SBI ରେ ଖାଲିପଡିଛି ୧୨୦୦ରୁ ଊର୍ଦ୍ଧ୍ୱ ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? SBI (ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲି ପଡିଛି ୧୨୨୬ରୁ ଅଧିକ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅନ୍ ଲାଇନରେ ଆବେଦନ କରିପାରିବେ ।

SBI vacancy 2021

News Summary

୧୨୨୬ରୁ ଅଧିକ ପଦବୀ, SBIରେ କରନ୍ତୁ ଚାକିରି

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(SBI)ରେ ଖାଲିପଡିଛି ସ୍କିଲଡ ବେସଡ୍‌ ଅଫିସର (CBO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ ଏହି ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୧୨୨୬ରୁ ଅଧିକ ପଦ ଖାଲି ପଡିଛି । ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ୱେବସାଇଟ୍ sbi.co.in ଜରିଆରେ ଅନଲାଇନ୍ ଆବେଦନ କରିପାରିବେ ।

ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆରେ ଆବେଦନ କରିବାର ତାରିଖ ୯ ଡିସେମ୍ବରରୁ ଆରମ୍ଭ ହୋଇ ୨୯ ଡିସେମ୍ବର ୨୦୨୧ରେ ସମାପ୍ତ ହେବ। ତେବେ ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ ୨୯ ଡିସେମ୍ବର ରହିଛି । ଏହି ପଦବୀରେ ହେବାକୁ ଥିବା ପରୀକ୍ଷା ଜାନୁଆରୀ ୨୦୨୨ରେ ହେବ ଏବଂ ଆଡମିଟ୍‌ କାର୍ଡ ଜାରି ହେବାର ତାରିଖ ୧୨ ଜାନୁଆରୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ପଦବୀ ପାଇଁ ଆବେଦନକାରୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିର କୌଣସି ବି ଷ୍ଟ୍ରିମରେ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ । ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ଅଧିକ ଏବଂ ୩୦ ବର୍ଷରୁ କମ ହୋଇଥିବା ଆବଶ୍ୟକ ।

ପଦବୀ ପାଇଁ ଆବେଦନ ଶୁଳ୍କ:

ସାଧାରଣ ବର୍ଗ, ଓବିସି ଏବଂ EWS ଆବେଦନକାରୀ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି, ଜନଜାତି ଏବଂ ଦିବ୍ୟାଙ୍ଗ ପାଇଁ ଆବେଦନ ନିଶୁଳ୍କ ରହିଛି।

କିପରି କରିବେ ଆବେଦନ:

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ sbi.co.in କିମ୍ବା ibpsonline.ibps.in କୁ ଯାଆନ୍ତୁ । ୱେବସାଇଟର ହୋମ ପେଜକୁ Careers ଅପସନକୁ ଯାଇ current opening ଲିଙ୍କରେ କ୍ଲିକ କରନ୍ତୁ ।