IRELରେ ଖାଲିପଡିଛି ଚିଫ୍‌ ଜେନେରାଲ ମ୍ୟାନେଜର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ରିଅର ଆର୍ଥସ ଲିମିଟେଡ୍‌ (IREL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । IRELରେ ଖାଲିପଡିଛି ଅନେକ ପଦବୀ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।

Recruitment at IREL

News Summary

IRELରେ ବମ୍ଫର ନିଯୁକ୍ତି, ଖାଲିପଡିଛି ଚିଫ୍‌ ଜେନେରାଲ ମ୍ୟାନେଜର ପଦବୀ

IRELରେ ବମ୍ଫର ନିଯୁକ୍ତି । IRELରେ ଖାଲିପଡିଛି ଚିଫ୍‌ ଜେନେରାଲ ମ୍ୟାନେଜର ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ଓ୍ଵବସାଇଟ www.irel.co.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୬ ଫେବୃଆରୀ ୨୦୨୨ ରହିଛି ।IRELରେ ଚିଫ୍‌ ଜେନେରାଲ ମ୍ୟାନେଜର, ଚିଫ୍‌ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ ,ପଦବୀ, ମ୍ୟାନେଜର ସିକ୍ୟୁରିଟି ପଦବୀ ପାଇଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା:

ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି

ପଦବୀ ପାଇଁ ଦରମା:

ଚିଫ ଜେନେରାଲ ମ୍ୟାନେଜର ପଦବୀ ପାଇଁ ମାସକୁ ଦରମା ୧,୨୦,୦୦୦-୨,୮୦,୦୦୦ ରହିଛି,ଚିଫ୍‌ ମ୍ୟାନେଜର ପଦବୀ ପାଇଁ ମାସକୁ ଦରମା ୮୦,୦୦୦-୨,୨୦,୦୦୦, ସିନିଅର ମ୍ୟାନେଜର ପଦବୀ ପାଇଁ ୭୦,୦୦୦-୨,୦୦,୦୦୦ ଟଙ୍କା, ମ୍ୟାନେଜର ସିକ୍ୟୁରିଟି ପଦବୀ ପାଇଁ ୬୦,୦୦୦-୧,୮୦,୦୦୦ ରହିଛି ।

ବୟସ ସୀମା ଓ ଚୟନ ପ୍ରକ୍ରିୟା:

ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ, ଶାରୀରିକ ପରୀକ୍ଷା, ଗ୍ରୁପ ବ୍ୟାୟାମ ଦ୍ୱାରା ହେବ। ଚିଫ ଜେନେରାଲ ମ୍ୟାନେଜର ପଦବୀ ପାଇଁ ୫୬ ବର୍ଷ, ଚିଫ୍‌ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ ପାଇଁ ୫୪/୪୮ ବର୍ଷ, ମ୍ୟାନେଜର ସିକ୍ୟୁରିଟି ପାଇଁ ୪୨ ବର୍ଷ ହୋଇଥିବା ଜରୁରୀ ଅଟେ।