Advertisment

ରେଲ୍‌ୱେରେ ୯୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ଜାରି

ଦକ୍ଷିଣ-ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ www.rrchubli.in ମାଧ୍ୟମରେ ଆବେଦନ କରିପାରିବେ।

SWR Recruitment 2021

SWR Recruitment 2021

Advertisment

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ www.rrchubli.in ମାଧ୍ୟମରେ ଆବେଦନ କରିପାରିବେ।

Advertisment

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୯୦୪ଟି ପଦବୀ ପୂରଣ ହେବ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୪ ଅକ୍ଟୋବର ୨୦୨୧ରୁ ଚାଲିଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ୩ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଜରୁରୀ। ସେହିପରି ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସଂପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ଡିଗ୍ରୀ ହାସଲ କରିବା ଉଚିତ।

Advertisment

ବୟସ ସୀମା :

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ। ଏଥି ସହିତ, ଉଚ୍ଚ ତେବେ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଏବଂ ଏସ୍‌ସି ଏବଂ ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ କୋହଳ କରାଯିବ। ସେହିପରି ଶାରୀରିକ ଅକ୍ଷମ କ୍ଷେତ୍ରରେ ବୟସ ସୀମାରେ ୧୦ ବର୍ଷ କୋହଳ କରାଯାଇଛି।

Advertisment

ଚୟନ ପ୍ରକ୍ରିୟା :

ଶିକ୍ଷାଗତ ଯୋଗ୍ୟତା ଆଧାରରେ ପ୍ରସ୍ତୁତ ମେରିଟ୍ ତାଲିକା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀମାନେ ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ପ୍ରକାଶିତ ସରକାରୀ ବିଜ୍ଞପ୍ତିକୁ ଦେଖିପାରିବେ।

India Indian Railways JOB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ