SBI Recruitment 2023: ଏହିସବୁ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଦରମା ୨୬ ଲକ୍ଷ ଟଙ୍କା

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ସ୍ପେଶାଲିଷ୍ଟ ଅଫିସର( Specialist Officer) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ SBI ର ଅଫିସିଆଲ୍‌ ୱେବ୍‌ସାଇଟ୍‌- sbi.co.in କୁ ଯାଇ ଆବେଦନ କରିପାରିବେ।

SBI Recruitment 2023

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ସ୍ପେଶାଲିଷ୍ଟ ଅଫିସର( Specialist Officer) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ SBI ର ଅଫିସିଆଲ୍‌ ୱେବ୍‌ସାଇଟ୍‌- sbi.co.in କୁ ଯାଇ ଆବେଦନ କରିପାରିବେ। ମେ’ ୧୯ ଆବେଦନର ଶେଷ ତାରିଖ। ଖାଲି ପଡ଼ିଥିବା ୨୧୭ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ବାହାରିଛି।

ପୋଷ୍ଟ ସଂଖ୍ୟା:

ରେଗୁଲାର ପୋଷ୍ଟ୍‌- ୧୮୨

କଣ୍ଟ୍ରାକ୍ଟଚୁଆଲ୍‌- ୩୫

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପାଶ୍ ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଓଡିଶାରେ ସରକାରୀ ଚାକିରି

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀ BE/BTech( କମ୍ପ୍ୟୁଟର ସାଇନ୍ସ/କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ/ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି/ସଫ୍ଟୱେୟାର ଇଞ୍ଜିନିୟରିଂ/ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ) କରିଥିବେ। କିମ୍ବା MCA କିମ୍ବା MTech/ MSc(କମ୍ପ୍ୟୁଟର ସାଇନ୍ସ/ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି/ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ) ସ୍ୱୀକୃତିପ୍ରାପ୍ତ କୌଣସି ବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ କରିଥିବା ଉଚିତ୍‌। 

ଦରମା:

ପୋଷ୍ଟ- Post Sr No 1& 2 

ଗ୍ରେଡ୍‌- MMGS III- ରେଗୁଲାର୍‌ ପୋଜିସନ୍‌

ସ୍କେଲ୍‌ ପେ’- ବେସିକ୍‌ ପେ’: ୬୩୮୪୦-୧୯୯୦/୫-୭୩୭୯୦-୨୨୨୦/୨-୭୮୨୩୦

ପୋଷ୍ଟ- Post Sr No 3 to 18 

ଗ୍ରେଡ୍‌- MMGS II- ରେଗୁଲାର୍‌ ପୋଜିସନ୍‌

ସ୍କେଲ୍‌ ପେ’- ବେସିକ୍‌ ପେ’: ୪୮୧୭୦-୧୭୪୦/୧-୪୯୯୧୦-୧୯୯୦/୧୦-୬୯୮୧୦

ପୋଷ୍ଟ- Post Sr No 19 to 33 

ଗ୍ରେଡ୍‌- JMGS -I - ରେଗୁଲାର୍‌ ପୋଜିସନ୍‌

ସ୍କେଲ୍‌ ପେ’- ବେସିକ୍‌ ପେ’: ୩୬୦୦୦-୧୪୯୦/୭-୪୬୪୩୦-୧୭୪୦/୨-୪୯୯୧୦-୧୯୯୦/୭/୬୩୮୪୦

ପୋଷ୍ଟ-  Post Sr No 34 to 44 କଣ୍ଟ୍ରାକ୍ଟଚୁଆଲ୍‌ ପୋଜିସନ୍‌

୪ ବର୍ଷ (୩+୧) ମଧ୍ୟରେ ଦରମା ପ୍ରଦାନ କରାଯିବ। CTC range - ୨୮ ଲକ୍ଷରୁ ୩୧ ଲକ୍ଷ ଟଙ୍କା। 

ପୋଷ୍ଟ-  Post Sr No 45 

ସ୍କେଲ୍‌ ପେ’- CTC range - ୨୩ ଲକ୍ଷରୁ ୨୬ ଲକ୍ଷ ଟଙ୍କା

ପୋଷ୍ଟ-  Post Sr No 46 to 52 

ସ୍କେଲ୍‌ ପେ’- CTC range - ୧୯ ଲକ୍ଷରୁ ୨୨ ଲକ୍ଷ ଟଙ୍କା

କେମିତି କରିବେ ଆବେଦନ: 

ଯୋଗ୍ୟ ପ୍ରାର୍ଥୀ SBI ର ଅଫିସିଆଲ୍‌ ୱେବ୍‌ସାଇଟ୍‌- sbi.co.in କୁ ଯାଇ ଆବେଦନ କରିପାରିବେ। ଏଥିରେ ସେମାନେ ଭାଲିଡ୍‌ ଇ-ମେଲ୍‌ ଆଇଡି/ଫୋନ୍‌ ନମ୍ବର ଦେବେ। 

କେମିତି ହେବ ଚୟନ: JMGS-I/ MMGS-II ରେଗୁଲାର୍‌ ପୋଜିସନ୍‌ ପାଇଁ ଅନ୍‌ଲାଇନ୍‌ ଲିଖିତ ପରୀକ୍ଷା ଓ ସାକ୍ଷାତକାର ହେବ। ସେହି ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଅଧିକ ତଥ୍ୟ ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...