ssb sub-inspector recruitment 2023 apply for 111 si posts
ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା ସଶସ୍ତ୍ର ସୀମା ବଳ(SSB) ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲୁଥିବା ବେଳେ ବିଜ୍ଞପ୍ତି ପ୍ରକାଶର ୩୦ ଦିନ ମଧ୍ୟରେ ପ୍ରାର୍ଥୀ ଆବେଦନ କରି ପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ ssbrectt.gov.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSB Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୯ ଅକ୍ଟୋବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୧୭ ନଭେମ୍ବର ୨୦୨୩
ଖାଲି ପଦବୀ:
- ସବ୍ ଇନ୍ସପେକ୍ଟର (ପାୟନିଅର୍) – ୨୦ଟି ପୋଷ୍ଟ
- ସବ୍ ଇନ୍ସପେକ୍ଟର (ଡ୍ରାଫ୍ଟମ୍ୟାନ୍) – ୩ଟି ପୋଷ୍ଟ
- ସବ୍ ଇନ୍ସପେକ୍ଟର (ସଂଚାର) – ୫୯ଟି ପୋଷ୍ଟ
- ସବ୍ ଇନ୍ସପେକ୍ଟର (ଷ୍ଟାଫ୍ ନର୍ସ ମହିଳା) – ୨୯ଟି ପୋଷ୍ଟ
- ମୋଟ ପଦବୀ – ୨୧୧ଟି ପୋଷ୍ଟ
ଯୋଗ୍ୟତା:
- ପଦବୀ ଅନୁସାରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ 10+2, ଡିଗ୍ରୀ/ଡିପ୍ଲୋମା, ମାଟ୍ରିକୁଲେସନ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୩୦ ବର୍ଷ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ କୋହଳ:
- SC/ST/ ପୂର୍ବତନ ଚାକିରିଆ – ୦୫ ବର୍ଷ
- OBC/ EXSM – ୦୩ ବର୍ଷ
- PH – ୧୦ ବର୍ଷ
ଚୟନ ପ୍ରକ୍ରିୟା:
- ଡକ୍ୟୁମେଣ୍ଟ୍ ଯାଞ୍ଚ
- ଲିଖିତ ପରୀକ୍ଷା
- ଡାକ୍ତରୀ ପରୀକ୍ଷା
ଆବେଦନ ଶୁଳ୍କ:
- R/EWS and OBC ବର୍ଗ -୨୦୦ ଟଙ୍କା
- SC, ST, ପୂର୍ବତନ ଚାକିରିଆ ଏବଂ ମହିଳା ପ୍ରାର୍ଥୀ – ଦେୟ ମୁକ୍ତ
- ପ୍ରାର୍ଥୀଙ୍କୁ ନେଟ୍ ବ୍ୟାଙ୍କିଙ୍ଗ୍ / କ୍ରେଡିଟ୍ କାର୍ଡ / ଡେବିଟ୍ କାର୍ଡ ମାଧ୍ୟମରେ ପରୀକ୍ଷା ଫିସ୍ ଦେବାକୁ ପଡିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697967527.jpg)