Advertisment

SBI Recruitment: ବିନା ପରୀକ୍ଷାରେ SBIରେ ଚାକିରି; ମାସକୁ ଦରମା ୬୯ ହଜାରରୁ ଅଧିକ

SBIରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
SBI Recruitment Apply for 150 posts

SBI Recruitment Apply for 150 posts

Advertisment

ଦେଶର ସବୁଠାରୁ ବଡ ବ୍ୟାଙ୍କ୍‌ ହେଉଛି ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(SBI)। ଏଥିରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ୍‌ କ୍ୟାଡର ଅଫିସର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୫୦ଟି ପଦବୀ ପୂରଣ ହେବ। BA ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ। ଚାକିରି ପାଇବା ପରେ ହାଇଦ୍ରାବାଦ ଏବଂ କୋଲକାତାରେ ପୋଷ୍ଟିଂ ହୋଇପାରେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI Recruitment Apply for 150 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୭ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୭ ଜୁନ୍ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ – ୬୧ଟି ପୋଷ୍ଟ୍
  • SC – ୨୫ଟି ପୋଷ୍ଟ୍
  • ST – ୧୧ଟି ପୋଷ୍ଟ୍
  • OBC – ୩୮ଟି ପୋଷ୍ଟ୍
  • EWS – ୧୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ବିଷୟରେ ସ୍ନାତକ ହେବା ଜରୁରୀ
  • IIBF ରୁ ଫୋରେକ୍ସରେ ଏକ ସାର୍ଟିଫିକେଟ୍
  • ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଟ୍ରେଡ୍ ଫାଇନାନ୍ସରେ କାର୍ଯ୍ୟନିର୍ବାହୀ / ସୁପରଭାଇଜର ଭାବରେ କାମ କରିବାର ଦୁଇ ବର୍ଷର ଅଭିଜ୍ଞତା
  • ଭଲ ଯୋଗାଯୋଗ ଦକ୍ଷତା, ଉପସ୍ଥାପନା ଏବଂ ପ୍ରୋସେସିଂ ସ୍କିଲ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୩ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwD – ଦେୟ ମୁକ୍ତ
  • ଅନ୍ୟମାନେ – ୭୫୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୪୮,୧୭୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୬୯,୮୧୦ ଟଙ୍କା
  • ଅନ୍ୟାନ୍ୟ ସୁବିଧା ରହିଛି

ଚୟନ ପ୍ରକ୍ରିୟା:

  • ଯୋଗ୍ୟତା ଓ ଅଭିଜ୍ଞତା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs SBI Jobs SBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ