Advertisment

SSC Recruitment 2023: SSC ବାହାର କଲା ନିଯୁକ୍ତି ବିଜ୍ଞାପନ; ପୂରଣ ହେବ ୧୫୫୮ ପୋଷ୍ଟ

SSC ମଲ୍ଟି ଟାସ୍କିଂ କର୍ମଚାରୀ ଏବଂ ହାବିଲଦାର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୫୮ଟି ପୋଷ୍ଟ ପୂରଣ ହେବ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପୂରା ଖବର ପଢନ୍ତୁ।

ଅଦ୍ୟତନ ହୋଇଛି
SSC MTS, Havaldar recruitment 2023

SSC MTS, Havaldar recruitment 2023

Advertisment

କର୍ମଚାରୀ ଚୟନ ଆୟୋଗ (SSC) ମଲ୍ଟି ଟାସ୍କିଂ-MTS (Non-Technical) କର୍ମଚାରୀ ଏବଂ ହାବିଲଦାର (CBIC & CBN) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୫୮ଟି ପୋଷ୍ଟ ପୂରଣ ହେବ। SSC ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୨୦୨୩ରେ MTS ଏବଂ ହାବିଲଦାର ପଦବୀ ପାଇଁ ଆୟୋଗ ଲିଖିତ ପରୀକ୍ଷା କରିବ।

Advertisment

ଇଛୁକ ଓ ଯୋଗ୍ୟ ପ୍ରର୍ଥୀମାନେ SSC ର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.nic.inକୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ SSC MTS, Havaldar recruitment 2023 PDF ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ଜୁନ୍ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୧ ଜୁଲାଇ ୨୦୨୩
  • ଅନ୍‌ଲାଇନ୍ ଫି ପେମେଣ୍ଟ ଶେଷ – ୨୨ ଜୁଲାଇ ୨୦୨୩
  • ଅଫ୍‌ଲାଇନ୍ ଚାଲାଣ କରିବାର ଶେଷ ତାରିଖ – ୨୩ ଜୁଲାଇ ୨୦୨୩
  • ପରୀକ୍ଷା - ସେପ୍ଟେମ୍ବର ୨୦୨୩
Advertisment

ପଦବୀ ସଂଖ୍ୟା:

  • ମଲ୍ଟି ଟାସ୍କିଂ-MTS (Non-Technical) କର୍ମଚାରୀ – ୧୧୯୮ ପୋଷ୍ଟ୍
  • ହାବିଲଦାର (CBIC & CBN) – ୩୬୦ ପୋଷ୍ଟ୍
  • ମୋଟ୍ – ୧୫୫୮ ପୋଷ୍ଟ୍‌

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • SC / ST, PWD, ଏକ୍ସ ସର୍ଭିସ୍ ମେନ୍, ମହିଳା ବର୍ଗ - ଦେୟ ମୁକ୍ତ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍‌

ବୟସ ସୀମା:

  • SSC MTS ପାଇଁ – ୧୮ ରୁ ୨୫ ବର୍ଷ
  • ହାବିଲଦାର ପଦ ପାଇଁ – ୧୮ରୁ ୨୭ ବର୍ଷ

ଚୟନ ପ୍ରକ୍ରିୟା:

  • ଲିଖିର ପରୀକ୍ଷା
  • ଶାରୀରିକ ଦକ୍ଷତା ପରୀକ୍ଷା - PET
  • ଶାରୀରିକ ମାନକ ପରୀକ୍ଷା - PST (କେବଳ ହାଭିଲଦାର ପଦ ପାଇଁ)

ଦରମା:

  • ସର୍ବନିମ୍ନ ମାସିକ ଦରମା – ୧୮,୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୨୨,୦୦୦ ଟଙ୍କା

କିପରି ଆବେଦନ କରିବେ:

  • ପ୍ରଥମେ SSC ର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଆନ୍ତୁ
  • ହୋମ୍ ପେଜ୍‌ରେ, 'Apply' ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଅନ୍‌ଲାଇନ୍ ଆବେଦନ' ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ଆସିବ, ଏଥିରେ ଥିବା ସୂଚନା ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଶୁଳ୍କ ଦିଅନ୍ତୁ
  • ପୂର୍ଣ୍ଣ ସୂଚନା ଯାଞ୍ଚ କରନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମର ଏକ ପ୍ରିଣ୍ଟ୍‌ଆଉଟ୍ ବାହାର କରନ୍ତୁ
Govt Jobs SSC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ