ଭାରତରେ ସାଧାରଣତଃ ବ୍ୟାଙ୍କ୍ ଚାକିରିକୁ ସମ୍ମାନର ସହିତ ନିଆଯାଏ। ଏହା ଯଦି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ହୁଏ ତେବେ ଖୁସି କହିଲେ ନ ସରେ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତମୁଠାରେ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ମାଧ୍ୟମରେ SBIରେ ଅଫିସର ଓ କ୍ଲର୍କ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୮ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ SBIର ଅଫିସିଆଲ୍ ୱେବ୍ସାଇଟ୍ https://sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI Recruitment Apply for 68 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୪ ଜୁଲାଇ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୧୪ ଅଗଷ୍ଟ ୨୦୨୪
ଖାଲି ପଦବୀ:
- ଅଫିସର୍(ସ୍ପୋର୍ଟ୍ସପର୍ସନ୍) – ୧୭ଟି ପୋଷ୍ଟ୍
- କ୍ଲର୍କ(ସ୍ପୋର୍ଟ୍ସପର୍ସନ୍) – ୫୧ଟି ପୋଷ୍ଟ୍
- ମୋଟ ପଦବୀ – ୬୮ଟି ପୋଷ୍ଟ୍
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଶିକ୍ଷାଗତ ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ
- ଗତ ୩ ବର୍ଷ ମଧ୍ୟରେ ସମ୍ପୃକ୍ତ କ୍ରୀଡ଼ାରେ ଯେକୌଣସି ଆନ୍ତର୍ଜାତୀୟ ଖେଳରେ ଦେଶକୁ ପ୍ରତିନିଧିତ୍ୱ କରିଥିବା ଜରୁରୀ
- ଏକ ଜାତୀୟ ପ୍ରତିଯୋଗିତାରେ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିବେ କିମ୍ବା ଯେକୌଣସି ସ୍ତରୀୟ ପ୍ରତିଯୋଗିତାରେ କିମ୍ବା ବିଶ୍ୱବିଦ୍ୟାଳୟକୁ ଏକ ଆନ୍ତଃ-ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିବେ କିମ୍ବା ଏକ ମିଳିତ ବିଶ୍ୱବିଦ୍ୟାଳୟ ଟିମ୍ର ସଦସ୍ୟ ହୋଇଥିବା ଆବଶ୍ୟକ।
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଏହି ଖେଳ ବିଚାରକୁ ନିଆଯିବ:
- ବାସ୍କେଟବଲ୍
- କ୍ରିକେଟ୍
- ଫୁଟବଲ୍
- ହକି
- ଭଲିବଲ୍
- କବାଡି
- ଟେବୁଲ୍ ଟେନିସ୍
- ବ୍ୟାଡ୍ମିଣ୍ଟନ୍
ବୟସ ସୀମା:
- ସର୍ବନିମ୍ନ ବୟସ – ୨୦/୨୧ ବର୍ଷ
- ସର୍ବାଧିକ ବୟସ – ୨୮/୩୦ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ମାସିକ ଦରମା:
- ଅଫିସର୍(ସ୍ପୋର୍ଟ୍ସପର୍ସନ୍) – ୮୫,୯୨୦ଟଙ୍କା
- କ୍ଲର୍କ(ସ୍ପୋର୍ଟ୍ସପର୍ସନ୍) – ୬୪,୪୮୦ଟଙ୍କା
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/EWS/OBC – ୭୫୦ଟଙ୍କା
- SC/ ST/ PwBD/– ଦେୟମୁକ୍ତ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- ୩ ମୂଲ୍ୟାଙ୍କନ ପାରାମିଟର ଅନୁସାରେ ଚୟନ
- ପାରାମିଟର ୧ - କ୍ରୀଡ଼ାରେ ସ୍ୱୀକୃତିପ୍ରାପ୍ତ ସଫଳତାର ମୂଲ୍ୟାଙ୍କନ
- ପାରାମିଟର ୨ - ସାଧାରଣ ବୁଦ୍ଧି / ଖେଳରେ ଜ୍ଞାନ / ବ୍ୟକ୍ତିତ୍ୱ
- ପାରାମିଟର ୩ - ସକ୍ରିୟତା ଏବଂ ଶାରୀରିକ ସୁସ୍ଥତା
- ଡକ୍ୟୁମେଣ୍ଟ୍ ଯାଞ୍ଚ