Advertisment

ଭାରତୀୟ ସେନାରେ ଚାକିରି ସୁଯୋଗ; ୨,୧୭,୬୦୦ ଟଙ୍କା ପର୍ଯ୍ୟନ୍ତ ଦରମା

ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଢନ୍ତୁ…

ଅଦ୍ୟତନ ହୋଇଛି
Territorial Army Recruitment Notification 2022

Territorial Army Recruitment Notification 2022

Advertisment

ଭାରତୀୟ ସେନାର ଭଲ୍ୟୁଣ୍ଟିୟର୍ ରିଜର୍ଭ ଫୋର୍ସ ଟେରିଟୋରିଆଲ୍ ଆର୍ମିରେ ଟେରିଟୋରିଆଲ୍ ଆର୍ମି ଅଫିସର୍‌ ନିଯୁକ୍ତ ପାଇଁ ଆବେଦନ ଜାରି ହୋଇଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ସେନା ଅଧିକାରୀ ହେବାକୁ ଆଗ୍ରହୀ ପ୍ରାର୍ଥୀ ଟେରିଟୋରିଆଲ୍ ଆର୍ମିର ଅଫିସିଆଲ୍ ୱେବସାଇଟ୍ jointerritorialarmy.gov.in କୁ ଯାଇ ଅନଲାଇନ୍‌ରେ ଆବେଦନ କରିପାରିବେ। ଏନେଇ ଲିଖିତ ପରୀକ୍ଷା ୨୬ ସେପ୍ଟେମ୍ବର ୨୦୨୨ରେ କରାଯିବ। ପରବର୍ତ୍ତୀ ସୂଚନା ଜାଣିବା ପାଇଁ ଟେରିଟେରାଲ୍ ଆର୍ମି ୱେବ୍‌ସାଇଟ୍‌ ଉପରେ ନଜର ରଖିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୦ ଜୁଲାଇ ୨୦୨୨
  • ଆବେଦନ କରିବାର ଶେଷ ତାରିଖ - ୧୯ ଅଗଷ୍ଟ ୨୦୨୨

ଖାଲି ପଦବୀ:

  • ପୁରୁଷ - ୧୨
  • ମହିଳା- ୦୧

(ଟିପ୍ପଣୀ- ପଦବୀଗୁଡ଼ିକ ପରିବର୍ତ୍ତନ ହୋଇପାରେ)

ଦରମା:

  • ୫୬, ୧୦୦ ଟଙ୍କାରୁ ୨,୧୭,୬୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି
ଶିକ୍ଷାଗତ ଯୋଗ୍ୟତା:
  • ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ଜରୁରୀ।

ବୟସ ସୀମା:

  • ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୪୨ ହେବା ଜରୁରୀ।

ଶାରୀରିକ ମାନକ:

  • ପ୍ରାର୍ଥୀମାନେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ହେବା ଉଚିତ

ଆବେଦନ ଶୁଳ୍କ:

  • ପଦବୀ ପାଇଁ ଆବେଦନ ଶୁଳ୍କ ୨୦୦ ଟଙ୍କା ରହିଛି

ଚୟନ ପ୍ରକ୍ରିୟା:

  • ଟେରିଟେରାଲ୍ ଆର୍ମିରେ ଅଧିକାରୀ ନିଯୁକ୍ତି ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ କରାଯାଇଥାଏ
Advertisment

ପରୀକ୍ଷା ପାଟର୍ନ:

  • ଏହି ପରୀକ୍ଷାରେ ଦୁଇଟି ପେପର୍‌ ରହିବ
  • ଉଭୟ ପେପର୍‌ରେ ଦୁଇଟି ବିଭାଗ ରହିବ, ଯାହା ୫୦-୫୦ ମାର୍କର ହେବ
  • ଉଭୟ ପେପର୍ ମୋଟ ୧୦୦-୧୦୦ ମାର୍କ ହେବ
  • ପେପର୍ -୧ରେ ରହିବ ରିଜୋନିଙ୍ଗ୍ ଏବଂ ଏଲିମେଣ୍ଟ୍ରୀ ମ୍ୟାଥମେଟିକ୍ସ
  • ପେପର୍ -୨ରେ ରହିବ ସାଧାରଣ ଜ୍ଞାନ ଏବଂ ଇଂରାଜୀ
  • ପରୀକ୍ଷା ୨-୨ ଘଣ୍ଟା ହେବ।

ପାସ୍ କରିବାକୁ, ପ୍ରତ୍ୟେକ ପେପର୍‌ର ପ୍ରତ୍ୟେକ ବିଭାଗରେ ଅତି କମରେ ୪୦% ମାର୍କ ଏବଂ ଏଗ୍ରିଗେଟ୍‌ରେ ୫୦% ମାର୍କ ରଖିବା ଜରୁରୀ।

Advertisment
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ