Advertisment

SSC Recruitment: SSCରେ ପୂରଣ ହେବ ଅନୁବାଦକ ପଦବୀ; ଦରମା ୧ଲ‍କ୍ଷ ୪୦ହଜାର ପରେ

SSC ଜୁନିଅର୍ ହିନ୍ଦି ଅନୁବାଦକ (JHT) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

ଅଦ୍ୟତନ ହୋଇଛି
SSC JHT Recruitment 2024  Apply for 312 posts

SSC JHT Recruitment 2024 Apply for 312 posts

Advertisment

ସରକାରୀ ଚାକିରି ପାଇଁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ବଡ ଖବର। ଆପଣ ଯଦି ସରକାରୀ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ କର୍ମଚାରୀ ଚୟନ ଆୟୋଗ (SSC) ଜୁନିଅର୍ ହିନ୍ଦି ଅନୁବାଦକ (JHT) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ମନ୍ତ୍ରଣାଳୟ / ବିଭାଗ / ସଂଗଠନ ପାଇଁ ଜୁନିୟର ହିନ୍ଦୀ ଅନୁବାଦକ, ଜୁନିଅର ଅନୁବାଦ ଅଧିକାରୀ, ଜୁନିଅର ଅନୁବାଦକ, ସିନିୟର ହିନ୍ଦୀ ଅନୁବାଦକ ଏବଂ ସିନିୟର ଅନୁବାଦକ ଗ୍ରୁପ୍ ବି ଅଣ-ଗେଜେଟେଡ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ତେବେ ମାଷ୍ଟର ଡିଗ୍ରୀ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SSC JHT Recruitment 2024 Apply for 312 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୨ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ଅଗଷ୍ଟ ୨୦୨୪
  • ପରୀକ୍ଷା – ଅକ୍ଟୋବର-ନଭେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଏହି ନିଯୁକ୍ତି ଅନୁସାରେ ମୋଟ୍ ୩୧୨ଟି ପୋଷ୍ଟ୍ ପୂରଣ ହେବାର ଲକ୍ଷ ରହିଛି
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ପ୍ରାସଙ୍ଗିକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୩୪,୪୦୦ ଟଙ୍କା
  • ସର୍ବାଧିକ ଦରମା – ୧,୪୨,୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ଟଙ୍କା
  • SC/ ST/ESM/ ଦିବ୍ୟାଙ୍ଗ – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଟେଷ୍ଟ୍

କିପରି କରିବେ ଆବେଦନ:

  • SSCର ଅଫିସିଆଲ୍ ୱେବସାଇଟ୍‌ ssc.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Apply ଉପରେ କ୍ଲିକ୍ କରନ୍ତୁ
  • ଏଠାରେ Junior Transalator Exam ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ‘ପରୀକ୍ଷା ପାଇଁ ଆବେଦନ କରିବାକୁ ଲଗଇନ୍’ ମେସେଜ୍ ଦେଖାଯିବ। ଏଠାରେ 'OK’ ଉପରେ କ୍ଲିକ୍ କରନ୍ତୁ।
  • ତାପରେ ଆପଣଙ୍କୁ ହୋମ୍‌ପେଜ୍‌ରୁ ନେଇ ଆସିବ। ଲଗଇନ୍ ବିଭାଗ ଆସିବ। ଯଦି ଆପଣ ଜଣେ ନୂତନ ଉପଭୋକ୍ତା ତେବେ ‘Registration Now’ ଉପରେ କ୍ଲିକ୍ କରନ୍ତୁ।
  • ସମସ୍ତ ବିବରଣୀ ଦେଇ ନିଜକୁ ପଞ୍ଜିକରଣ କରନ୍ତୁ
  • ବର୍ତ୍ତମାନ ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଫର୍ମ Submit କରନ୍ତୁ
  • ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ
Govt Jobs Job Search SSC Jobs Job Seekers SSC Recruitment SSC Job Notification
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ