Advertisment

୮ମ ପାସ୍‌ କରିଥିଲେ ବି ସରକାରୀ ଚାକିରି, ତୁରନ୍ତ ଆବେଦନ କରନ୍ତୁ

SECL ବିଭିନ୍ନ ଅପରେଟର୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ।

SECL Recruitment for operator posts from 8th pass

SECL Recruitment for operator posts from 8th pass

Advertisment

ସାଉଥ୍ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍ ଲିମିଟେଡ୍, SECL ବିଭିନ୍ନ ଅପରେଟର୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପୋଷ୍ଟ୍‌ଗୁଡିକ ପାଇଁ ଆବେଦନର ଶେଷ ତାରିଖ ୨୩ ମେ ୨୦୨୨ ରହିଛି। ଏଥିପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ ପଞ୍ଜୀକୃତ କରିବା ପାଇଁ ଡାକ ମାଧ୍ୟମରେ ଆବେଦନ କରିବାକୁ ପଡିବ। ମେ ୨ ରେ ଏହି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା।

Advertisment

ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ। ଏଥିରେ ଡମ୍ପର ଅପରେଟର ପାଇଁ ୩୫୫ଟି ପୋଷ୍ଟ୍‌ ରହିଥିବା ବେଳେ ଡୋଜର୍‌ ଅପରେଟର ପାଇଁ ୬୪ଟି ପୋଷ୍ଟ ଏବଂ ଲୋଡର ଅପରେଟର ପାଇଁ ୨୧ଟି ପୋଷ୍ଟ୍‌ ରହିଛି।

ଶିକ୍ଷାଗତ ଯୋଗ୍ୟତା:

ଅଷ୍ଟମ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ । ଏହା ସହିତ ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ବାଧ୍ୟତାମୂଳକ। ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ସମ୍ବନ୍ଧରେ ଅଧିକ ସୂଚନା ପାଇବା ପାଇଁ ନିଯୁକ୍ତି ବିଜ୍ଞପ୍ତି ଦେଖନ୍ତୁ। ଏହାର ଲିଙ୍କ୍ ନିମ୍ନରେ ଶେୟାର କରାଯାଇଛି।

Advertisment

ଚୟନ ପ୍ରକ୍ରିୟା:

ଟ୍ରେଡ୍ ଟେଷ୍ଟ୍ ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହାର ତାରିଖ ପରେ ୱେବ୍‌ସାଇଟ୍‌ରେ ଶେୟାର କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ - ୨ ମେ ୨୦୨୨
  • ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ- ୨୩ ମେ ୨୦୨୨
  • ମେଲ୍‌ ମାଧ୍ୟମରେ ଆବେଦନ ଫର୍ମ କପି ଦାଖଲ କରିବାର ଶେଷ ତାରିଖ – ୩୦ ମେ ୨୦୨୨
Advertisment

ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ଓ ନିଯୁକ୍ତିର ବିଜ୍ଞପ୍ତି ଦେଖନ୍ତୁ।

Govt Jobs SECL Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ