SBI Recruitment 2023: ଏହିସବୁ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଦରମା ୭୫ ଲକ୍ଷ ଟଙ୍କା

ଖାଲି ପଡ଼ିଥିବା ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ନିଯୁକ୍ତ ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ତଥା ଆଶାୟୀ ପ୍ରାର୍ଥୀ SBIର ଅଫିସିଆଲ୍‌ ୱେବ୍‌ସାଇଟ୍‌-  sbi.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

SBI Recruitment 2023

ବ୍ୟାଙ୍କ ଚାକିରି (Bank Jobs) ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ। ଖାଲି ପଡ଼ିଥିବା ସ୍ପେଶାଲିଷ୍ଟ କ୍ୟାଡର ଅଫିସର(SCO) ପଦବୀରେ ନିଯୁକ୍ତ ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(SBI) ବିଜ୍ଞପ୍ତି ଜାରି କରିଛି। ଜାତୀୟ ଗଣମାଧ୍ୟମ Aaj Tak ର ରିପୋର୍ଟ ଅନୁସାରେ, ଇଚ୍ଛୁକ ତଥା ଆଶାୟୀ ପ୍ରାର୍ଥୀ SBIର ଅଫିସିଆଲ୍‌ ୱେବ୍‌ସାଇଟ୍‌-  sbi.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। 

SBI ଏସ୍‌ସିଓ ନିଯୁକ୍ତି ୨୦୨୩ ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଖାଲି ପଡ଼ିଥିବା ମୋଟ୍‌ ୨୮ ପଦବୀ ପୂରଣ ହେବ। ଆଶାୟୀ ପ୍ରାର୍ଥୀ SBI ର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ଜୁନ୍‌ ୨୧ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଅଧିକ ପଢ଼ନ୍ତୁ: IBରେ ପୂରଣ ହେବେ ୭୯୭ ଜୁନିଅର ଇଣ୍ଟେଲିଜେନ୍ସ ଅଫିସର; ଦରମା ୮୧ ହଜାର

SBI SCO Vacancy 2023:

କେଉଁମାନେ କରିପାରିବେ ଆବେଦନ ?

ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ, ସମ୍ବନ୍ଧିତ ବିଷୟରେ MBA/PGDM ସହ BE କିମ୍ବା B.Tech କିମ୍ବା CA କରିଥିବା ଆବଶ୍ୟକ। ଏହାବ୍ୟତୀତ ଅଭିଜ୍ଞତା ମଧ୍ୟ ଥିବା ଜରୁରୀ। ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ଲାଗି ବିଜ୍ଞପ୍ତି ଚେକ୍‌ କରିପାରିବେ। 

କେମିତି ହେବ ସିଲେକ୍ସନ(ଚୟନ) ?

ରେଗୁଲାର ପଦବୀ ପାଇଁ ଆଶାୟୀଙ୍କ ଚୟନ ଶର୍ଟ ଲିଷ୍ଟିଂ ଓ ଇଣ୍ଟରଭିୟୁ ଆଧାରରେ ହେବାକୁ ଥିବାବେଳେ କଣ୍ଟ୍ରାକ୍‌ଚ୍ୟୁଆଲ୍‌ ପଦବୀ ପାଇଁ ସାକ୍ଷାତକାର ଏବଂ ସିଟିସି ଆଲୋଚନା ଆଧାରରେ ହେବ।

ଆବେଦନ ଫି’: 

ଜେନେରାଲ୍‌/ଇଡବ୍ଲ୍ୟୁଏସ୍‌/ଓବିସି ଆଶାୟୀଙ୍କ ପାଇଁ ଆବେଦନ ଫି’ ଓ ସୂଚନା ଶୁଳ୍କ (non-refundable) ୭୫୦ ଟଙ୍କା ରହିଛି। ସେହିପରି SC/ST/PWBD ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।

ଜାଣନ୍ତୁ, କେତେ ଦରମା(ବର୍ଷକୁ): 

କଣ୍ଟ୍ରାକ୍‌ଚ୍ୟୁଆଲ୍‌ ପଦବୀ:

ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଓ ହେଡ୍‌(ମାର୍କେଟିଂ): ୫୦ ଲକ୍ଷରୁ ୫୫ ଲକ୍ଷ ଟଙ୍କା(CTC କୁ ୭୦:୩୦ ଅନୁପାତ ଅନୁସାରେ ଫିକ୍ସଡ୍‌ ପେ’ ଓ ଭାରିଏବଲ୍‌ ପେ’ ପ୍ରଦାନ କରାଯିବ)।

ରେଗୁଲାର ପଦବୀ:

ଅଧିକ ତଥ୍ୟ ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- SBI SCO Recruitment 2023 Notification 1।  SBI SCO Recruitment 2023 Notification 2