୍ମଚାରୀ – ୨୫୦ଟଙ୍କା + GST
  • ଅନ୍ୟମାନେ – ୧୦୦୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

କିପରି କରିବେ ଆବେଦନ:

  • UIIC ର ଅଫିସିଆଲ୍ ୱେବସାଇଟ୍ uiic.co.inକୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା ନିଯୁକ୍ତି ପାଇଁ ଆବେଦନ କରିବାକୁ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଶୁଳ୍କ ଦିଅନ୍ତୁ
  • Submit ବଟମ୍ ଉପରେ କ୍ଲିକ୍ କରନ୍ତୁ ଏବଂ ପେଜ୍ ଡାଉନଲୋଡ୍ କରନ୍ତୁ
  • ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ପ୍ରିଣ୍ଟ୍ କରି ରଖନ୍ତୁ
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ