Advertisment

ଭାରତୀୟ ରେଳବାଇରେ ଚାକିରି; ୧୨ଶ, ସ୍ନାତକ କରିଥିଲେ ଆବେଦନ କରିପାରିବେ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥୁବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଅଦ୍ୟତନ ହୋଇଛି
southern railway recruitment 2022

southern railway recruitment 2022

Advertisment

ଭାରତୀୟ ରେଳବାଇରେ ଚାକିରି ଖୋଜୁଥୁବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ iroams.com କୁ ଯିବାକୁ ପଡିବ। ଆବେଦନ କରିବାର ଶେଷ ତାରିଖ ହେଉଛି ୨ ଜାନୁଆରୀ ୨୦୨୩। ତେବେ ପୋଷ୍ଟଗୁଡିକ ପାଇଁ ଆବେଦନ କରିବା ପୂର୍ବରୁ, ପୋଷ୍ଟଗୁଡିକ ସମ୍ବନ୍ଧୀୟ ସୂଚନା ଜାଣିନେବା ଜରୁରୀ। ଏହି ନିଯୁକ୍ତି ଅଧିନରେ ମୋଟ ୨୧ଟି ପଦବୀ ପୂରଣ ହେବ।

ପଦବୀ ସଂଖ୍ୟା:

  • VII CPC ପେ ମ୍ୟାଟ୍ରିକ୍ସ ସ୍ତର ୪/୫: ୫ ଟି ପୋଷ୍ଟ
  • VII CPC ପେ ମ୍ୟାଟ୍ରିକ୍ସ ସ୍ତର ୨/୩: ୧୬ ଟି ପୋଷ୍ଟ
Advertisment

ଯୋଗ୍ୟତା:

  • ସପ୍ତମ CP ପେ ମ୍ୟାଟ୍ରିକ୍ସ ସ୍ତର ୨/୩ ପଦବୀ ପାଇଁ - ଦ୍ୱାଦଶ ପାସ୍ (+2)
  • ସପ୍ତମ CPC ପେ ମ୍ୟାଟ୍ରିକ୍ସ ସ୍ତର ୪/୫ ପଦବୀ ପାଇଁ - ସ୍ନାତକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮
  • ସର୍ବାଧିକ ବୟସ – ୨୫

ଆବେଦନ ଶୁଳ୍କ:

  • ଆବେଦନ ଶୁଳ୍କ ଭାବରେ, ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଆବେଦନ ଶୁଳ୍କ - ୫୦୦ ଟଙ୍କା
  • ଅନ୍ୟ ବର୍ଗ କିମ୍ବା ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ - ୨୫୦ ଟଙ୍କା
  • ଆବେଦନ ଫି କେବଳ ଅନଲାଇନରେ ଦାଖଲ କରିବାକୁ ପଡିବ
Advertisment

ଅଧିକ ବିବରଣୀ ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ବିଜ୍ଞପ୍ତି ଦେଖିବାକୁ ପଡିବ।

ଏଠାରେ ସରକାରୀ ବିଜ୍ଞପ୍ତି ଦେଖନ୍ତୁ। ପ୍ରାର୍ଥୀମାନେ ତଳେ ଥିବା ଲିଙ୍କରେ କ୍ଲିକ୍ କରି ବିଜ୍ଞପ୍ତି ଦେଖିପାରିବେ।

https://iroams.com/rrc_sr_chennai_sports/pdfs/RRC_English 3 pages_.pdf

Govt Jobs Railway Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ